ଆଜି ନା ଆସନ୍ତାକାଲି କୁମାରପୂର୍ଣ୍ଣିମା: ଦ୍ୱନ୍ଦ୍ୱ ଦୂର କଲେ ଜ୍ୟୋତିର୍ବିଦ୍‌

ଭୁବନେଶ୍ୱର,୬ା୧୦ (ବନ୍ଦନା ସେଠୀ):ଚଳିତବର୍ଷ କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ ତାହାକୁ ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଭିନ୍ନ ତାରିଖ ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସାଧାରଣତଃ କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଗୋଟିଏ ଦିନରେ ପଡ଼ିଥାଏ। ମାତ୍ର ଏବର୍ଷ ପାଞ୍ଜିରେ କୁମାର ପୂର୍ଣ୍ଣମୀ ବା ଆଶ୍ବିନ ପୂର୍ଣ୍ଣମୀ ତିଥି ୬ ତାରିଖ ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ୧୨ଟା ୨୪ ମିନିଟ୍‌ରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହୁଛି। ମାତ୍ର କ୍ୟାଲେଣ୍ଡରରେ ୭ ତାରିଖକୁ ପୂର୍ଣ୍ଣମୀ ଭାବେ ଦର୍ଶାଯାଇଛି ଏବଂ ସେହିଦିନ ସରକାରୀ ଛୁଟି ଘୋଷଣା ମଧ୍ୟ ହୋଇଛି। ତେବେ ଏହି ଦ୍ୱନ୍ଦ୍ୱ ଭିତରେ ସୋମବାର କୁମାର ପୂର୍ଣ୍ଣିମା ପାଳନ ଉପରେ ଜ୍ୟୋତିର୍ବିଦ୍‌ମାନେ ଗୁରୁତ୍ୱ ଦେଇଛନ୍ତି। ଜ୍ୟୋତିର୍ବିଦ୍‌ ହରିଶଙ୍କର ମିଶ୍ର କହିଛନ୍ତି, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ ପଞ୍ଜିକା, ଭାଗ୍ୟଜ୍ୟୋତି ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା, ଶ୍ରୀକ୍ଷେତ୍ର ଖଡିରତ୍ନ ପଞ୍ଜିକା, ରାଧରମଣ ପ୍ରେସ୍‌ ପଞ୍ଜିକା, କୋହିନୂର ପଞ୍ଜିକା ଆଦିରେ ୬ ତାରିଖରେ ପୂର୍ଣ୍ଣିମା ପାଳନ ନେଇ ଉଲ୍ଲେଖ ରହିଛି। ତେଣୁ କୁମାରୀମାନେ ଚନ୍ଦ୍ରପୂଜା, ଆଞ୍ଜୁଳି ଟେକା, ଜହ୍ନିଓଷା ସମାପ୍ତି ସୋମବାର ସନ୍ଧ୍ୟାରେ ହିଁ ପାଳନ କରିବେ। ସୋମବାର ଉତ୍କଳବାସୀଙ୍କ ପାଇଁ କୁମାରପୂର୍ଣ୍ଣମୀ ପାଳନ ହେଉଥିବାବେଳେ କେବଳ ଶ୍ରୀମନ୍ଦିରରେ ମଙ୍ଗଳବାର ପୂର୍ଣ୍ଣମୀ ପାଳନ କରାଯିବ। କାରଣ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ଧରି ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ସେହିପରି ମଙ୍ଗଳବାର ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତର ପ୍ରଥମ ସଂକଳନ କରାଯିବ। ସେ କହିଛନ୍ତି, କୁମାର ପୂର୍ଣ୍ଣମୀ ବା ଗଜଲକ୍ଷ୍ମୀ ପୂଜା ଦ୍ୱନ୍ଦ୍ୱମୁକ୍ତ ଥିବାବେଳେ ବହୁ ଆଗରୁ ଛପାଯାଉଥିବା କ୍ୟାଲେଣ୍ଡର ୭ ତାରିଖରେ କୁମାର ପୂର୍ଣ୍ଣମୀ ଲେଖି ଏହାକୁ ଦ୍ୱନ୍ଦ୍ୱଯୁକ୍ତ କରାଇଛି। ସେହିପରି କ୍ୟାଲେଣ୍ଡର ଛପା ହେବାର ପ୍ରାୟ ୪ ମାସ ପରେ ପଞ୍ଜିକା ଛପା ହୋଇଥାଏ। ମାତ୍ର ପଞ୍ଜିକା ଅପେକ୍ଷା କ୍ୟାଲେଣ୍ଡର ବହୁଳ ଭାବେ ବିକ୍ରି ହେଉଥିବାରୁ ଏହାକୁ ନେଇ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡିଛନ୍ତି ବୋଲି ଜ୍ୟୋତିର୍ବିଦ୍‌ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri