ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋଟିଏ ସ୍ଥାନରେ ଏକାଠି ହେବା ଯୋଗୁ କଟକଣା ବାଟହୁଡ଼ା ହୋଇଛି। ଆଗାମୀ ଦିନରେ ଏହି କୋଭିଡ୍‌ ବୋମା ବିସ୍ଫୋରଣ ହୋଇ ଦେଶବ୍ୟାପୀ ସଂକ୍ରମଣ ସ୍ଥିତିକୁ ଆହୁରି ମାରାତ୍ମକ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଗଙ୍ଗାଘାଟରେ ସାହିସ୍ନାନ ପାଇଁ ଏକାଠି ହୋଇଥିଲେ ୨୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ସେମାନଙ୍କ ମୁହଁରେ ନା ଥିଲା ମାସ୍କ ନା ପାଳନ ହୋଇଥିଲା ସାମାଜିକଦୂରତା। ଭିଡ଼ ଏପରି ହୋଇଥିଲା ଯେ ପ୍ରଶାସନ ପ୍ରୋଟକଲ ପାଳନ କରିବାରେ ବିଫଳ ହୋଇଥିଲା। ଲୋକଙ୍କ ଥର୍ମାଲ ସ୍କ୍ରିନିଂ ମଧ୍ୟ ହୋଇପାରି ନ ଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ସୋମବାର ୧୮,୧୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୦୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨ ଦିନରେ କେବଳ କୁମ୍ଭମେଳାରୁ ୧୮ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଲୋକେ କଟକଣା ପାଳନ କରୁ ନ ଥିବାବେଳେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ହୋଇ ନ ଥିବା ଦେଖାଯାଇଛି। ମେଳାରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଚେକ୍‌ ପଏଣ୍ଟରେ ଲୋକେ ଆର୍‌ଟି-ପିସିଆର୍‌ ଟେଷ୍ଟ କରି ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ତାହାକୁ ମଧ୍ୟ କଡ଼ାକଡ଼ି ପାଳନ କରାଯାଉନାହିଁ। ତେବେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଭିଡ଼ ନ ଜମାଇବାକୁ ମାସ୍କ ଯାଞ୍ଚ କରାଯାଇ ନ ଥିବା ଏବଂ ଥର୍ମାଲ ସ୍କ୍ରିନିଂ ହୋଇ ନ ଥିବା କୁମ୍ଭମେଳା ଆଇଜି ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି।

‘ଗଙ୍ଗାଙ୍କ ଆଶୀର୍ବାଦରୁ କରୋନା ହେବନି’

ଗତବର୍ଷ କରୋନା ସଂକ୍ରମଣବେଳେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦିଲ୍ଲୀରେ ତବଲିଗ୍‌ ଜମାତ ଆୟୋଜନରୁ କୋଭିଡ୍‌ ବ୍ୟାପିଥିବା ପ୍ରସଙ୍ଗ ଉଠିଥିବାବେଳେ ଏବେ କୁମ୍ଭମେଳାରେ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଏକତ୍ର ହେବାକୁ ଅନୁମତି ଦିଆଯିବା ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ କହିଛନ୍ତି କୁମ୍ଭମେଳାରେ ମା’ ଗଙ୍ଗାଙ୍କ ଆଶୀର୍ବାଦରୁ କରୋନା ବ୍ୟାପିବ ନାହିଁ। କୁମ୍ଭ ସହ ମରକଜ୍‌କୁ ତୁଳନା କରାଯିବା ଉଚିତ ନୁହେଁ। ଏକ ବନ୍ଦ ଘରେ ମୁସଲମାନ ସମ୍ପ୍ରଦାୟ ଉତ୍ସବ ପାଳିଥିବାରୁ ସଂକ୍ରମଣ ବ୍ୟାପିଥିଲା। କିନ୍ତୁ କୁମ୍ଭ ନୀଳକଣ୍ଠଠାରୁ ଦେବପ୍ରୟାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri