ଚଳଚଞ୍ଚଳ କୁଲାଡ଼ ଅଞ୍ଚଳ

ବଅଁରପାଳ, ୩।୪(ଡି.ଏନ୍‌.ଏ.): ଦିନକ ପରେ ମା’ ମଙ୍ଗଳାଙ୍କ ବାର୍ଷିକ ଯାତ୍ରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ। ଅଞ୍ଚଳର ଆରାଧ୍ୟା ଦେବୀଙ୍କ ଆବାହନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀ ଉତ୍ସାହିତ ହୋଇପଡ଼ିଛନ୍ତି।
କୁଲାଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ପୀଠରେ ହେଉଥିବା ବାର୍ଷିକ ଯାତ୍ରା ଚଳିତ ବର୍ଷ ୨୫ ବର୍ଷରେ ପହଞ୍ଚତ୍ଛି। ମନ୍ଦିର କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉଥିବାବେଳେ ଏଥିଲାଗି ପ୍ରସ୍ତୁତି ଆଗେଇ ଚାଲିଛି। ଯାତ୍ରା ଉପଲକ୍ଷେ ମଙ୍ଗଳବାର ସକାଳେ ପୀଠରେ ମା’ଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବ। ଅପରାହ୍ନ ୪ଟାରେ ଦିଅଁ ଘରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ବାଦ୍ୟ ବାଜଣାର ତାଳେତାଳେ ଗ୍ରାମ ପରିକ୍ରମା କରାଯିବା ପରେ ପୀଠକୁ ଅଣାଯିବ। ଘଣ୍ଟବାଦ୍ୟ, ଲଉଡ଼ି ଖେଳ ପ୍ରମୁଖ ଆକର୍ଷଣ ସାଜିବ। ଲୋକନୃତ୍ୟ ପରିବେଷଣ ପାଇଁ ବାହାର କଳାକାରଙ୍କୁ ଆମନ୍ତ୍ରଣ କରାଯାଇଛି। ସେହିପରି ସନ୍ଧ୍ୟାରେ ଦେବୀଙ୍କ ପୂଜାର୍ଚ୍ଚନା, ମାଜଣା, ଆଳତି କାର୍ଯ୍ୟକ୍ରମ ରହିଛି। ରାତିରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଦଣ୍ଡନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ ହେଉଥିବାରୁ ସାଜସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ରଙ୍ଗିନ ଆଲୋକମାଳା, ତୋରଣରେ ଗ୍ରାମ୍ୟ ପରିବେଶ ଝଲସି ଉଠିବ। ଉଠାଦୋକାନୀଙ୍କ ଭିଡ଼ ଜମିବ। ମା’ଙ୍କ ଯାତ୍ରାରେ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

ଶୋଭାଯାତ୍ରା ଆଡ଼ମ୍ବରପୂର୍ଣ୍ଣ ହେବ
ମା’ଙ୍କ ବାର୍ଷିକ ଯାତ୍ରାକୁ ୨୫ ବର୍ଷ ପୂରୁଛି। ଏହାକୁ ଦୃଷ୍ଟିରେ ରଖି ଶୋଭାଯାତ୍ରାକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଗୁରୁତ୍ୱ ଦିଆଯାଉଛି। ଆମନ୍ତ୍ରିତ ଅତିଥିଙ୍କ ଆତିଥେୟତାରେ ଯେପରି କୌଣସି କମ୍‌ ନ ରୁହେ, ସେ ଦିଗରେ ଧ୍ୟାନ ଦିଆଯାଉଛି।
-ପ୍ରକାଶ ବେହେରା, ଯାତ୍ରା କମିଟି ସଭାପତିି
ଶାନ୍ତିଶୃଙ୍ଖଳା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଚଳିତବର୍ଷ ଧୁମ୍‌ଧାମ୍‌ରେ ଯାତ୍ରା ଆୟୋଜନ କରାଯାଉଛି। ଏହାକୁ ଶାନ୍ତିଶୃଙ୍ଖଳା ସହକାରେ ପାଳନ କରାଯିବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିବା ଲାଗି କମିଟି ଗଠନ କରାଯାଇଛି।
-ଅଶୋକ କୁମାର ବିଶୋଇ, ଗ୍ରାମ ସଭାପତି
ନିଆରା ଢଙ୍ଗରେ ପାଳନ ହେବ
ଚଳିତ ବର୍ଷ ନିଆରା ଢଙ୍ଗରେ ମା’ଙ୍କ ଯାତ୍ରା ପାଳିତ ହେବ। ଏଥିଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ମା’ଙ୍କ ଦର୍ଶନରେ ଯେପରି ଶ୍ରଦ୍ଧାଳୁଙ୍କ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି।
-ଉଷାରାଣୀ ସ୍ବାଇଁ, ସରପଞ୍ଚ
ଶୀତୁଳା ପର୍ବରେ ଅନ୍ନପ୍ରସାଦ ବ୍ୟବସ୍ଥା
ମା’ମଙ୍ଗଳାଙ୍କ ଶୀତୁଳା ପର୍ବରେ ୭୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି। ପୀଠ ସମେତ ସମଗ୍ର ଅଞ୍ଚଳକୁ ରଙ୍ଗିନ ଆଲୋକମାଳାରେ ସଜାଯିବ। ଯେପରି କୌଣସି ତ୍ରୁଟି ନ ରୁହେ, ସେଦିଗରେ ଦୃଷ୍ଟି ଦିଆଯାଉଛି।
-ପ୍ରିୟମ୍ବଦା ଧୀର, ସମିତିସଭ୍ୟା


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri