କାମ ଅନ୍ବେଷଣରେ ଗାଁ ଛାଡୁଛନ୍ତି ଶ୍ରମିକ

ନୂଆପଡ଼ା ଅଫିସ,୧୮।୧୦: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବର୍ଷର ୬ ମାସ ଚାଷ କରି ଅମଳ ପରେ ଅଧା ୬ ମାସ କାମ ଅନ୍ନେଷଣରେ ବାହାର ରାଜ୍ୟକୁ ଦାଦନ ଯାଇଥାନ୍ତି। ନୂଆପଡା ଏକ ଦାଦନ ପ୍ରବଣ ଜିଲା ହୋଇଥିବାରୁ ପ୍ରତିବର୍ଷ ହଜାର ହଜାର ଲୋକ କାମ ଧନ୍ଦା ଅନ୍ନେଷଣରେ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ ଭଳି ବାହାର ରାଜ୍ୟକୁ ଦାଦନ ଯାଇଥାନ୍ତି। ସରକାର ଦାଦନ ରୋକିବା ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ନୂଆପଡା ସଦର ବ୍ଲକ ବୋଇରଭାଡି ଗାଁରେ ଏସବୁ ଯୋଜନା କାମକୁ ଆସୁନାହିଁ। ୪ ୱାର୍ଡ ବିଶିଷ୍ଟ ବୋଇରଭାଡି ଗାଁର ପ୍ରାୟ ୧୦ଟି ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସାରିଥିବା ବେଳେ ଆଗକୁ ଆହୁରି ୭୦ ପରିବାର ଦାଦନ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଗାଁର ତିଜିଆ ପାଣ୍ଡେ ନାମକ ଜଣେ ମହିଳାଙ୍କ ସ୍ବାମୀ ଦୁଇ ବର୍ଷ ତଳେ ଅଜଣା ରୋଗରେ ପଡି ମୃତ୍ୟୁବରଣ କରିଥିଲେ। ତାଙ୍କର ଦୁଇ ପୁଅ ସେ ସମୟରେ ବାପାଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଧାର କରଜ କରିଥିଲେ। ଧାର ଟଙ୍କା ସୁଜିବା ପାଇଁ ଦୁଇ ପୁଅ ଭରତ ପାଣ୍ଡେ ଓ ଭୋଲା ପାଣ୍ଡେ ପରିବାର ସହ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ସାରିଲେଣି। ସେହି ଗାଁର ସନ୍ତରାମ ପାଣ୍ଡେ ଓ ରାଧେ ପାଣ୍ଡେଙ୍କ ପରିବାର ମଧ୍ୟ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କିଛି ପରିବାରର ସମସ୍ତ ଲୋକ ଦାଦନ ଯାଇଥିବାରୁ ଘରେ ତାଲା ଝୁଲୁଛି। ସ୍ଥାନୀୟ ୱାର୍ଡମେମ୍ବରଙ୍କ କହିବାନୁଯାୟୀ ଗାଁରେ ଅନେକ ଲୋକଙ୍କ ଜମିବାଡି ବେଶି ନ ଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ହେଉ ବା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହିଳାମାନଙ୍କୁ ଆବଶ୍ୟକ ଅନୁସାରେ କାମରେ ନିୟୋଜିତ କରାଯାଇ ପାରୁ ନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ହଇରାଣ ହେଉଛନ୍ତି। ଅନେକ ସମୟରେ ଦାଦନ ନିର୍ଯାତନା କଥା ସାମନାକୁ ଆସୁଥିବା ବେଳେ ଶ୍ରମିକ ସୁରକ୍ଷା ଆଇନ ଅନୁସାରେ ବାହାର ରାଜ୍ୟକୁ ଦାଦନ ଯାଇଥିବା ଶ୍ରମିକମାନଙ୍କ ସମସ୍ତ ତଥ୍ୟ ପ୍ରଶାସନ ରଖିବା ଜିଲାରେ ସମ୍ଭବ ହୋଇପାରୁନାହିଁ। ପ୍ରସ୍ତୁତ ହୋଇ ରହିଥିବା ଶ୍ରମିକମାନେ ଆମକୁ ଉଚିତ ପାରିଶ୍ରମିକ ଓ ଠିକ ସମୟରେ କାମ ମିଳିଲେ କାହିଁକି ବାହାର ରାଜ୍ୟକୁ କାମ କରିବାକୁ ଯିବୁ ବୋଲି ଲୋକେ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସହ ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ଲୋକେ ଦାଦାନ ଯିବା ଭଳି ଜଣାପଡୁ ନାହିଁ। ଆମ ଟିମ ଗାଁ ଗାଁ ଯାଇ ସଚେତନ କରୁଛି। ଯେଉଁ ଗାଁରୁ ଖବର ଆସିଲେ, ସେହି ଗାଁକୁ ଯାଇ ନାମ ପଞ୍ଜୀକରଣ କରି ଶ୍ରମ କାର୍ଡ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri