ଆଇଏଏସ୍‌ ଅଧିକାରୀ ଅଭାବ

Dillip Cherian

ଭାରତରେ ଅତ୍ୟଧିକ ଅମଲାତନ୍ତ୍ରୀ ଅଛନ୍ତି ବୋଲି ବହୁସମୟରେ ସମୀକ୍ଷକମାନେ କହିଥାଆନ୍ତି। କିନ୍ତୁ ବାସ୍ତବତା କିଛି ଭିନ୍ନ। କେନ୍ଦ୍ର ସ୍ବୀକାର କରିଛି ଯେ,ଦେଶରେ ଅଧିକ ବାବୁ ନାହାନ୍ତି। ୧,୫୧୫ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି ବୋଲି ପିଏମ୍‌ଓ ଆଣ୍ଡ୍‌ ପର୍ସନେଲ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ ଜଣାଇଛନ୍ତି । ନିକଟରେ ଏକ ସଂସଦୀୟ ସ୍ଥାୟୀ କମିଟି ବିକଶିତ ଭାରତୀୟ ପ୍ରଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଧିକ ଆଇଏଏସ୍‌ ଅଧିକାରୀଙ୍କୁ ପ୍ରବେଶ କରାଇବା ଲାଗି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)କୁ ସୁପାରିସ କରିଥିଲା। ଏଥିରୁ ବୁଝାପଡ଼ୁଛି, କେନ୍ଦ୍ରୀୟ ଡେପୁଟେଶନ ବା ପ୍ରତିନିଯୁକ୍ତି କିମ୍ବା ରାଜ୍ୟଗୁଡ଼ିକରେ ଅଧିକ ଆଇଏଏସ୍‌ ଅଧିକାରୀ ନାହାନ୍ତି। ୨୦୨୦ରେ କେନ୍ଦ୍ର ଆଇଏଏସ୍‌ ଅଧିକାରୀଙ୍କର ବାର୍ଷିକ ପ୍ରବେଶ ୧୮୦କୁ ଏବଂ ଆଇପିଏସ୍‌ ଅଧିକାରୀଙ୍କର ୧୫୦ରୁ ୨୦୦କୁ ବୃଦ୍ଧି କରିଥିଲା। ହେଲେ କେନ୍ଦ୍ର ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ନେଇଥିବା ପଦକ୍ଷେପ ଠିକ୍‌ ଭାବେ କାମ କରିନାହିଁ ।
ଅନ୍ୟପକ୍ଷରେ ରାଜ୍ୟ ସେବାରୁ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇ ପଦବୀ ପୂରଣ କରାଯାଇଛି। ଏହା ସ୍ପଷ୍ଟତଃ ନିୟମ ବିରୁଦ୍ଧ କାମ। କାରଣ ଅଣକ୍ୟାଡର ଅଧିକାରୀଙ୍କୁ କ୍ୟାଡର ପଦବୀରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ନିୟମ ରହିଛି। ସିଭିଲ ସର୍ଭିସ ନିୟମ କହେ, ଏବକାର ଆଇଏଏସ୍‌ ଅଧିକାରୀଙ୍କ ମୋଟ ନିର୍ଦ୍ଧାରିତ ସଂଖ୍ୟା ୬,୭୦୯ର ୨୨% କେନ୍ଦ୍ରକୁ ଡେପୁଟେଶନରେ ଯିବା ଉଚିତ । କିନ୍ତୁ ବର୍ତ୍ତମାନ କେବଳ ୬ % ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ପ୍ରଶାସନରେ ବାବୁ ସଙ୍କଟ ଦୂର କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି। ବାବୁ ଅଭାବର କାରଣଗୁଡ଼ିକ ସମୀକ୍ଷା କରିବା ଏବଂ ଏହାର ସମଧାନ ବାଟ ଦେଖାଇବା ଲାଗି ଡିଓପିଟିର ପୂର୍ବତନ ସଚିବ ସି. ଚନ୍ଦ୍ରମୌଳିଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ କରାଯାଇଛି। ତେବେ ଏହା ଏତେ ସହଜ ମନେ ହେଉ ନାହିଁ।
କ୍ୟାବିନେଟ୍‌ରେ ପୂର୍ବତନ ବାବୁ
ପୂର୍ବତନ ଆଇପିଏସ୍‌ ଅଧିକାରୀ ଅସିମ୍‌ ଅରୁଣ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିକୁ ଓହ୍ଲାଇଥିଲେ। ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିବା ପରେ ନୂଆ ଯୋଗୀ ଆଦିତ୍ୟନାଥ ସରକାରରେ ସେ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି। ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଅସିମ୍‌ ରାଜ୍ୟ ଆଣ୍ଟି ଟେରର ସ୍କ୍ବାଡ୍‌ର ମୁଖ୍ୟ ଏବଂ କାନପୁର ପୋଲିସ କମିଶନର ଥିବାବେଳେ କଠିନ କାର୍ଯ୍ୟ ଓ ଅଭିଜ୍ଞତା ଆଧାରରେ କରିଥିବା ଭଲ କାର୍ଯ୍ୟ ଯୋଗୁ ତାଙ୍କୁ ସମ୍ଭବତଃ ମନ୍ତ୍ରୀପଦ ମିଳିଲା। କେନ୍ଦ୍ର ସରକାରଙ୍କ ଅତି ଘନିଷ୍ଠ ଭାବେ କାର୍ଯ୍ୟ କରିଥିବା ଆଉ ଜଣେ ଅବସରପ୍ରାପ୍ତ ବାବୁ ଏ. କେ. ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ପଠାଇଥିଲେ। ଏବେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସବୁଠୁ କୌତୂହଳର ବିଷୟ ହେଉଛି, ମନ୍ତ୍ରିମଣ୍ଡଳରେ ଅସିମ୍‌ ଓ ଶର୍ମାଙ୍କୁ ସ୍ଥାନ ଦେବା ପାଇଁ ଯୋଗୀ ବହୁ ନାମକରା ତଥା ପୂର୍ବତନ ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍‌ରୁ ବାଦ୍‌ ଦେଇଛନ୍ତି। ଏହା ସ୍ପଷ୍ଟ ଯେ, ଏହି ପୂର୍ବତନ ବାବୁମାନେ ଏବେ ରାଜ୍ୟ ଭାଜପା ନେତାମାନଙ୍କ ତୁଳନାରେ ନିଜକୁ ସଶକ୍ତ ତଥା ପ୍ରଭାବୀ ବୋଲି ପ୍ରତିପାଦିତ କରିଛନ୍ତି।
ସ୍ବପ୍ନରେ ସହଯୋଗୀ ସଂଘୀୟବାଦ
ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବା ଲାଗି କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଖେଳ ଏବେ ତୀବ୍ର ହେଉଛି। ପୂର୍ବରୁ କ୍ଷୁଣ୍ଣ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସମ୍ପର୍କକୁ ଏହା ଆହୁରି ପ୍ରଭାବିତ କରୁଛି। ଏବେ ମୁମ୍ବାଇ ପୋଲିସର ଇକୋନୋମିକ ଅଫେନ୍‌ସେସ୍‌ ଓ୍ବିଙ୍ଗ୍‌ ବା ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜବରଦସ୍ତ ଅର୍ଥ ଆଦାୟ ଅଭିଯୋଗରେ ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି)ର କେତେଜଣ ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଜଣାପଡ଼ିଛି ଯେ, ଏକ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କର ଜଣେ ସମ୍ପର୍କୀୟଙ୍କ ଅସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ରୂପେ ଇଡି ତା’ଅଧୀନକୁ ନେବାର ଠିକ୍‌ ଗୋଟିଏ ଦିନ ପରେ ଇଓଡବ୍ଲ୍ୟୁ ଏଭଳି ପଦକ୍ଷେପ ନେଇଛି। ଇଓଡବ୍ଲ୍ୟୁ ମଧ୍ୟ ଜମି କିଣାବିକାରେ ଜଡ଼ିତ ଥିବା ଅଭିଯୋଗରେ ଜଣେ ଭାଜପା ନେତାଙ୍କ ପୁଅ ବିରୋଧରେ ତଦନ୍ତକୁ ଆଗକୁ ବଢ଼ାଉଛି। କେବଳ ମହାରାଷ୍ଟ୍ର ତା’ ଅଧିକାର କ୍ଷେତ୍ର ମଧ୍ୟରେ ରାଜ୍ୟରେ ଗମ୍ଭୀର ଅପରାଧଗୁଡ଼ିକର ଅଭିଯୋଗ ଉପରେ କେନ୍ଦ୍ରକୁ ଚ୍ୟାଲେଞ୍ଜ କରୁନାହିଁ, ବରଂ ସିବିଆଇ ଏବଂ ଇଡି ମଧ୍ୟ ରାଜ୍ୟ ଆକ୍ରୋଶର ଶିକାର ହେଉଥବା ସ୍ପଷ୍ଟ ହେଉଛି। ଅନ୍ୟ ଦୁଇ ଅଣଭାଜପା ରାଜ୍ୟ ପଶ୍ଚିମବଙ୍ଗ ଓ କରେଳରେ ବି ସମାନ ସ୍ଥିତି ଦେଖାଯାଉଛି। ଫଳରେ କେନ୍ଦ୍ର ଏବଂ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ମଧ୍ୟରେ ସମ୍ପର୍କ କମିବାରେ ଲାଗିଛି। ପ୍ରଶାସନିକ ପ୍ରକ୍ରିୟାରେ ଏହାର ପ୍ରଭାବ ଅନୁଭୂତ ହେଉଛି। ଏଭଳି ରାଜନୈତିକ ଲଢ଼େଇ ମଧ୍ୟରେ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାଗୁଡ଼ିକ ଫିସି ରହିବା ଯୋଗୁ ସେଗୁଡ଼ିକର କ୍ଷତି ହେଉଛି। ବୈଧାନିକ କାର୍ଯ୍ୟ କରିବା ପରିବର୍ତ୍ତେ ସେମାନେ ପରସ୍ପରର ତଦନ୍ତରେ ଲିପ୍ତ ରହୁଛନ୍ତିି, ଯାହାର ଶେଷ କେଉଁଠି କହିବା କଷ୍ଟକର। ସହଯୋଗୀ ସଂଘୀୟବାଦ ସ୍ବପ୍ନ ହୋଇଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri