ସାର୍ଥକ ହୋଇଛି ଶ୍ରମ

କାମାକ୍ଷାନଗର, ୧।୧୧: ଧଳା ଘୁଷୁରି ଚାଷରେ ଲାଭ ଅଧିକ। ହେଲେ ଏଭଳି ଚାଷ ଏବଂ ମାଂସ ବ୍ୟବସାୟକୁ ନେଇ ଲୋକଙ୍କ ମନରେ ଏବେ ବି ରହିଛି ନକାରାତ୍ମକ ଚିନ୍ତାଧାରା। ଫଳରେ ଭଲ ଜଳବାୟୁ, ଉନ୍ନତ ପରିବେଶ ସାଙ୍ଗକୁ ଭିତ୍ତିଭୂମି ଥିବା ସତ୍ତ୍ୱେ ଧଳା ଘୁଷୁରି ପାଳନ କରିବାକୁ ଆଗ୍ରହୀ ହେଉନାହାନ୍ତି ଚାଷୀ। ତେବେ ପ୍ରତିକୂଳ ପରିବେଶ ଏବଂ ବ୍ୟବସାୟର ସୁବିଧା ନ ଥିବା ସତ୍ତ୍ୱେ ଧଳା ଘୁଷୁରି ପାଳନ କରି ଭାଗ୍ୟ ବଦଳାଇବା ଆଶାରେ ରହିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲ ଗ୍ରାମର ୩୩ ବର୍ଷୀୟ ଯୁବଚାଷୀ ନିହାର ରଞ୍ଜନ ସାହୁ।

ପାସ୍‌ କରିଛନ୍ତି ସ୍ନାତକ। ଚାହିଁଥିଲେ ଭଲ ଚାକିରିଟିଏ କରିପାରନ୍ତେ। ହେଲେ ଅନ୍ୟମାନଙ୍କ ଭଳି ଚାକିରି ଜୀବନର ଅଣନିଃଶ୍ୱାସୀ ଦୌଡ଼ରେ ନ ରହି କିଛି ଅଲଗା କରି ଦେଖାଇବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲ ଗ୍ରାମର ଯୁବଚାଷୀ ନିହାର ରଞ୍ଜନ ସାହୁ। ଚାଷକାର୍ଯ୍ୟରେ ସବୁବେଳେ ପରୀକ୍ଷା ନିରୀକ୍ଷା କରିବାକୁ ଭଲ ପାଉଥିବା ଏହି ଉଚ୍ଚଶିକ୍ଷିତ ଯୁବକଙ୍କ ଶ୍ରମ ସାର୍ଥକ ହୋଇଥିବାବେଳେ ଦେଶୀ କୁକୁଡ଼ା, ମାଛ ଏବଂ ସଦ୍ୟ ଆରମ୍ଭ କରିଥିବା ଘୁଷୁରି ପାଳନରୁ ସେ କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର।
ନିହାରଙ୍କୁ ୭ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ କରୋନା ସମୟରେ ବାପା ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ସ୍ତ୍ରୀ ଏବଂ ଏକମାତ୍ର ଝିଅଙ୍କୁ ନେଇ ତାଙ୍କ ପରିବାର। ୨୦୧୪ରେ ସ୍ନାତକ ପାସ୍‌ କରିବା ପରେ ଚାଷ ଆଡ଼କୁ ଆକର୍ଷିତ ହୋଇପଡ଼ିଥିଲେ ନିହାର। ସରକାରଙ୍କଠାରୁ ୫ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିଲେ କୁକୁଡ଼ା ପାଳନ। ମାତ୍ର ୨ ବର୍ଷରେ ଋଣ ପରିଶୋଧ କରିବା ପରେ ଲାଭଧନକୁ ଲଗାଇଥିଲେ ସଙ୍କରଜାତୀୟ ଛେଳି ଚାଷରେ। ହେଲେ ଛେଳି ବିକ୍ରିବଟା ସୁବିଧା ନ ହେବାରୁ ୨୦୧୭ରେ ୫୦୦୦ ଦେଶୀ କୁକୁଡ଼ା ଆଣି ବ୍ୟବସାୟ ବଢ଼ାଇଥିଲେ। ବନ୍ଧୁମାନଙ୍କ ସହିତ ପଶ୍ଚିମବଙ୍ଗ ବୁଲିବାକୁ ଯାଇଥିବାବେଳେ ହାଇବ୍ରିଡ୍‌ ଧଳା ଘୁଷୁରି ଦେଖି ଏହି ଚାଷ କରିବାକୁ ମନସ୍ଥ କରିଥିଲେ। ୟୁଟ୍ୟୁବ୍‌ ଏବଂ କେତେଜଣ ଚାଷୀଙ୍କ ସହାୟତାରେ ୨୦୨୧ ଏପ୍ରିଲରେ ବିହାରରୁ ଦେଢ଼ ଲକ୍ଷ ଟଙ୍କା ଦେଇ କିଣି ଆଣିଥିଲେ ୧୨ ଧଳା ଘୁଷୁରି। ଏହି ସଂଖ୍ୟା ଏବେ ୬୦ରେ ପହଞ୍ଚତ୍ଲାଣି। ଏଥିସହିତ ଦେଢ଼ ଏକର ଜମିରେ ପୋଖରୀ ଖୋଳି ମାଛଚାଷ କରି ୮୦ ହଜାର ଟଙ୍କାର ଯାଅଁାଳା ଛାଡ଼ିଥିଲେ। ଅଦ୍ୟାବଧି ୧ ଲକ୍ଷ ଟଙ୍କାର ମାଛ ବିକ୍ରି କରିସାରିଲେଣି। ଏଥିରୁ ଆହୁରି ୧୦ରୁ ୧୨ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ବାନ୍ଧିଛନ୍ତି। ମାଛଚାଷର ସଫଳତା ସମ୍ପର୍କରେ ନିହାର କୁହନ୍ତି, ପୋଖରୀରେ ବତକ ବୁଲିଲେ ମାଛ ଭଲ ବଢ଼ନ୍ତି। ଏଥିଲାଗି ସେ ୨୦୦ ବତକ ଆଣି ଛାଡ଼ିଥିଲେ। ସେମାନଙ୍କ ମଳ ପ୍ରାକୃତିକ ମାଛ ଖାଦ୍ୟ। ତେଣୁ ମାଛ ଭଲ ବଢ଼ିଛନ୍ତି। ହେଲେ ସ୍ଥାନୀୟ ବଜାରରେ ମାଂସ ଚାହିଦା ନ ଥିବାରୁ ବତକ ପାଳନ ବନ୍ଦ କରିଦେଇଛନ୍ତି। ଜେଜେବାପାଙ୍କ ୧୫ ଏକର ଜମିରେ ଚାଷବାସ କରୁଛନ୍ତି ନିହାର। ଦେଢ଼ ଏକର ବିଶିଷ୍ଟ ପୋଖରୀରେ ମାଛ ଓ ଅନ୍ୟ ଜମିରେ ଦେଶୀ କୁକୁଡ଼ା ସାଙ୍ଗକୁ ଧଳା ଘୁଷୁରି ପାଳିଛନ୍ତି। ଫାର୍ମ ପରିଚାଳନାରେ ସେ ନିଜେ ଶ୍ରମଦାନ କରିବା ସହିତ ୮ଜଣଙ୍କୁ ରଖିଛନ୍ତି। ସ୍ତ୍ରୀ ନିରୁପମାଙ୍କ ଭରପୂର ସହାୟତା ମଧ୍ୟ ମିଳୁଛି। ସ୍ଥାନୀୟ ବଜାରରେ ଧଳା ଘୁଷୁରି ମାଂସର ଚାହିଦା ନାହିଁ। ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଘୁଷୁରି କିଣିବାକୁ ଆଗ୍ରହୀ ହେଉଛନ୍ତି। ଭବିଷ୍ୟତରେ ଏଥିରୁ ଅଧିକ ଲାଭ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। ଅଞ୍ଚଳରେ ପ୍ରଥମ ଥର ଧଳା ଘୁଷୁରି ଚାଷ ହୋଇଥିବାରୁ ତାଙ୍କ ଫାର୍ମକୁ ଅନେକେ ବୁଲିବାକୁ ଆସୁଛନ୍ତି, ଯାହା ତାଙ୍କୁ ଆତ୍ମସନ୍ତୋଷ ଦେଉଛି ବୋଲି ନିହାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri