କୁଏତ ଶାସକଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା

ନୂଆଦିଲ୍ଲୀ, ୧୬ା୧୨: କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମଦି କହିଛନ୍ତି ଯେ ଶେଖ ନୱାଫଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ଜାଣି ସେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାର ରାଜ ପରିବାର ଏବଂ କୁଏତର ଲୋକଙ୍କୁ ଆମେ ଗଭୀର ସମବେଦନା ଜଣାଉଛୁ।

ଏହା ସହିତ ସରକାର ରବିବାର (୧୭ ଡିସେମ୍ବର) ଦିନ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଅବଧି ମଧ୍ୟରେ ଜାତୀୟ ପତାକା ଅଧ ମସ୍ତକ ରହିବ। ଗୃହ ମନ୍ତ୍ରଣାଳୟ କହିଛି ଯେ ଆମୀର ଶେଖଙ୍କ ସମ୍ମାନାର୍ଥେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୧୭ ଡିସେମ୍ବରରେ ଶୋକ ଦିବସ ହେବ। ଜାତୀୟ ପତାକା ଭାରତର ସମସ୍ତ ଅଟ୍ଟାଳିକା ଉପରେ ଅଧା ମାଷ୍ଟରେ ଉଡ଼ାଯିବ ଯେଉଁଠାରେ ଜାତୀୟ ପତାକା ନିୟମିତ ଭାବେ ଉଡ଼ାଯିବ। ଏହି ସମୟ ମଧ୍ୟରେ କୌଣସି ମନୋରଞ୍ଜନ ହେବ ନାହିଁ।

କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ଜାବର ଅଲ ସାବ ୮୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ଶନିବାର (ଡିସେମ୍ବର ୧୬) କୁଏତର ସରକାରୀ ଟେଲିଭିଜନ ଏହି ସୂଚନା ଦେଇଛି। ନିଶ୍ୱାସ ପ୍ରଶ୍ୱାସ ହେତୁ ତାଙ୍କୁ ନିକଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?