Categories: ଖେଳ

କୁନ୍‌ଲାଭଟ, ଆନ୍‌ ସେୟଙ୍ଗ୍‌ ଚାମ୍ପିୟନ

ନୂଆଦିଲ୍ଲୀ, ୨୩ା୧(ପି.ଟି.): ଥାଇଲାଣ୍ଡର କୁନ୍‌ଲାଭଟ ଭିଦିତଶରନ ଓ କୋରିଆର ଆନ୍‌ ସେୟଙ୍ଗ ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେମାନେ ଯଥାକ୍ରମେ ଦୁଇଥର ବିଶ୍ୱ ଚାମ୍ପିୟନ ଭିକ୍ଟର ଏକ୍ସେଲସେନ୍‌ ଓ ଆକାନେ ୟାମାଗୁଚିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। କୁନ୍‌ଲାଭଟ ୨୨-୨୦, ୧୦-୨୧, ୨୧-୧୨ରେ ଅଲିମ୍ପିକ ଚାମ୍ପିୟନ ଡେନ୍‌ମାର୍କର ଏକ୍ସେଲସେନ୍‌ଙ୍କୁ ହରାଇ ତାଙ୍କର ପ୍ରଥମ ସୁପର ୭୫୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଆନ୍‌ ମହିଳା ବିଭାଗ ଫାଇନାଲରେ ୧୫-୨୧, ୨୧-୧୬, ୨୧-୧୨ରେ ବିଶ୍ୱର ନମ୍ବର ଓ୍ବାନ୍‌ ୟାମାଗୁଚିଙ୍କୁ ହରାଇ ଦେଇଛନ୍ତି। ବିଶ୍ୱର ୧୧ ନମ୍ବର ଲିଆଙ୍ଗ ଓ୍ବି କେଙ୍ଗ୍‌ ଓ ଓ୍ବାଙ୍ଗ୍‌ ଚାଙ୍ଗ୍‌ ପୁରୁଷ ଡବଲ୍ସ ଚାମ୍ପିୟନ ହୋଇଛନ୍ତି।

ଫାଇନାଲରେ ଏହି ଯୋଡ଼ି ତୃତୀୟ ସିଡ୍‌ ମାଲେସିଆନ ଯୋଡ଼ି ଆରନ ଚିଆ ଓ ସୋ ଉଇ ୟିକ୍‌ଙ୍କୁ ୧୪-୨୧, ୨୧-୧୯, ୨୧-୧୮ରେ ହରାଇ ଦେଇଛନ୍ତି। ଏହା ହେଉଛି ସେମାନଙ୍କର ଦ୍ୱିତୀୟ ଓ୍ବାଲର୍‌ଡ ଟୁର୍‌ ଟାଇଟଲ। ଗତବର୍ଷ ଏହି ଯୋଡ଼ି ଜାପାନ ଓପନ୍‌ ଚାମ୍ପିୟନ ହୋଇଥିଲା। ଅସୁସ୍ଥ ଯୋଗୁ ଦୁଇଜଣ ଓହରିଯିବାରୁ ଅନ୍ୟ ଦୁଇଟି ଡବଲ୍ସ ମ୍ୟାଚ୍‌ ଖେଳ ହୋଇପାରି ନ ଥିଲା। ଉଭୟ ଯୋଡ଼ି ହେଉଛନ୍ତି ଚାଇନିଜ୍‌। ଜାପାନର ୟୁଟା ଓ୍ବାଟାନାବେ ଓ ଆରିସା ହିଙ୍ଗାଶିନୋ ମିକ୍ସଡ ଡବଲ୍ସ ଟାଇଟଲ ଜିତିଥିବା ବେଳେ ଜାପାନର ନାମି ମାତ୍‌ସୁୟାମା ଓ ଚିରାରୁ ଶିଦା ମହିଳା ଡବଲ୍ସ ହାସଲ କରିଛନ୍ତି।

Share