କୁଜଙ୍ଗ ୮୨.୧୩%, ରଘୁନାଥପୁରରେ ୮୦.୨୪% ଭୋଟ

ଜଗତ୍‌ସିଂହପୁର ଅଫିସ, ୨୩ା୨: ମଙ୍ଗଳବାର ଜଗତ୍‌ସିଂହପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ କୁଜଙ୍ଗ ବ୍ଲକ ଅଞ୍ଚଳରେ ୮୨.୧୩% ମତଦାନ ହୋଇଛି। ଯେଉଁଥିରେ ବ୍ଲକର ୪ଟି ଜୋନ ମଧ୍ୟରୁ ବଗଦିଆ ପଞ୍ଚାୟତରେ ସର୍ବାଧିକ ୯୩.୩୫% ଓ କୁଜଙ୍ଗରେ ସର୍ବନିମ୍ନ ୭୩.୨୨% ମତଦାନ ସମ୍ଭବ ହୋଇପାରିଛି । ସେହିପରି ରଘୁନାଥପୁର ବ୍ଲକରେ ୮୦.୨୪% ମତଦାନ ହୋଇଛି। ଯେଉଁଥିରେ ବ୍ଲକର ୨ଟି ଜୋନ୍‌ରୁ ୮୨.୬୩% ମହିଳା ଓ ୭୭.୯୮% ପୁରୁଷ ମତଦାନ କରିଛନ୍ତି। ରଘୁନାଥପୁର ବ୍ଲକ ଅଞ୍ଚଳରେ କାଁ ଭାଁ ଉତ୍ତେଜନା ଦେଖା ଦେଇଥିଲେ ସୁଦ୍ଧା ନିୟନ୍ତ୍ରଣ ଭିତରେ ରହିଛି। କିନ୍ତୁ କୁଜଙ୍ଗର ଏକାଧିକ ସ୍ଥାନରେ ହିଂସା ସାଙ୍ଗକୁ ଅବ୍ୟବସ୍ଥା ପଦାକୁ ଆସିଛି। ତେବେ ମତଦାନ ପରେ କୁଜଙ୍ଗ, ରଘୁନାଥପୁର ବ୍ଲକ ଅଞ୍ଚଳରୁ ପୋଲିଂ ଦଳଗୁଡିକ ବାଲଟ ବାକ୍ସ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ଧରି ଯଥାକ୍ରମେ ରାହାମାର ସାରଳା ମହାବିଦ୍ୟାଳୟ ଓ ରଘୁନାଥପୁରର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ବିତରଣ କେନ୍ଦ୍ରରେ ପହଞ୍ଚତ୍ଥିଲେ। କୁଜଙ୍ଗ ବ୍ଲକର ୪ଟି ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୨୮ଟି ପଞ୍ଚାୟତ ପାଇଁ ୪୬୫ଟି ବୁଥ କରାଯାଇଥିଲା। ୧,୩୭,୯୦୩ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବା ସୁଯୋଗ ଥିଲା । କିନ୍ତୁ ୧,୧୩,୨୬୬ ଜଣ ଭୋଟ ଦେଇଥିଲେ। ସେହିପରି ରଘୁନାଥପୁର ବ୍ଲକର ୨ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୧୯ଟି ପଞ୍ଚାୟତ ପାଇଁ ୩୧୩ଟି ବୁଥ୍‌ ହୋଇଥିଲା। ଯେଉଁଥିରେ ୬୯,୨୭୦ ଜଣ ଭୋଟର ଭୋଟ ଦେଇ ପାରିଥାନ୍ତେ। କିନ୍ତୁ ୫୫,୮୨୨ ଜଣ ମତଦାନ ସାବ୍ୟସ୍ତ କରି ପାରିଛନ୍ତି । ମୋଟ ଉପରେ ଉଭୟ ବ୍ଲକ ଅଞ୍ଚଳର ୧୬୫୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବାକ୍ସ ଭିତରେ ସିଲ୍‌ ହୋଇଯାଇଛି। ସେମାନଙ୍କ ମଧ୍ୟରୁ କୁଜଙ୍ଗର ୧୧୩୮ ଓ ରଘୁନାଥପୁର ବ୍ଲକର ୫୧୩ ଜଣ ପ୍ରାର୍ଥୀ ରହିଛନ୍ତି। କୁଜଙ୍ଗ ବ୍ଲକ ଅଞ୍ଚଳର ୧୩ ଜଣ ଜିଲା ପରିଷଦ, ୯୯ ସମିତି ସଭ୍ୟ, ୧୧୪ ସରପଞ୍ଚ ଓ ୯୧୨ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ୨୨ଟି ମୋବାଇଲ ପୋଲିସ ଦଳ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ସେହିପରି ରଘୁନାଥପୁର ବ୍ଲକ ଅଞ୍ଚଳରେ ୭ଜଣ ଜିଲା ପରିଷଦ ସଭ୍ୟ, ୭୧ ସମିତି ସଭ୍ୟ, ୯୮ ସରପଞ୍ଚ ଓ ୩୩୭ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ପୋଲିଂ କର୍ମଚାରୀଙ୍କ ସହ ପୋଲିସକୁ ମିଶାଇ ମୋଟ ୩,୧୧୨ ଜଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ। ୧୭ଟି ପୋଲିସ ମୋବାଇଲ ଦଳ ଆଇନଶୃଙ୍ଖଳା ଦାୟିତ୍ୱରେ ଥିଲେ। ଉଭୟ ବ୍ଲକ ଅଞ୍ଚଳର ୫୧ଟି ଅତିସମ୍ବେଦନଶୀଳ ଓ ୧୨୪ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri