Posted inଜାତୀୟ

ହିନ୍ଦୀକୁ ନେଇ ବର୍ଷିଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୧୧।୮: ନୂଆ ଶିକ୍ଷାନୀତିକୁ ନେଇ ବିତର୍କ ଚାଲିଥିବାବେଳେ ଭାଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ହିନ୍ଦୀ ଭାଷାକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସମାଲୋଚନା କରିଛନ୍ତି। ହିନ୍ଦୀ ରାଜନୀତି ପାଇଁ ଦକ୍ଷିଣ ଭାରତୀୟ ନେତାମାନେ ପ୍ରଧାନମନ୍ତ୍ରୀ ହେବା ସୁଯୋଗରୁ ବଞ୍ଚତ୍ତ ହୋଇଥିବା ସେ କହିଛନ୍ତି।
ଡିଏମ୍‌କେ ଏମ୍‌ପି କାନିମୋଝି ହିନ୍ଦୀ ବୁଝିପାରୁ ନ ଥିବାରୁ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସମ୍ପର୍କରେ ରବିବାର ଟୁଇଟ୍‌ କରିଥିଲେ। ସେ ଭାରତୀୟ ନୁହନ୍ତି କି ବୋଲି ଜଣେ ସିଆଇଏସ୍‌ଏଫ୍‌ ଅଫିସର ପ୍ରଶ୍ନ କରିଥିଲେ। କାନିମୋଝି ଉକ୍ତ ଅଫିସରଙ୍କୁ ତାମିଲ କିମ୍ବା ଇଂଲିଶରେ କହିବାକୁ ପରାମର୍ଶ ଦେବାରୁ ସେ ଏଭଳି କହିଥିଲେ। କାନିମୋଝିଙ୍କ ଟୁଇଟ୍‌ ପରେ କଂଗ୍ରେସ ଏମ୍‌ପି କନିକମ୍‌ ଟାଗୋର ଏବଂ କାର୍ତ୍ତି ଚିଦାମ୍ବରମ ଏଭଳି ଘଟଣାକୁ ନିନ୍ଦା କରିଥିଲେ। କୁମାରସ୍ବାମୀ କାନିମୋଝିଙ୍କୁ ସମର୍ଥନ ଜଣାଇଛନ୍ତି। ବିମାନବନ୍ଦରରେ ଯାହା ଘଟିଲା ତାହା ଭଉଣୀ କାନିମୋଝିଙ୍କ ପାଇଁ ଅପମାନ ବୋଲି ସେ କହିଛନ୍ତି। ହିନ୍ଦୀ ରାଜନୀତି ପାଇଁ ଦକ୍ଷିଣୀ ନେତାମାନଙ୍କଠାରୁ କିପରି ସୁଯୋଗ ଛଡ଼ାଇ ନିଆଯାଉଛି, ତାହା ଉପରେ ବିତର୍କର ସମୟ ଆସିଛି ବୋଲି କୁମାରସ୍ବାମୀ କହିଛନ୍ତି। ହିନ୍ଦୀ ରାଜନୀତି ଯୋଗୁ ଅନେକ ଦକ୍ଷିଣ ଭାରତୀୟ ନେତା ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଚ୍‌.ଡି. ଦେବେଗୌଡା, କରୁଣାନିଧି, କାମରାଜ ଦକ୍ଷିଣ ଭାରତର ପ୍ରମୁଖ ନେତା। ଯଦିଓ ଦେବେଗୌଡ଼ା ଏହି ପ୍ରତିବନ୍ଧକକୁ ଭାଙ୍ଗିବାରେ ସଫଳ ହୋଇଥିଲେ, ତେବେ ଭାଷାକୁ ନେଇ ଅନେକ ସମୟରେ ତାଙ୍କୁ ସମାଲୋଚନା କରାଯିବା ସହ ବ୍ୟଙ୍ଗ କରାଯାଉଥିଲା। ଲାଲ୍‌କିଲ୍ଲାରେ ଦେବେଗୌଡ଼ାଙ୍କୁ ହିନ୍ଦୀରେ ଭାଷଣ ଦେବା ପାଇଁ ବାଧ୍ୟ କରାଯାଇଥିଲା ବୋଲି କୁମାରସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri