Posted inଭଦ୍ରକ

ନିଅଣ୍ଟିଆ ବର୍ଷାକୁ ସାର ଅଭାବ

ଭଦ୍ରକ ଅଫିସ,୧।୮-ଜୁନ୍‌ରେ କମ୍‌ ବୃଷ୍ଟିପାତ ଯୋଗୁ ଭଦ୍ରକ ଜିଲାରେ ଖରିଫ ଧାନ ଚାଷ ସମ୍ଭବ ହୋଇପାରି ନ ଥିଲା। ଜୁଲାଇ ଶେଷରେ କେନାଲ ଜଳ ଯୋଗାଣ ଏବଂ ଏହାପରେ ସାମୟିକ ବୃଷ୍ଟିପାତ ଫଳରେ ଖରିଫ ଧାନ ଚାଷ ଆରମ୍ଭ ହୋଇଛି। କିନ୍ତୁ ନିଅଣ୍ଟ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏବେ ସାର ଅଭାବ ସେମାନଙ୍କୁ ଚିନ୍ତାରେ ପକାଇଛି।
ଜିଲା କୃଷି ବିଭାଗ ସୂଚନା ମୁତାବକ ଚଳିତବର୍ଷ ଜିଲାରେ ୧ ଲକ୍ଷ ୬୧ ହଜାର ୫ ଶହ ହେକ୍ଟର ଜମିରେ କେବଳ ଖରିଫ ଧାନ ଚାଷ ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ହଜାର ହେକ୍ଟର ଜମିରେ ତଳିପକା ଏବଂ ରୁଆ ପୋତା ଆରମ୍ଭ ହୋଇଯାଇଛି। ତେବେ ଖରିଫ ଧାନ ଚାଷ ପାଇଁ ଡିଏପି ଓ ୟୁରିଆର ଆବଶ୍ୟକତା ରହିଥିବା ବେଳେ ଏହି ଦୁଇପ୍ରକାର ସାରର ଅଭାବ ଚାଷୀଙ୍କୁ ହତାଶ କରିଛି। ତେବେ ୟୁରିଆ ସାର ଯୋଗାଣ କ୍ଷେତ୍ରରେ ବିଶେଷ ଅସୁବିଧା ଦେଖା ଦେଇ ନ ଥିବାବେଳେ ଡିଏପିର ଉତ୍କଟ ଅଭାବ। ବର୍ତ୍ତମାନ ପରିସ୍ଥିତିରେ ଜିଲା ପାଇଁ ୧୨ ହଜାର ମେଟ୍ରିକ ଟନ୍‌ ଡିଏପି ସାରର ଆବଶ୍ୟକତା ରହିଥିବା ବେଳେ ମାତ୍ର ୩ ହଜାର ୨୮୯ ମେଟ୍ରିକ ଟନ୍‌ ଯୋଗାଣ ହୋଇଛି। ସେହିଭଳି ୧୪ ହଜାର ୫ ଶହ ମେଟ୍ରିକ ଟନ୍‌ ୟୁରିଆ ଆବଶ୍ୟକ ଥିବାବେଳେ ମାତ୍ର ୬ ହଜାର ୩୩୮ ମେଟ୍ରିକ ଟନ୍‌ ଆସିଥିବା ଜିଲା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଫଳରେ ଚାଷୀମାନେ ବାହାରୁ କଳାବଜାରରେ ସାର କିଣି ଶୋଷଣର ଶିକାର ନେଇ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ସହକାରୀ କୃଷି ଉପନିର୍ଦ୍ଦେଶକ ଜଗନ୍ନାଥ ନନ୍ଦଙ୍କୁ ଯୋଗାଯୋଗ କରିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲାକୁ ଅଧିକ ସାର ଯୋଗାଇ ଦେବାକୁ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖା ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?