ସାର ଚିନ୍ତାରେ ଡେରାବିଶର ଚାଷୀ

ଡେରାବିଶ,୬।୮(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ସାରର ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚଳିତ ଖରିଫ ଚାଷ ସମୟରେ ପ୍ରତ୍ୟେକ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ଦରରେ ସାର ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶନାମା ରହିଛି। ମାତ୍ର ଡେରାବିଶ ବ୍ଲକ ଅଧୀନ ୨୬ ପଞ୍ଚାୟତରେ ଥିବା ୧୦ ଗୋଟି ସମବାୟ ସମିତି ଉପରେ ନିର୍ଭର କରୁଥିବା ସମଗ୍ର ଚାଷୀକୁଳ ନିଜ ଚାଷ ଜମି ପାଇଁ ଆବଶ୍ୟକ ଥିବା ସାର ପାଇଁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ବର୍ତ୍ତମାନ ଜିଲାରେ ଧାନ ତଳି ରୁଆ ଆରମ୍ଭ ହୋଇଥିବା ବେଳେ ନଳିତା ଓ ପନିପରିବା ଚାଷ ପାଇଁ ଡିଏପି, ପଟାସ ଓ ୟୁରିଆ ସାର ସମବାୟ ସମିତିରେ ନାହିଁ ବୋଲି ସମ୍ପୃକ୍ତ ସମ୍ପାଦକଙ୍କଠାରୁ ଶୁଣିବା ପରେ ଚାଷୀମାନେ ନିରାଶ ହୋଇ ଘରକୁ ଫେରୁଛନ୍ତି। ବ୍ଲକ କୃଷି ବିଭାଗ ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ ଅଞ୍ଚଳରେ ସମୁଦାୟ ୧୧ ହଜାର ହେକ୍ଟର ଜଳସେଚିତ ଚାଷ ଜମି ରହିଛି। ଏହି ଚାଷ ଜମି ପାଇଁ ୩ ଶହ ମେଟ୍ରିକ ଟନ୍‌ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଅନ୍ୟ ସାରର ସେହି ଅନୁପାତରେ ଆବଶ୍ୟକ ରହିଛି। ମାତ୍ର ପଟ୍ଟାମୁଣ୍ଡାଇଠାରେ ଥିବା ମାର୍କଫେଡ ଗୋଦାମରୁ ସମବାୟ ସମିତିଗୁଡିକୁ ଆବଶ୍ୟକ ସାର ଯୋଗାଇ ଦିଆଯାଇ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜିଲା ଚାଷୀ ଶ୍ରମିକ ସଂଘ ସମ୍ପାଦକ କୃତ୍ତିବାସ ଦାସ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ପ୍ରତ୍ୟେକ ସମବାୟ ସମିତିକୁ ସାର ପହଞ୍ଚାଇବା ବ୍ୟବସ୍ଥା ମାର୍କଫେଡର ଥିବା ବେଳେ ପରିବହନ ଖର୍ଚ୍ଚ ସମ୍ପୃକ୍ତ ସମବାୟ ସମିତିର ସମ୍ପାଦକମାନେ ବହନ କରୁଛନ୍ତି। ସରକାରୀ ଧାର୍ଯ୍ୟ ଦର ୟୁରିଆ ୨୬୭, ପଟାସ ୯୭୭, ଡିଏପି ୧୧୭୭ଠାରୁ ଅଧିକ ୨୦ରୁ୩୦ ଟଙ୍କା ବସ୍ତା ପିଛା ପଡୁଥିବା ନେଇ ସମ୍ପାଦକ ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ବିଷୟରେ ଜିଲା ସମବାୟ ଉପନିବନ୍ଧକ ମନମୋହନ ରାଉତଙ୍କୁ ପଚାରିବାରେ ଦିନେ ଦୁଇ ଦିନ ମଧ୍ୟରେ ମଧ୍ୟରେ ଇଫ୍‌କୋ ୟୁରିଆ ସାର ସମସ୍ତ ସମବାୟ ସମିତିକୁ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି। ଅପରପକ୍ଷରେ ଅଧିକ ଦାମରେ ସମବାୟ ସମିତିରେ ସାର ବିକ୍ରୟ କରାଯାଉଥିବା ଓ ସମ୍ପାଦକମାନେ ପରିବହନ ଖର୍ଚ୍ଚ ବହନ କରୁଥିବା ନେଇ ପଚାରିବାରୁ ଉପନିବନ୍ଧକ ରାଉତ କୌଣସି ସୂଚନା ଦେଇ ନ ଥିଲେ। ସେହିପରି ସମ୍ପାଦକମାନେ ସାର ପାଇଁ ଆବଶ୍ୟକ ପରିବହନ ଖର୍ଚ୍ଚ କେଉଁ ଜମା ଖାତାରୁ ବ୍ୟୟ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ରାଉତ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହି ବିଷୟରେ ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ସମବାୟ ସମିତିଗୁଡିକରେ ୟୁରିଆ ଓ ଅନ୍ୟ ସାର ପହଞ୍ଚାଇବା ପାଇଁ ମାର୍କଫେଡକୁ ଯୋଗାଯୋଗ କରାଯାଇଛି। କଳାବଜାର ଭୟ ଥିବାରୁ କୌଣସି ଘରୋଇ ଡିଲରଙ୍କୁ ସାର ଦିଆଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri