ଆଇଏଏସ୍‌ ଅଧିକାରୀ ଅଭାବ

Dillip Cherian

ଭାରତରେ ଅତ୍ୟଧିକ ଅମଲାତନ୍ତ୍ରୀ ଅଛନ୍ତି ବୋଲି ବହୁସମୟରେ ସମୀକ୍ଷକମାନେ କହିଥାଆନ୍ତି। କିନ୍ତୁ ବାସ୍ତବତା କିଛି ଭିନ୍ନ। କେନ୍ଦ୍ର ସ୍ବୀକାର କରିଛି ଯେ,ଦେଶରେ ଅଧିକ ବାବୁ ନାହାନ୍ତି। ୧,୫୧୫ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି ବୋଲି ପିଏମ୍‌ଓ ଆଣ୍ଡ୍‌ ପର୍ସନେଲ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ ଜଣାଇଛନ୍ତି । ନିକଟରେ ଏକ ସଂସଦୀୟ ସ୍ଥାୟୀ କମିଟି ବିକଶିତ ଭାରତୀୟ ପ୍ରଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଧିକ ଆଇଏଏସ୍‌ ଅଧିକାରୀଙ୍କୁ ପ୍ରବେଶ କରାଇବା ଲାଗି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)କୁ ସୁପାରିସ କରିଥିଲା। ଏଥିରୁ ବୁଝାପଡ଼ୁଛି, କେନ୍ଦ୍ରୀୟ ଡେପୁଟେଶନ ବା ପ୍ରତିନିଯୁକ୍ତି କିମ୍ବା ରାଜ୍ୟଗୁଡ଼ିକରେ ଅଧିକ ଆଇଏଏସ୍‌ ଅଧିକାରୀ ନାହାନ୍ତି। ୨୦୨୦ରେ କେନ୍ଦ୍ର ଆଇଏଏସ୍‌ ଅଧିକାରୀଙ୍କର ବାର୍ଷିକ ପ୍ରବେଶ ୧୮୦କୁ ଏବଂ ଆଇପିଏସ୍‌ ଅଧିକାରୀଙ୍କର ୧୫୦ରୁ ୨୦୦କୁ ବୃଦ୍ଧି କରିଥିଲା। ହେଲେ କେନ୍ଦ୍ର ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ନେଇଥିବା ପଦକ୍ଷେପ ଠିକ୍‌ ଭାବେ କାମ କରିନାହିଁ ।
ଅନ୍ୟପକ୍ଷରେ ରାଜ୍ୟ ସେବାରୁ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇ ପଦବୀ ପୂରଣ କରାଯାଇଛି। ଏହା ସ୍ପଷ୍ଟତଃ ନିୟମ ବିରୁଦ୍ଧ କାମ। କାରଣ ଅଣକ୍ୟାଡର ଅଧିକାରୀଙ୍କୁ କ୍ୟାଡର ପଦବୀରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ନିୟମ ରହିଛି। ସିଭିଲ ସର୍ଭିସ ନିୟମ କହେ, ଏବକାର ଆଇଏଏସ୍‌ ଅଧିକାରୀଙ୍କ ମୋଟ ନିର୍ଦ୍ଧାରିତ ସଂଖ୍ୟା ୬,୭୦୯ର ୨୨% କେନ୍ଦ୍ରକୁ ଡେପୁଟେଶନରେ ଯିବା ଉଚିତ । କିନ୍ତୁ ବର୍ତ୍ତମାନ କେବଳ ୬ % ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ପ୍ରଶାସନରେ ବାବୁ ସଙ୍କଟ ଦୂର କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି। ବାବୁ ଅଭାବର କାରଣଗୁଡ଼ିକ ସମୀକ୍ଷା କରିବା ଏବଂ ଏହାର ସମଧାନ ବାଟ ଦେଖାଇବା ଲାଗି ଡିଓପିଟିର ପୂର୍ବତନ ସଚିବ ସି. ଚନ୍ଦ୍ରମୌଳିଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ କରାଯାଇଛି। ତେବେ ଏହା ଏତେ ସହଜ ମନେ ହେଉ ନାହିଁ।
କ୍ୟାବିନେଟ୍‌ରେ ପୂର୍ବତନ ବାବୁ
ପୂର୍ବତନ ଆଇପିଏସ୍‌ ଅଧିକାରୀ ଅସିମ୍‌ ଅରୁଣ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିକୁ ଓହ୍ଲାଇଥିଲେ। ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିବା ପରେ ନୂଆ ଯୋଗୀ ଆଦିତ୍ୟନାଥ ସରକାରରେ ସେ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି। ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଅସିମ୍‌ ରାଜ୍ୟ ଆଣ୍ଟି ଟେରର ସ୍କ୍ବାଡ୍‌ର ମୁଖ୍ୟ ଏବଂ କାନପୁର ପୋଲିସ କମିଶନର ଥିବାବେଳେ କଠିନ କାର୍ଯ୍ୟ ଓ ଅଭିଜ୍ଞତା ଆଧାରରେ କରିଥିବା ଭଲ କାର୍ଯ୍ୟ ଯୋଗୁ ତାଙ୍କୁ ସମ୍ଭବତଃ ମନ୍ତ୍ରୀପଦ ମିଳିଲା। କେନ୍ଦ୍ର ସରକାରଙ୍କ ଅତି ଘନିଷ୍ଠ ଭାବେ କାର୍ଯ୍ୟ କରିଥିବା ଆଉ ଜଣେ ଅବସରପ୍ରାପ୍ତ ବାବୁ ଏ. କେ. ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ପଠାଇଥିଲେ। ଏବେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସବୁଠୁ କୌତୂହଳର ବିଷୟ ହେଉଛି, ମନ୍ତ୍ରିମଣ୍ଡଳରେ ଅସିମ୍‌ ଓ ଶର୍ମାଙ୍କୁ ସ୍ଥାନ ଦେବା ପାଇଁ ଯୋଗୀ ବହୁ ନାମକରା ତଥା ପୂର୍ବତନ ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍‌ରୁ ବାଦ୍‌ ଦେଇଛନ୍ତି। ଏହା ସ୍ପଷ୍ଟ ଯେ, ଏହି ପୂର୍ବତନ ବାବୁମାନେ ଏବେ ରାଜ୍ୟ ଭାଜପା ନେତାମାନଙ୍କ ତୁଳନାରେ ନିଜକୁ ସଶକ୍ତ ତଥା ପ୍ରଭାବୀ ବୋଲି ପ୍ରତିପାଦିତ କରିଛନ୍ତି।
ସ୍ବପ୍ନରେ ସହଯୋଗୀ ସଂଘୀୟବାଦ
ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବା ଲାଗି କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଖେଳ ଏବେ ତୀବ୍ର ହେଉଛି। ପୂର୍ବରୁ କ୍ଷୁଣ୍ଣ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସମ୍ପର୍କକୁ ଏହା ଆହୁରି ପ୍ରଭାବିତ କରୁଛି। ଏବେ ମୁମ୍ବାଇ ପୋଲିସର ଇକୋନୋମିକ ଅଫେନ୍‌ସେସ୍‌ ଓ୍ବିଙ୍ଗ୍‌ ବା ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜବରଦସ୍ତ ଅର୍ଥ ଆଦାୟ ଅଭିଯୋଗରେ ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି)ର କେତେଜଣ ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଜଣାପଡ଼ିଛି ଯେ, ଏକ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କର ଜଣେ ସମ୍ପର୍କୀୟଙ୍କ ଅସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ରୂପେ ଇଡି ତା’ଅଧୀନକୁ ନେବାର ଠିକ୍‌ ଗୋଟିଏ ଦିନ ପରେ ଇଓଡବ୍ଲ୍ୟୁ ଏଭଳି ପଦକ୍ଷେପ ନେଇଛି। ଇଓଡବ୍ଲ୍ୟୁ ମଧ୍ୟ ଜମି କିଣାବିକାରେ ଜଡ଼ିତ ଥିବା ଅଭିଯୋଗରେ ଜଣେ ଭାଜପା ନେତାଙ୍କ ପୁଅ ବିରୋଧରେ ତଦନ୍ତକୁ ଆଗକୁ ବଢ଼ାଉଛି। କେବଳ ମହାରାଷ୍ଟ୍ର ତା’ ଅଧିକାର କ୍ଷେତ୍ର ମଧ୍ୟରେ ରାଜ୍ୟରେ ଗମ୍ଭୀର ଅପରାଧଗୁଡ଼ିକର ଅଭିଯୋଗ ଉପରେ କେନ୍ଦ୍ରକୁ ଚ୍ୟାଲେଞ୍ଜ କରୁନାହିଁ, ବରଂ ସିବିଆଇ ଏବଂ ଇଡି ମଧ୍ୟ ରାଜ୍ୟ ଆକ୍ରୋଶର ଶିକାର ହେଉଥବା ସ୍ପଷ୍ଟ ହେଉଛି। ଅନ୍ୟ ଦୁଇ ଅଣଭାଜପା ରାଜ୍ୟ ପଶ୍ଚିମବଙ୍ଗ ଓ କରେଳରେ ବି ସମାନ ସ୍ଥିତି ଦେଖାଯାଉଛି। ଫଳରେ କେନ୍ଦ୍ର ଏବଂ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ମଧ୍ୟରେ ସମ୍ପର୍କ କମିବାରେ ଲାଗିଛି। ପ୍ରଶାସନିକ ପ୍ରକ୍ରିୟାରେ ଏହାର ପ୍ରଭାବ ଅନୁଭୂତ ହେଉଛି। ଏଭଳି ରାଜନୈତିକ ଲଢ଼େଇ ମଧ୍ୟରେ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାଗୁଡ଼ିକ ଫିସି ରହିବା ଯୋଗୁ ସେଗୁଡ଼ିକର କ୍ଷତି ହେଉଛି। ବୈଧାନିକ କାର୍ଯ୍ୟ କରିବା ପରିବର୍ତ୍ତେ ସେମାନେ ପରସ୍ପରର ତଦନ୍ତରେ ଲିପ୍ତ ରହୁଛନ୍ତିି, ଯାହାର ଶେଷ କେଉଁଠି କହିବା କଷ୍ଟକର। ସହଯୋଗୀ ସଂଘୀୟବାଦ ସ୍ବପ୍ନ ହୋଇଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri