Posted inଭଦ୍ରକ

ନିଅଣ୍ଟିଆ ବର୍ଷାକୁ ସାର ଅଭାବ

ଭଦ୍ରକ ଅଫିସ,୧।୮-ଜୁନ୍‌ରେ କମ୍‌ ବୃଷ୍ଟିପାତ ଯୋଗୁ ଭଦ୍ରକ ଜିଲାରେ ଖରିଫ ଧାନ ଚାଷ ସମ୍ଭବ ହୋଇପାରି ନ ଥିଲା। ଜୁଲାଇ ଶେଷରେ କେନାଲ ଜଳ ଯୋଗାଣ ଏବଂ ଏହାପରେ ସାମୟିକ ବୃଷ୍ଟିପାତ ଫଳରେ ଖରିଫ ଧାନ ଚାଷ ଆରମ୍ଭ ହୋଇଛି। କିନ୍ତୁ ନିଅଣ୍ଟ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏବେ ସାର ଅଭାବ ସେମାନଙ୍କୁ ଚିନ୍ତାରେ ପକାଇଛି।
ଜିଲା କୃଷି ବିଭାଗ ସୂଚନା ମୁତାବକ ଚଳିତବର୍ଷ ଜିଲାରେ ୧ ଲକ୍ଷ ୬୧ ହଜାର ୫ ଶହ ହେକ୍ଟର ଜମିରେ କେବଳ ଖରିଫ ଧାନ ଚାଷ ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ହଜାର ହେକ୍ଟର ଜମିରେ ତଳିପକା ଏବଂ ରୁଆ ପୋତା ଆରମ୍ଭ ହୋଇଯାଇଛି। ତେବେ ଖରିଫ ଧାନ ଚାଷ ପାଇଁ ଡିଏପି ଓ ୟୁରିଆର ଆବଶ୍ୟକତା ରହିଥିବା ବେଳେ ଏହି ଦୁଇପ୍ରକାର ସାରର ଅଭାବ ଚାଷୀଙ୍କୁ ହତାଶ କରିଛି। ତେବେ ୟୁରିଆ ସାର ଯୋଗାଣ କ୍ଷେତ୍ରରେ ବିଶେଷ ଅସୁବିଧା ଦେଖା ଦେଇ ନ ଥିବାବେଳେ ଡିଏପିର ଉତ୍କଟ ଅଭାବ। ବର୍ତ୍ତମାନ ପରିସ୍ଥିତିରେ ଜିଲା ପାଇଁ ୧୨ ହଜାର ମେଟ୍ରିକ ଟନ୍‌ ଡିଏପି ସାରର ଆବଶ୍ୟକତା ରହିଥିବା ବେଳେ ମାତ୍ର ୩ ହଜାର ୨୮୯ ମେଟ୍ରିକ ଟନ୍‌ ଯୋଗାଣ ହୋଇଛି। ସେହିଭଳି ୧୪ ହଜାର ୫ ଶହ ମେଟ୍ରିକ ଟନ୍‌ ୟୁରିଆ ଆବଶ୍ୟକ ଥିବାବେଳେ ମାତ୍ର ୬ ହଜାର ୩୩୮ ମେଟ୍ରିକ ଟନ୍‌ ଆସିଥିବା ଜିଲା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଫଳରେ ଚାଷୀମାନେ ବାହାରୁ କଳାବଜାରରେ ସାର କିଣି ଶୋଷଣର ଶିକାର ନେଇ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ସହକାରୀ କୃଷି ଉପନିର୍ଦ୍ଦେଶକ ଜଗନ୍ନାଥ ନନ୍ଦଙ୍କୁ ଯୋଗାଯୋଗ କରିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲାକୁ ଅଧିକ ସାର ଯୋଗାଇ ଦେବାକୁ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖା ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri