କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…

ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା ପାଇଁ ନୂତନ ପରୀକ୍ଷଣ କରୁଛି। ନୂତନ ରେଳ ଚଳାଚଳ ଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି ପର୍ଯ୍ୟନ୍ତ ଆଦି କରାଯାଇ କୋଇଲା ଶୀଘ୍ର ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦେବାକୁ ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ଏଥିପାଇଁ ରେଲଓ୍ବେ ପକ୍ଷରୁ ଦୈନିକ ୪୫୯ ଟି କୋଇଲା ଟ୍ରେନ୍‌ ଚଳାଚଳ କରୁଛି । ସେଥିମଧ୍ୟରେ ୪୨୯ ଟି ସ୍ବଦେଶୀ କୋଇଲା ପରିବହନ କରୁଥିବାବେଳେ ୪୯ଟି ଆମଦାନୀ କୋଇଲା ର଼୍ୟାକ ପରିବହନ କରୁଛି। କୋଇଲା ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରେଲଓ୍ବେ ଡ୍ରାଗନ ର଼୍ୟାକ୍‌ ଚଳାଇବା ଆରମ୍ଭ କରିଛି। ଏହି ମାଲ ଗାଡ଼ିର ଲମ୍ବ ୩ କିଲୋମିଟର। ଏଥିରେ ୨୪୦ଟି ୱାଗନ ରହିଛି। ଏକ ସମୟରେ ଏହା ୧୬,୦୦୦ ଟନ କୋଇଲା ପରିବହନ କରିଥାଏ।

ଏଥିରେ ୪ ଟି ଇଞ୍ଜିନ ସଂଯୋଗ କରାଯାଇଛି। ପ୍ରତିଦିନ ଏହିପରି ୭୦ ଟି ଡ୍ରାଗନ ଟ୍ରେନ ଚଳାଚଳ କରୁଛି। ଗତ ଏହା ଦ୍ୱାରା ପାୱାର ପ୍ଲାଣ୍ଟକୁ ପ୍ରତିଦିନ ୪୬୦ ର଼୍ୟାକ୍‌ କୋଇଲା ପଠାଯାଉଛି। ଗୋଟିଏ ର଼୍ୟାକରେ ପ୍ରାୟ ୫୮ ଟି ୱାଗନ ରହିଥାଏ। ମେ ମାସରେ, ବର୍ତ୍ତମାନ ପର୍ଯ୍ୟନ୍ତ, ରେଲଓ୍ବେ ପ୍ରତିଦିନ ଏହିପରି ୭୦ଟି ଲମ୍ବା ଟ୍ରେନ ଚଳାଚଳ ଜାରି ରଖିଛି। ଫଳରେ ଏପର୍ଯ୍ୟନ୍ତ ସମୁଦାୟ ୧,୦୦୦ ଡ୍ରାଗନ ର଼୍ୟାକ ଚଳାଚଳ କରିଛି। ଏହି କୋଇଲା ଡ୍ରାଗନ ର଼୍ୟାକ କୋରବା ଠାରୁ ଉତ୍ତର ଭାରତର ବିଭିନ୍ନ ପାୱାର୍‌ ପ୍ଲାଣ୍ଟ୍‌ ପର୍ଯ୍ୟନ୍ତ ଚଳାଚଳ କରୁଛି।

Share