Posted inଜାତୀୟ

ହିନ୍ଦୀକୁ ନେଇ ବର୍ଷିଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୧୧।୮: ନୂଆ ଶିକ୍ଷାନୀତିକୁ ନେଇ ବିତର୍କ ଚାଲିଥିବାବେଳେ ଭାଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ହିନ୍ଦୀ ଭାଷାକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସମାଲୋଚନା କରିଛନ୍ତି। ହିନ୍ଦୀ ରାଜନୀତି ପାଇଁ ଦକ୍ଷିଣ ଭାରତୀୟ ନେତାମାନେ ପ୍ରଧାନମନ୍ତ୍ରୀ ହେବା ସୁଯୋଗରୁ ବଞ୍ଚତ୍ତ ହୋଇଥିବା ସେ କହିଛନ୍ତି।
ଡିଏମ୍‌କେ ଏମ୍‌ପି କାନିମୋଝି ହିନ୍ଦୀ ବୁଝିପାରୁ ନ ଥିବାରୁ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସମ୍ପର୍କରେ ରବିବାର ଟୁଇଟ୍‌ କରିଥିଲେ। ସେ ଭାରତୀୟ ନୁହନ୍ତି କି ବୋଲି ଜଣେ ସିଆଇଏସ୍‌ଏଫ୍‌ ଅଫିସର ପ୍ରଶ୍ନ କରିଥିଲେ। କାନିମୋଝି ଉକ୍ତ ଅଫିସରଙ୍କୁ ତାମିଲ କିମ୍ବା ଇଂଲିଶରେ କହିବାକୁ ପରାମର୍ଶ ଦେବାରୁ ସେ ଏଭଳି କହିଥିଲେ। କାନିମୋଝିଙ୍କ ଟୁଇଟ୍‌ ପରେ କଂଗ୍ରେସ ଏମ୍‌ପି କନିକମ୍‌ ଟାଗୋର ଏବଂ କାର୍ତ୍ତି ଚିଦାମ୍ବରମ ଏଭଳି ଘଟଣାକୁ ନିନ୍ଦା କରିଥିଲେ। କୁମାରସ୍ବାମୀ କାନିମୋଝିଙ୍କୁ ସମର୍ଥନ ଜଣାଇଛନ୍ତି। ବିମାନବନ୍ଦରରେ ଯାହା ଘଟିଲା ତାହା ଭଉଣୀ କାନିମୋଝିଙ୍କ ପାଇଁ ଅପମାନ ବୋଲି ସେ କହିଛନ୍ତି। ହିନ୍ଦୀ ରାଜନୀତି ପାଇଁ ଦକ୍ଷିଣୀ ନେତାମାନଙ୍କଠାରୁ କିପରି ସୁଯୋଗ ଛଡ଼ାଇ ନିଆଯାଉଛି, ତାହା ଉପରେ ବିତର୍କର ସମୟ ଆସିଛି ବୋଲି କୁମାରସ୍ବାମୀ କହିଛନ୍ତି। ହିନ୍ଦୀ ରାଜନୀତି ଯୋଗୁ ଅନେକ ଦକ୍ଷିଣ ଭାରତୀୟ ନେତା ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଚ୍‌.ଡି. ଦେବେଗୌଡା, କରୁଣାନିଧି, କାମରାଜ ଦକ୍ଷିଣ ଭାରତର ପ୍ରମୁଖ ନେତା। ଯଦିଓ ଦେବେଗୌଡ଼ା ଏହି ପ୍ରତିବନ୍ଧକକୁ ଭାଙ୍ଗିବାରେ ସଫଳ ହୋଇଥିଲେ, ତେବେ ଭାଷାକୁ ନେଇ ଅନେକ ସମୟରେ ତାଙ୍କୁ ସମାଲୋଚନା କରାଯିବା ସହ ବ୍ୟଙ୍ଗ କରାଯାଉଥିଲା। ଲାଲ୍‌କିଲ୍ଲାରେ ଦେବେଗୌଡ଼ାଙ୍କୁ ହିନ୍ଦୀରେ ଭାଷଣ ଦେବା ପାଇଁ ବାଧ୍ୟ କରାଯାଇଥିଲା ବୋଲି କୁମାରସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri