ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା। ହେଲେ ୩ ଘଣ୍ଟା ପୋଲିସ ହାଜତରେ ରହିବା ପରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଛି। ସୂଚନା ଅନୁଯାୟୀ, ୧୯୯୨ ପଞ୍ଚାୟତ ନିର୍ବାଚନ ସମୟରେ ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତରେ ସଶସ୍ତ୍ର ପୋଲିସ ବାହିନୀଙ୍କ ଉପସ୍ଥିତିରେ ବୁଥ ଦଖଲ ହୋଇଥିଲା। ଏସ୍‌ୟୁସିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲାବେଳେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ପୋଲିସ ଫାଙ୍କା ଗୁଳିଚାଳନା କରି ଏସ୍‌ୟୁସିଆଇ ନେତା କର୍ମୀମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ା ଫଳରେ ସେତେବେଳର ଏସ୍‌ୟୁସିଆଇ ନେତା ବିଳାସ କୁମାର ବେହୁରାଙ୍କୁ ପ୍ରବଳ ମାଡମାରି ରକ୍ତାକ୍ତ କରାଯାଇଥିଲା ା ଏହି ଖବର ପାଇ ମାୟାଧର ନାୟକ ବିଳାସଙ୍କୁ ସୁକିନ୍ଦାଗଡକୁ ଆଣି ଚିକିତ୍ସା କରାଇ ଥିଲେ। ସେତେବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଗଣ୍ଡଗୋଳ ସମୟରେ ଉପସ୍ଥିତ ନ ଥିବା ମାୟାଧରଙ୍କ ସମେତ ୧୬ ଜଣଙ୍କ ନାଁରେ ସୁକିନ୍ଦା ଥାନାରେ ଏତଲା ଦେଇଥିଲେ ା ଥାନା ଅଧିକାରୀ ସଙ୍ଗୀନ ଦଫାରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଇତିମଧ୍ୟରେ ୩୧ ବର୍ଷ ବିତିଗଲାଣି। ଜଣେ ଅଭିଯୁକ୍ତ ପିମ୍ପୁଡିଆ ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କ ମୃତ୍ୟୁ ହୋଇସାରିଛି। ଏବେ ସୁକିନ୍ଦା କୋର୍ଟରୁ ଫାଇଲ ଖୋଳତାଡ କରି ୧୯୯୨ ବର୍ଷର କେସକୁ ବାହାର କଲେ ା ସେହି ୧୬ ଜଣଙ୍କ ମଧ୍ୟରୁ ପ୍ରାଣକୃଷ୍ଣ ମହନ୍ତଙ୍କୁ ଗିରଫ କରି ୫ ଦିନ ରଗଡି ଜେଲରେ ରଖିଲେ ା ଅନ୍ୟମାନଙ୍କ ନାଁରେ ୱାରେଣ୍ଟ ଜାରି ହୋଇଗଲା ା ଗତ ୯ ତାରିଖରେ ମାୟାଧର ନାୟକଙ୍କ ସମେତ ବିଳାସ ବେହୁରା, ରାଜକିଶୋର ବାରିକ, ପରେଶ ମହନ୍ତ, ଶ୍ରୀକାନ୍ତ ନାୟକ ପ୍ରମୁଖ ୧୫ ଜଣ ସୁକିନ୍ଦା କୋର୍ଟରେ ଆମତ୍ସମର୍ପଣ କରିଥିଲେ ା ହେଲେ କୋର୍ଟ ଅଭିଯୁକ୍ତମାନଙ୍କୁ ଜେରା କରି କୋର୍ଟ ହାଜତକୁ ପଠାଇଲେ ା ହେଲେ ଅପରାହ୍ନ ୫ଟା ବେଳେ ସମସ୍ତ ଅଭିଯୁକ୍ତମାନଙ୍କୁ ଜାମିନରେ ଖଲାସ କରିଦେଲେ ା
ଏ ସଂକ୍ରାନ୍ତରେ ମାୟାଧର କହିଛନ୍ତି, କଲରଙ୍ଗୀ ଖଣି ଶ୍ରମିକଙ୍କ ବକେୟା ପାଉଣା ୫୦ କୋଟି ଟଙ୍କା ଦାବି କରାଯିବାରୁ ସାରା ରାଜ୍ୟରେ ପ୍ରବଳ ଆଲୋଡନ ସୃଷ୍ଟି କରିଛି। ବର୍ଷ ବର୍ଷ ଧରି ଓଡିଶାର ଖଣିଖାଦାନ, କଳକାରଖାନା, ଶିଳ୍ପାଞ୍ଚଳର ନିର୍ଯାତିତ, ଶୋଷିତ ଶ୍ରମିକ କର୍ମଚାରୀମାନଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ଜାଗରଣ ହୋଇଛି ା ସବୁ ସ୍ଥାନରେ ଶ୍ରମିକ କର୍ମଚାରୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଆଇନଗତ ଗଣତାନ୍ତ୍ରିକ ଅଧିକାର ଦାବି ତେଜିବାରେ ଲାଗିଛି। ମାଲିକ, ନେତା ଓ ଅଫିସରମାନଙ୍କ ଅସାଧୁ ମେଣ୍ଟରେ ଓଡ଼ିଶାର ଗରିବ ଶ୍ରମିକଙ୍କ ବିପୁଳ ଅର୍ଥ ଆତ୍ମସାତ୍‌ କରାଯାଇଛି ା ଏଥିପାଇଁ ଅସାଧୁ ମେଣ୍ଟ ଶ୍ରମିକ ନେତା ମାୟାରଧଙ୍କ ଉପରେ ପ୍ରବଳ ରାଗ ରଖି ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଦୀର୍ଘ ୩୧ ବର୍ଷର ମାମଲାର ଖୋଲତାଡ କରାଯାଇଛି। ଯେତେ ଯାହା ଷଡଯନ୍ତ୍ର କଲେ ବି ସାରା ରାଜ୍ୟର ଶ୍ରମିକ କର୍ମଚାରୀମାନଙ୍କ ପ୍ରାପ୍ୟ ପାଇବାର ବାକି ପଡିଛି ତାକୁ ଦେବାକୁ ହେବ ହିଁ ହେବ ା ନଚେତ୍‌ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ସୂଚାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri