Posted inଫୁରସତ

ଶ୍ରମ ହିଁ ସାହାରା

ତାଙ୍କ ପାଖରେ ନାହିଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ବା କୌଣସି ଚାକିରି। କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଏମାନେ ଅଣ୍ଟା ଭିଡ଼ିଛନ୍ତି। ଘରର ପୁରୁଷମାନେ ଯେ କେବଳ ଘରର ଦାୟିତ୍ୱ ନେବେ ସେ କଥାକୁ ବି ଭୁଲ ପ୍ରମାଣିତ କରିଛନ୍ତି। ଶ୍ରମକୁ ସାହାରା କରି ଜୀବନ ଜିଇଁବା ସହ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଥିବା ନାରୀମାନଙ୍କ କଥା…
ଭାରତୀଙ୍କ ସଂସାର -ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ଭାରତୀ ନାୟକ। ବୟସ ପ୍ରାୟ ୪୭ ବର୍ଷ। ଶାଶୁଘର ଖୋର୍ଦ୍ଧାଜିଲାର ଚିଲିକା ବଉଳାବନ୍ଧରେ। ସେ କୁହନ୍ତି, ‘ମୋ ବିବାହର ୧୫ବର୍ଷ ପରେ ସ୍ବାମୀଙ୍କ ଅକାଳ ବିୟୋଗ ଘଟିଲା। ସେତେବେଳକୁ ମୋର ୩ଟି ସନ୍ତାନ ଛୋଟ ହୋଇଥିଲେ। ପିଲାଙ୍କୁ କିପରି ପାଳିବି ସେଥିପାଇଁ ଚିନ୍ତିତ ହୋଇପଡ଼ିଲି। ଏପଟେ ଶ୍ୱଶୁର ଘରର ସେମିତି କିଛି ସମ୍ପତ୍ତିବାଡ଼ି ନ ଥିଲା । ଏଥିଯୋଗୁ ଚଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅନେକ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା। ଏତେ ଅଭାବରେ ବଞ୍ଚତ୍ ରହିବା ଅପେକ୍ଷା ଦିନେ ଜୀବନ ହାରି ଦେବା ପାଇଁ ବି ମନସ୍ଥ କରିଥିଲି। ମାତ୍ର ପିଲାମାନଙ୍କ କଥା ମନେପଡ଼ିଲା, ସେମାନଙ୍କ ମୁହଁ ଆଖିରେ ନାଚିଉଠିଲା। ଶେଷରେ ନିଷ୍ପତ୍ତି ନେଲି ପିଲାମାନଙ୍କ ପାଇଁ ମତେ ବଞ୍ଚତ୍ବାକୁ ହେବ। ଯେତେ କଷ୍ଟ ହେଉପଛେ ମୁଁ ସେମାନଙ୍କ ଭବିଷ୍ୟତ ଗଢିବି। ଏହି ଚିନ୍ତାରେ ବିଭିନ୍ନ କାମ କରିବା ପାଇଁ ଯୋଜନା କଲି। ଏହି ସମୟରେ ଦେଖିଲି ଆମ ଅଞ୍ଚଳର କେତେଜଣ ମହିଳା ଓ ପୁରୁଷ ବିଭିନ୍ନ କାମଧନ୍ଦା ଅନ୍ବେଷଣରେ ଜଟଣୀକୁ ଯାଉଛନ୍ତି। ସେମାନଙ୍କ ସହିତ ଯିବା ପାଇଁ ଦିନେ ବଡ଼ିଭୋରରୁ ବାହାରି ପଡ଼ିଲି। ଏଥିପାଇଁ ପଡ଼ୋଶୀଘରେ ପିଲାଙ୍କୁ ଛାଡ଼ିଦେଇଥିଲି। କିନ୍ତୁ ସେଦିନ ଘରୁ ଯିବାବେଳେ ବହୁତ କାନ୍ଦିଥିଲି। ଯେତେବେଳେ ଶ୍ରମିକଭାବେ ବାଲିସିମେଣ୍ଟ ଗୋଳେଇବାକୁ କହିଲେ ସେସବୁ କିପରି ହେବ ଜାଣି ନ ଥିବାରୁ ମନ କଷ୍ଟ ହେବା ସହ ଭୟ ବି ଲାଗୁଥିଲା। ସେଠାରେ କାମ କରୁଥିବା ଅନ୍ୟ ମିସ୍ତ୍ରିଙ୍କଠାରୁ ବାଲି ସିମେଣ୍ଟ କେମିତି ଗୋଳାଯାଏ ପଚାରି ଶିଖିଲି। ଏହି କାମ ଯେତେ କଷ୍ଟ ହେଲେ ବି ମନରେ ଦୃଢ଼ତା ରଖି ସେଦିନ କରିଥିଲି। ସନ୍ଧ୍ୟା ବେଳକୁ ୨୫୦ଟଙ୍କା ମଜୁରି ମିଳିଲା । ପରିଶ୍ରମର ଟଙ୍କା ଦେଖି ବହୁତ ଖୁସି ହୋଇପଡ଼ିଲି, ଆଉ ସେବେଠାରୁ ପ୍ରତିଦିନ ଟ୍ରେନ୍‌ରେ ଜଟଣୀକୁ ଆସିଥାଏ। ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣାଧୀନ ରାସ୍ତା, ଡ୍ରେନ୍‌, କୋଠାବାଡ଼ି ଓ ଟାଇଲ୍‌ ବସାଇବା ଆଦି କାମ କରିଥାଏ। ଯାହା କିଛି ରୋଜଗାର ହୁଏ, ସେଥିରୁ ଯିବା ଆସିବା ଖର୍ଚ୍ଚ ଓ ଘରର ଖର୍ଚ୍ଚ ବାଦ୍‌ ବାକି କିଛି ଟଙ୍କା ପିଲାଙ୍କ ପାଇଁ ସଞ୍ଚୟ କରିଥାଏ। ଏମିତିରେ ପ୍ରାୟ ୧୧ବର୍ଷ ବିତି ସାରିଲାଣି। ମୋ ସହିତ ଆଉ ୬ଜଣ ମହିଳା ଶ୍ରମିକ ମୋ ଜରିଆରେ କାମ କରିଥାନ୍ତି। ମାଲିକଙ୍କଠାରୁ ପାରିଶ୍ରମିକ ଟଙ୍କା ଆଣି ସାଥିରେ ଯାଇଥିବା ଅନ୍ୟ ମହିଳା ଶ୍ରମିକଙ୍କୁ ପ୍ରଦାନ କରିଥାଏ। ଯେଉଁଠି କୋଠା ନିର୍ମାଣକାର୍ଯ୍ୟ ଲଗାତରଭାବେ ଚାଲୁରହିଥାଏ ସେଠାରେ ଘରଭଡ଼ା ନେଇ ଟାଇଲ ମିସ୍ତ୍ରିକାମ କରିଥାଏ। ପ୍ରତିଦିନ ବାଲିସିମେଣ୍ଟ କାମକଲେ ୫ଶହ ଟଙ୍କା ମିଳେ। ଆଉ ଟାଇଲ କାମରେ ଠିକାନେଇ ଦିନକୁ ହଜାରେ କିମ୍ବା ୨ହଜାର ଟଙ୍କା ଭାଗ ପଡ଼େ। ଏବେ ଗାଁରେ ମୋର ଦୁଇପୁଅ ରହୁଛନ୍ତି। ଝିଅର ବାହାଘର ୨ବର୍ଷ ହେବ ସାରିଛି। ଦେହ ଅସୁସ୍ଥ ଥିଲେ ବି ବଞ୍ଚତ୍ବା ପାଇଁ ଅନେକ ସମୟରେ ପରିଶ୍ରମ କରିଛି। ଶ୍ରମିକ କାର୍ଡଥିଲେ ବି ଏଯାଏ ସେମିତି କିଛି ସୁବିଧା ମିଳିନି।

ଅନିତାଙ୍କ କାନ୍ଧରେ ଦୁତ୍ଃଖର ଭାର: ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ସରକାର ବାହାବା ନେଉଛନ୍ତି। ହେଲେ ଅନିତାଙ୍କ ପରିବାରକୁ ସରକାରୀ ସହାୟତା ସାତସପନ। ଗଞ୍ଜାମ ଜିଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡର ବାଲିଘାଇ ଗ୍ରାମରେ ବସବାସ କରନ୍ତି ମଦନ ଗୌଡଙ୍କ ପରିବାର। ମଜୁରିଆ ଭାବେ କାମ କରି ସେ ଚଳଉ ଥିଲେ ୭ ପ୍ରାଣୀ କୁଟୁମ୍ବ। ହେଲେ ଏବେ କାମ କରିବାକୁ ସକ୍ଷମ ନାହାନ୍ତି ମଦନ। ପ୍ରାୟ ୭ ବର୍ଷ ହେଲା ମଦନ ଓ ତାଙ୍କ ସ୍ତ୍ରୀ ଝୁନୁ ଗୌଡ ଉଭୟ ପକ୍ଷାଘାତ ରୋଗରେ ପୀଡ଼ିତ। ଏଣେ ସାନ ଝିଅ କୁନି ଦୃଷ୍ଟିବାଧିତା। ଘରେ କେହି ରୋଜଗାର କରିବାକୁ ନ ଥିବା ଯୋଗୁ ବଡ଼ଝିଅ ଅନିତାଙ୍କ ଉପରେ ପଡିଲା ପରିବାରର ବୋଝ। ତେଣୁ ସେ ରୋଜଗାର ପାଇଁ ଘରୁ ଗୋଡ କାଢିଲେ। କଲେ ଦିନମଜୁରିଆ କାମ। ଆଉ ଯାହା ରୋଜଗାର ହେଲା ସେତିକିରେ ଚଳୁଛି ତାଙ୍କ ପରିବାର। ଏମିତିରେ ଓଳିଏ ଖାଇଲେ ଆର ଓଳି ଭୋକ ଉପାସରେ ବିତେ ତାଙ୍କ ଜୀବନ। ଯାହା କିଛି ଘରର ଧନସମ୍ପତ୍ତି ଥିଲା ତାକୁ ବିକିି ଚିକିତ୍ସା କରାଇଲେ। ହେଲେ ଏବେ ସବୁକିଛି ସରିଯାଇଥିବାରୁ ଆଉ ଚିକିତ୍ସା କରି ପାରୁନାହାନ୍ତି। ଅନ୍ୟ ପଟେ ଏହି ଅସହାୟ ଗରିବ ପରିବାରକୁ ମିଳିପାରି ନାହିଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଖଣ୍ଡେ। ଏଥିପାଇଁ ସେ ପ୍ରତିଦିନ ନିକଟସ୍ଥ ଆଖପାଖ ଗାଁରେ ବିଭିନ୍ନ ନିର୍ମାଣାଧୀନ କାମରେ ଯୋଗ ଦେଇ ଦିନକୁ କେବେ ୨୫୦ଟଙ୍କା ତ ପୁଣି କେଉଁଦିନ ୩ଶହ ଟଙ୍କା ରୋଜଗାର କରୁଛନ୍ତି। ଯାହାକିଛି ରୋଜଗାର କରନ୍ତି ସେଥିରେ ରୋଗଣା ବାପା ମା’ ଓ ଭଉଣୀ ତୁଣ୍ଡରେ ଖାଦ୍ୟ ଦେଇଥାନ୍ତି। ଅଭାବ ଅନଟନରେ ଏହି ପରିବାର କାଳାତିପାତ କରୁଛନ୍ତି ।
ବଞ୍ଚିଥିବା ଯାଏ ଖଟିଚାଲିଥିବି -ପାହାନ୍ତା ପ୍ରହରରୁ ରୋଷେଇ କାମ ସାରି ସ୍ବାମୀ ଓ ଦୁଇ ପିଲାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଦେଇଥାଏ। ତା’ ପରେ ମୋ କାମରେ ବଡ଼ିଭୋରରୁ ବାହାରିପଡ଼େ । କାମ ସାରି ଘରେ ପହଞ୍ଚିଲାବେଳକୁ କେଉଁ ଦିନ ରାତି ୮ଟା ତ କେତେବେଳେ ୯ଟା ବାଜେ, ବେଳେବେଳେ ରାତି ୧୦ଟା ବି ହୋଇଯାଏ। ଏପରି ଚାଲିଛି ୧୦ବର୍ଷ ହେବ। କାମକୁ ଯାଉଛି ବୋଲି ଚାରିପ୍ରାଣୀ ଚଳୁଛୁ।
କିଛି କୁହନ୍ତି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ସାନନଇରୀ ଗ୍ରାମର ସଖୀ ବେହେରା। ସେ କୁହନ୍ତି, ‘ଆମେ ଗରିବ ଲୋକ ଆଜ୍ଞା, ଖଟିଲେ ଖାଇବୁ ନ ହେଲେ ଉପବାସ। ଦିନଥିଲା ମୋ ସ୍ବାମୀ ଚିଲିକାକୁ ଯାଉଥିଲେ। ଏବେ ସେ ଅସୁସ୍ଥ, ପୁଣି ଚିଲିକାର ପରିସ୍ଥିିତି ଭଲ ନାହିଁ। ସକାଳ ହେଲେ ପେଟର ଚିନ୍ତା। ୪ଜଣ ବଞ୍ଚିବୁ କେମିତି। ଗାଁର ଅନ୍ୟମାନଙ୍କଠାରୁ ବାଲିସିମେଣ୍ଟ କାମ ଶିଖିଲି ।
ଶ୍ରମିକ ଭାବେ ଖଟିଲେ ଦିନକୁ ୫ଶହ ଟଙ୍କା ମିଳୁଛି। ସେଥିରେ ଘର ଚଳୁଛି। ଦିନରାତି ଯିବା ଆସିବା ସହିତ ବାଲିସିମେଣ୍ଟ କାମରେ ଖଟିବାରେ କେତେବେଳେ ସମୟ ବିତୁଛି ଜଣାପଡ଼ୁନି। ଏଯାଏ ଶ୍ରମିକ କାର୍ଡଟିଏ ପାଇନି କି ମୋର ରାଶନ କାର୍ଡ ହୋଇପାରିନାହିଁ। ଗାଁରେ କେତେଜଣଙ୍କୁ କେତେ ଗୁହାରି କରିଛି । ହେଲେ କେହି ଏଯାଏ ଏହି କାର୍ଡ କରେଇ ଦେଉନାହାନ୍ତି। ବଞ୍ଚିଥିଲା ଯାଏ ଖଟୁଥିବି, କାରଣ ମୋ ଉପରେ ପରିବାରର ୩ଜଣ ନିର୍ଭରଶୀଳ ! ସେମାନଙ୍କ କଥା ବୁଝିବ କିଏ?
ରାଜମିସ୍ତ୍ରି କାମ କରି ପରିବାର ଚଳାନ୍ତି ମମତା:ଅନେକ ସମୟରେ ଆମେ ଦେଖୁ ଝିଅମାନେ ବାଲ୍ୟ ବିବାହ କରିବା ନଚେତ କେଉଁ ପୁଅକୁ ନିଜେ ପସନ୍ଦ କରି ବିବାହ କରନ୍ତି । କିନ୍ତୁ ଏମିତି ବି ଝିଅ ଅଛନ୍ତି ଯେଉଁମାନେ କି ପରିବାର ପାଇଁ ନିଜର ସୁଖ ସ୍ବାର୍ଥକୁ ତ୍ୟାଗ କରିଥାନ୍ତି । ଯେଉଁଠି ପୁଅ ମା’ ବାପାଙ୍କର ହାତ ଛାଡି ଦେଇ ଦୂରେଇଯାଏ। ଏମିତି ପରିସ୍ଥିତିରେ ଝିଅ ସେଠି ମା’ ପାଇଁ, ଘର ପାଇଁ ବିବାହ କରିବାକୁ ମନା କରିଛନ୍ତି। ଏମିତି ଜଣେ ଝିଅ ସେ ଟ୍ରାକ୍ଟର ଚଳାଇ ପାରନ୍ତି, ଓଟ ଓ ଘୋଡ଼ାଉପରେ ବସିପାରନ୍ତି। ପୁଣି ଘର ପାଇଁ ରାଜମିସ୍ତ୍ରି କାମ କରି ପରିବାର ମୁହଁରେ ହସ ଫୁଟାଇଥାନ୍ତି। ସେ ହେଲେ ରାୟଗଡ଼ା ଜିଲା ରାୟଗଡା ବ୍ଲକର ପିତାମହଲ ଗ୍ରାମର ପାଇକ ସାହିର ମମତା ନାୟକ( ୩୦) l ସେ
ମା’ ଗର୍ଭରେ ଥିବାବେଳେ ତାଙ୍କର ବାପା ଚାଲିଗଲେ ଆରପାରିକୁ। ପରିବାର କହିଲେ ବିଧବା ମା’ ୩ ଭଉଣୀ, ଗୋଟିଏ ଭାଇ। ହେଲେ ସମୟକ୍ରମେ ୩ ଭଉଣୀ ଙ୍କ ବିବାହ ସରିଲା। ଭାଇ ମଧ୍ୟ ବିବାହ କରି ବାପା ମାଠାରୁ ଦୂରେଇଗଲେ। ମମତାଙ୍କ ଭାଇ ଭଉଣୀ ନିଜ ନିଜ ପରିବାରକୁ ଧରି ଅନ୍ୟ ଘରେ ରହୁଥିବାବେଳେ ଦୀର୍ଘ ୧୧ବର୍ଷ ବୟସରୁ ମମତା ଶ୍ରମିକ ଭାବେ ବିଭିନ୍ନ କାମ କରି ଘର ଚଳାନ୍ତି । ଘରର ସବୁ ଖର୍ଚ୍ଚ ବହନ କରନ୍ତି । ସରକାରଙ୍କ ତରଫରୁ ଦିଆଯାଇଥିବା ଇନ୍ଦିରା ଆବାସରେ ମମତା ଓ ତାର ମା’ ରହୁଛନ୍ତି । ହେଲେ ଇନ୍ଦିରା ଆବାସ ବହୁ ପୁରୁଣା ହୋଇଯାଇ ଥିବାରୁ ଭାଙ୍ଗି ଯିବା ପରେ ନିଜେ ସଞ୍ଚିତ ରଖିଥିବା ଟଙ୍କାରେ ନିଜେ ନିଜ ସାଙ୍ଗମାନଙ୍କ ସହ ମିଶି ଘରର ଟିଣ ଇଟା ଯୋଡି କାନ୍ଥ କରି ରହୁଛନ୍ତି l ଏପରି ମିସ୍ତ୍ରି କାମ କରିବା ଦ୍ୱାରା ଅନେକ ସମୟରେ ଲୋକେ ମମତାଙ୍କୁ ନେଇ ନାନା ଥଟ୍ଟା ପରିହାସ କରିଥାନ୍ତି । ଝିଅ ହୋଇ ମିସ୍ତ୍ରିକାମ କ’ଣ କରିବ ବୋଲି କୁହନ୍ତି । କିନ୍ତୁ ସେ କୁହନ୍ତି ବଞ୍ଚିବା ପାଇଁ ପରିଶ୍ରମ କରୁଛି। ଏଥିରେ ପରିବାର ଚଳୁଛି। କିନ୍ତୁ ପିଲାଟି ଦିନରୁ ପାଠ ପଢିବାକୁ ଅନେକ ଇଚ୍ଛା ଥିଲା, ହେଲେ ଖାଇବାକୁ, ପିନ୍ଧିବାକୁ ଟଙ୍କା ନଥିଲା, ବାଧ୍ୟ ହୋଇ ସେ ୧୧ ବର୍ଷ ବୟସରୁ ଦିନମଜୁରିଆ ଭାବେ କାମକରି ଦିନକୁ ପ୍ରଥମେ ୨୦ ଟଙ୍କା ମଜୁରି ପାଇଲି । ସକାଳ ୮ ଟାରୁ କାମକୁ ଯାଇ ଦିନ ୧ଟାରେ ମଧ୍ୟାହ୍ନ ସମୟରେ ଖାଇବା ପାଇଁ ରେଷ୍ଟ ନେବା ପରେ ପୁଣି ୨ ଟାରୁ ୫ ଟା ୩୦ରେ କାମ ସାରି ଘରକୁ ଆସେ । ଘର ଏବଂ ମା’ଙ୍କର ଦାୟିତ୍ୱ ମୋ ଉପରେ। କେହି ମା’ଙ୍କ କଥା ବୁଝନ୍ତି ନାହିଁ । ମା’ଙ୍କର ସ୍ବାସ୍ଥ୍ୟ ଭଲ ନାହିଁ । ମଧୁମେହ ରୋଗରେ ପୀଡ଼ିତ । ତେଣୁ ତାଙ୍କ ମେଡ଼ିସିନ ଏବଂ ଘର ଖର୍ଚ୍ଚ ମୋ ଉପରେ ପଡୁଛି । ମା’ବାପା ପିଲାବେଳୁ ଆମକୁ ବଡ଼ କରିଛନ୍ତି। ଆମର କର୍ତ୍ତବ୍ୟ ଆମେ ବୃଦ୍ଧା ଅବସ୍ଥାରେ କିପରି ଛାଡିବା ବୋଲି କହିଛନ୍ତି । ଏଥିପାଇଁ ବିବାହ ମଧ୍ୟ କରିବେ ନାହିଁ ବୋଲି ମନସ୍ଥ କରିଛି । ନିଜର ଶ୍ରମ ଦାନ କରି ମଜୁରି ଲାଗି ଘରକୁ ଚଳାଇଉଛି। ସକାଳ ୫ଟାରୁ ଉଠି ନିଜ ଘରର ରୋଷେଇ କାମ ସାରିବା ପରେ କାମରେ ବାହାରିଯାଏ। ଅନେକ ଜାଗାରେ ମଜୁରି କାମ କରି କରି ମିସ୍ତ୍ରିମାନେ କରୁଥିବା କାମକୁ ଭଲ ଭାବେ ଅନୁଧ୍ୟାନ କରି ଦେଖେ। ଏପରି ଇଚ୍ଛା ଶକ୍ତି ଥିଲା, ଆଗ୍ରହ ଥିଲା। ତେଣୁ ଦେଖି ଦେଖି ଶିଖିଛିି। ମଜୁରି ହେଲ୍ପର ଭାବେ ଯେଉଁଠି ପୁଅମାନଙ୍କୁ ୬୦୦ଟଙ୍କା ଦିଅନ୍ତି ସେଠି ମତେ ୩୦୦ଟଙ୍କା ଦିଅନ୍ତି l କେତେକ ଜାଗାରେ ମିସ୍ତ୍ରି ଭାବେ କାମ ପାଇଁ ମଧ୍ୟ ଡାକନ୍ତି କିନ୍ତୁ ପୁଅମାନଙ୍କୁ ଯାହା ବି ଦିଅନ୍ତି ତା’ର ଅଧା ହିଁ ଝିଅଙ୍କୁ ମିଳେ। ମୋତେ ବି ସେହିପରି ଟଙ୍କା ମିଳିଛୁ। ଟ୍ରାକ୍ଟରରେ ବାଲି ଲୋଡ଼ କରିବା କାମ, ଇଟା ଯୋଡ଼ି କାନ୍ଥ ବନେଇବା କାମ, କଂକ୍ରିଟ, ପିଲର, ଘର କାମ, ଛାତ ପକେଇବା, ସରକାରଙ୍କ ଏମଜିଏନଆରଇଜିଏର ଡଷ୍ଟବିନକୁଣ୍ଡ ବନାଇବା ସହ ରାସ୍ତା କାମ କରେ। କିନ୍ତୁ ଆଜି ସୁଦ୍ଧା କେତେକ କାମରେ ବିଲ୍‌ ହୋଇନି ଅସୁବିଧାରେ ଚଳୁଛି। ଲେବର କାର୍ଡ ଥିଲେ ସୁଦ୍ଧା କୌଣସି ସାହାଯ୍ୟ ପାଉଇପାରୁନାହିଁ। ନିଜ ଅଞ୍ଚଳରେ ଏଚ୍‌ପି ଗ୍ୟାସ କମ୍ପାନୀ ପ୍ରତିଷ୍ଠିତ କରାଗଲା। ଦିନରାତି ସେଠାରେ କାମ କଲୁ । ସେଥିରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇମଧ୍ୟ କିଛି ରଖିଲେ ନାହିଁ। ବେଳେବେଳେ ଦେହ ଅସୁସ୍ଥ ରହିଲେ ବି ବାଧ୍ୟହୋଇ ମିସ୍ତ୍ରି କାମ କରୁଛି l
ମୋର, ଆଉ ୧୫ ପରିବାର ଚଳୁଛୁ: କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଅଞ୍ଚଳର ଦମୟନ୍ତୀ ମଣ୍ଡଳ। ବୟସ ପ୍ରାୟ ୪୨ ଡେଇଁଲାଣି । ଏବେ ସେ ଜଣେ କୁଶଳୀ ରାଜମିସ୍ତ୍ରି ଭାବେ ଏହି ଅଞ୍ଚଳରେ ବେଶ୍‌ ଜଣାଶୁଣା। ସେ କୁହନ୍ତି ଆଜକୁ ପ୍ରାୟ ୧୮ବର୍ଷ ତଳେ ମୋ ସ୍ବାମୀଙ୍କ ଦେହାନ୍ତ ଘଟିଲା। କିନ୍ତୁ ଘରେ ଦୁଇଝିଅ ଓ ଗୋଟିଏ ପୁଅକୁ କିପରି ପୋଷିବି ଚିନ୍ତାରେ ପଡ଼ିଲି। ଏମାନଙ୍କ ମୁହଁରେ ଦାନାପାଣି ଦେବା ପାଇଁ ପ୍ରଥମେ କିଛି ପରିଶ୍ରମକରି ଦିନକୁ ମାତ୍ର ୨୦ଟଙ୍କା ରୋଜଗାର କଲି। ଏତିକିରେ ଚଳିବା ଭାରି କଷ୍ଟ ହୋଇପଡିଲା। ମାତ୍ର ବଞ୍ଚିବା ପାଇଁ ଦିନେ ପାରାଦୀପସ୍ଥିତ ବୃହତ୍‌ ସାରକାରଖାନାଠାରେ ଜଣେ ରାଜମିସ୍ତ୍ରିଙ୍କ ପାଖରେ ପହଞ୍ଚତ୍ କିଛିଦିନ ହେଲ୍ପର କାମ ଶିଖିଲି । ଏଥିପାଇଁ ବହୁ ଟାହିଟାପରା ଶୁଣିଲି। କିନ୍ତୁ ସେସବୁକୁ ଖାତିର ନ କରି ସମୟକ୍ରମେ ନିଜେ ଜଣେ ରାଜମିସ୍ତ୍ରି ପାଲଟିଗଲି। ଏବେ ମୋ ସହିତ ୪ଜଣ ରାଜମିସ୍ତ୍ରି ଓ ୧୦ଜଣ ହେଲ୍ପର ରହୁଛନ୍ତିି। ସେମାନଙ୍କୁ ଗୃହ ନିର୍ମାଣକାମ ଯୋଗାଉଛି। ସେମାନେ ରୋଜଗାର କରି ପରିବାର ଚଳାଉଛନ୍ତି। ମୋର ମଧ୍ୟ ରୋଜଗାର ହେଉଛି । ଏଥିରେ ମା ’ଓ ମୋ ପିଲାମାନେ ମିଶି ପ୍ରାୟ ୫ଜଣ ସଦସ୍ୟ ଚଳୁଛୁ।ତେବେ ଏମାନଙ୍କ ବ୍ୟତିତ୍‌ ଅନେକ ମହିଳା ଅଛନ୍ତି ଯେଉଁମାନେ କି ନିଜ ପରିବାର ସହିତ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଥାନ୍ତି।

ବନବିହାରୀ ବେହେରା, ଭାଗ୍ୟଶ୍ରୀ ମିଶ୍ର, ସୁବ୍ରତ ବେହେରା, ପ୍ରତାପଚନ୍ଦ୍ର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri