୨୪ ଦାଦନ ଶ୍ରମିକଙ୍କୁ କେସିଙ୍ଗା ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର କଲା ଶ୍ରମ ବିଭାଗ

କେସିଙ୍ଗା,୨୬ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ତଥା ପଶ୍ଚିମ ଓଡ଼ିଶାରୁ ପ୍ରତି ଦିନ ଟ୍ରେନ୍‌ ଯୋଗେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ହଇରାଣ ହରକତ ହେଉଥିବା ଦେଖାଯାଇଥିଲା। କଳାହାଣ୍ଡି ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରା କେସିଙ୍ଗା ରେଳ ଷ୍ଟେଶନରୁ ରବିବାର ସନ୍ଧ୍ୟାରେ ଉଦ୍ଧାର କରିଛି। ପରିବାର ଗୁଜୁରାଣ ପାଇଁ କେତେ ଆଶା ରଖି ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ପରିବାର ପ୍ରତି ପୋଷଣ ଆଶା ରଖି ଦଲାଲ କବଜାରେ ପଡ଼ି ଅଗ୍ରୀମ ବାବଦକୁ ମୋଟା ଅଙ୍କରେ ଶ୍ରମିକମାନେ ଦଲାଲଠାରୁ ନେଇଥାଆନ୍ତ। କରଜ ଶୁଝିବା ପାଇଁ ଦଲାଲ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଇତ୍ୟାଦି ବାହାର ରାଜ୍ୟକୁ ନେଇଥାଏ। କଳାହାଣ୍ଡି ଜିଲାର ୧୩ଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଦାଦନ ଖଟିବାକୁ ସପରିବାର ସହିତ ବିଭିନ୍ନ ପ୍ରଦେଶକୁ ଯାଇଥାନ୍ତି। ସେହିଭଳି ବଲାଙ୍ଗୀର ଜିଲାରୁ ମଧ୍ୟ ଦୈନିକ ଟ୍ରେନ୍‌ ଯୋଗେ ବାହାର ରାଜ୍ୟକୁ ଯାଉଛନ୍ତି। କିଛି ଦିନ ଭଲରେ କାମ କରିବା ପରେ ଦାଦନ ଶ୍ରମିକଙ୍କୁ ମାଲିକ ଓ ଦଲାଲମାନେ ନିର୍ଯାତନା ଦେଇ ମାଡ଼ ମାରି କାମ କରାଇଥାନ୍ତି। କିଏ ଯଦି ଏହି ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କଲେ ବେଳେବେଳେ ତାଙ୍କର ଜୀବନ ମଧ୍ୟ ଚାଲିଯିବାର ମଧ୍ୟ ନଜରକୁ ଆସିଛି।

ଶ୍ରମିକଙ୍କ କାମର ଉଚିତ ମୂଲ୍ୟ ନ ମିଳିବାରୁ ଏବେ ମଧ୍ୟ ବାହାର ରାଜ୍ୟରେ ଜିଲାର ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେହିଭଳି ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ କେସିଙ୍ଗା, ଜୁନାଗଡ଼ ଓ ମ. ରାମପୁର ବ୍ଲକର ୨୪ ଜଣ ଦାଦନ ବହୁ ନିର୍ଯାତନା ଦେବା ସହ ମାଡ଼ ମାରି ହଇରାଣ ହରକତ କରି ଖାଇବା ପିଇବା ପାଇଁ ଠିକ୍‌ ଭାବେ ଦିଆ ଯାଉ ନ ଥିଲା। ଶ୍ରମିକମାନେ ବହୁ କଷ୍ଟ ଅନୁଭବ କଲା ପରେ ପରିବାର ଲୋକଙ୍କୁ ଏହି ସବୁ ଦୁଃଖ ଯନ୍ତ୍ରଣା ଜଣାଇଲା ପରେ ପରିବାର ବର୍ଗ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲା ଶ୍ରମ ବିଭାଗ ସେଠାକାର ଜିଲା ପ୍ରଶାସନଙ୍କ ସହ ଯୋଗାଯୋଗ କରି ୨୪ ଜଣ ଦାଦନ ଶ୍ରମିକଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖିଥିଲେ। ଶ୍ରମିକମାନେ ଏରନାକୁଲମ୍‌ ଏକ୍ସପ୍ରେସରେ ୨୪ ଜଣ ଦାଦନକୁ କେସିଙ୍ଗା ରେଳ ଷ୍ଟେଶନଠାରେ ଗତକାଲି ସନ୍ଧ୍ୟାରେ ପହଞ୍ଚିବା ପରେ ଜିଲା ଶ୍ରମ ଅଧିକାରୀ ଜିତାମ ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ନାମ ଗ୍ରାମ ଠିକଣା ନୋଟ୍‌ କରିଥିଲେ। ଦାଦନଶ୍ରମିକଙ୍କୁ ଜଳପାନର ବ୍ୟବସ୍ଥା କରି ନିଜନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଶ୍ରମବାହିନୀ ସଭାପତି ଝସକେତନ ବାଗ, ବିଏସ୍‌ସିଏସ୍‌ଡବ୍ଲ୍ୟୁ ୟୁନିଅନର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ରେଳବାଇ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?