ଆଜି ନା ଆସନ୍ତାକାଲି କୁମାରପୂର୍ଣ୍ଣିମା: ଦ୍ୱନ୍ଦ୍ୱ ଦୂର କଲେ ଜ୍ୟୋତିର୍ବିଦ୍‌

ଭୁବନେଶ୍ୱର,୬ା୧୦ (ବନ୍ଦନା ସେଠୀ):ଚଳିତବର୍ଷ କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ ତାହାକୁ ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଭିନ୍ନ ତାରିଖ ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସାଧାରଣତଃ କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଗୋଟିଏ ଦିନରେ ପଡ଼ିଥାଏ। ମାତ୍ର ଏବର୍ଷ ପାଞ୍ଜିରେ କୁମାର ପୂର୍ଣ୍ଣମୀ ବା ଆଶ୍ବିନ ପୂର୍ଣ୍ଣମୀ ତିଥି ୬ ତାରିଖ ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ୧୨ଟା ୨୪ ମିନିଟ୍‌ରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହୁଛି। ମାତ୍ର କ୍ୟାଲେଣ୍ଡରରେ ୭ ତାରିଖକୁ ପୂର୍ଣ୍ଣମୀ ଭାବେ ଦର୍ଶାଯାଇଛି ଏବଂ ସେହିଦିନ ସରକାରୀ ଛୁଟି ଘୋଷଣା ମଧ୍ୟ ହୋଇଛି। ତେବେ ଏହି ଦ୍ୱନ୍ଦ୍ୱ ଭିତରେ ସୋମବାର କୁମାର ପୂର୍ଣ୍ଣିମା ପାଳନ ଉପରେ ଜ୍ୟୋତିର୍ବିଦ୍‌ମାନେ ଗୁରୁତ୍ୱ ଦେଇଛନ୍ତି। ଜ୍ୟୋତିର୍ବିଦ୍‌ ହରିଶଙ୍କର ମିଶ୍ର କହିଛନ୍ତି, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ ପଞ୍ଜିକା, ଭାଗ୍ୟଜ୍ୟୋତି ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା, ଶ୍ରୀକ୍ଷେତ୍ର ଖଡିରତ୍ନ ପଞ୍ଜିକା, ରାଧରମଣ ପ୍ରେସ୍‌ ପଞ୍ଜିକା, କୋହିନୂର ପଞ୍ଜିକା ଆଦିରେ ୬ ତାରିଖରେ ପୂର୍ଣ୍ଣିମା ପାଳନ ନେଇ ଉଲ୍ଲେଖ ରହିଛି। ତେଣୁ କୁମାରୀମାନେ ଚନ୍ଦ୍ରପୂଜା, ଆଞ୍ଜୁଳି ଟେକା, ଜହ୍ନିଓଷା ସମାପ୍ତି ସୋମବାର ସନ୍ଧ୍ୟାରେ ହିଁ ପାଳନ କରିବେ। ସୋମବାର ଉତ୍କଳବାସୀଙ୍କ ପାଇଁ କୁମାରପୂର୍ଣ୍ଣମୀ ପାଳନ ହେଉଥିବାବେଳେ କେବଳ ଶ୍ରୀମନ୍ଦିରରେ ମଙ୍ଗଳବାର ପୂର୍ଣ୍ଣମୀ ପାଳନ କରାଯିବ। କାରଣ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ଧରି ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ସେହିପରି ମଙ୍ଗଳବାର ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତର ପ୍ରଥମ ସଂକଳନ କରାଯିବ। ସେ କହିଛନ୍ତି, କୁମାର ପୂର୍ଣ୍ଣମୀ ବା ଗଜଲକ୍ଷ୍ମୀ ପୂଜା ଦ୍ୱନ୍ଦ୍ୱମୁକ୍ତ ଥିବାବେଳେ ବହୁ ଆଗରୁ ଛପାଯାଉଥିବା କ୍ୟାଲେଣ୍ଡର ୭ ତାରିଖରେ କୁମାର ପୂର୍ଣ୍ଣମୀ ଲେଖି ଏହାକୁ ଦ୍ୱନ୍ଦ୍ୱଯୁକ୍ତ କରାଇଛି। ସେହିପରି କ୍ୟାଲେଣ୍ଡର ଛପା ହେବାର ପ୍ରାୟ ୪ ମାସ ପରେ ପଞ୍ଜିକା ଛପା ହୋଇଥାଏ। ମାତ୍ର ପଞ୍ଜିକା ଅପେକ୍ଷା କ୍ୟାଲେଣ୍ଡର ବହୁଳ ଭାବେ ବିକ୍ରି ହେଉଥିବାରୁ ଏହାକୁ ନେଇ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡିଛନ୍ତି ବୋଲି ଜ୍ୟୋତିର୍ବିଦ୍‌ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri