ଜାତୀୟ ବଜାରରେ ମିଳିବ କୁଚିଣ୍ଡା ଲଙ୍କାଗୁଣ୍ଡ

ସମ୍ବଲପୁର,୧୭ା୨(ବ୍ୟୁରୋ):କେବଳ ରାଜ୍ୟରେ ନୁହେଁ ଜାତୀୟ ବଜାରରେ ଉପଲବ୍ଧ ହେବ କୁଚିଣ୍ଡା ଲଙ୍କାଗୁଣ୍ଡ। ଏନେଇ ସମ୍ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡରେ ପ୍ରଚୁର ଲଙ୍କା ଚାଷ ହୋଇଥାଏ। ହେଲେ ବିଭିନ୍ନ କାରଣରୁ ସ୍ଥାନୀୟ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି। ଏବେ ବାହାରେ ଯେପରି ଏହି ଲଙ୍କା ବିକ୍ରି କରାଯାଇପାରିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଛି। କୁଚିଣ୍ଡା ଆର୍‌ଏମ୍‌ସି, ଆଇଟିଡିଏ, ଜିଲା କୃଷି ଓ ଉଦ୍ୟାନ ବିଭାଗ, ଓଏଲ୍‌ଏମ୍‌, ଓର୍‌ମାସ ମିଳିିତ ଭାବେ ପଦକ୍ଷେପ ନେଇଛନ୍ତି। କୁଲାଙ୍ଗଯୋର ଗ୍ରାମରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୋଦାମ ଗୃହ, ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯାଇଛି। ଏହା ସହ ଚାଷୀମାନଙ୍କୁ ତାଲିମ ଦିଆଯାଇ ପରୀକ୍ଷାମୂଳକ ଭାବେ ଲଙ୍କାଗୁଣ୍ଡ ତିଆରି ଆରମ୍ଭ ହୋଇଛି। ଏହାକୁ ପ୍ୟାକେଟ କରାଯାଇ ବିଭିନ୍ନ ମେଳା, ସ୍ଥାନୀୟ ବଜାରରେ ବିକ୍ରି କରାଯାଉଛି। ଜାତୀୟ ବଜାରରେ ମଧ୍ୟ ବିକ୍ରି ପାଇଁ ଇ-ନାମରେ ପଞ୍ଜୀକରଣ କରାଯାଇଛି। ଯେଭଳି ଅଧିକ ଚାଷୀ ସେମାନଙ୍କ ଉତ୍ପାଦିତ ଫସଲ ବିକ୍ରି କରି ଉପକୃତ ହୋଇପାରିବେ ସେ ନେଇ ଏକ ଘରୋଇ କମ୍ପାନୀ ସହ ଆଲୋଚନା କରାଯାଇଛି। କମ୍ପାନୀ ସହିତ ଏମ୍‌ଓୟୁ ହେବା ପରେ ଅଧିକ ପରିମାଣରେ ଲଙ୍କାଗୁଣ୍ଡ ତିଆରି କରି ବିକ୍ରି କରାଯିବ। ଏଥିପାଇଁ ଅଧିକ ୟୁନିଟ୍‌ ମଧ୍ୟ ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି।
ଅନ୍ୟପଟେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଭାବେ ୧୬୬ ହେକ୍ଟର ଜମି ଚାଷ କରିବା ଯୋଜନା ରହିଛି। ୨୧୦ ଜଣ ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ଏଥିରେ ସାମିଲ କରାଯାଇଛି। ୟୁନିଟ୍‌ ପରିଚାଳନା ପାଇଁ ୧୦ ପ୍ରଡ୍ୟୁସର ଗ୍ରୁପ, ୫ ଏଫ୍‌ପିଓ ଗଠନ କରାଯାଇଛି ବୋଲି ଓର୍‌ମାସ ନିର୍ଦ୍ଦେଶକ ଶ୍ରୀମନ୍ତ ହୋତା କହିଛନ୍ତି। ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମହାପାତ୍ର କହିଛନ୍ତି, କୁଚିଣ୍ଡା ଅଞ୍ଚଳରେ ୪୭୮୬ ହେକ୍ଟର ଜମିରେ ଲଙ୍କା ଚାଷ ହେଉଛି। ଚଳିତବର୍ଷ ୩୫ ହଜାର ଟନ୍‌ ଶୁଖିଲା ଲଙ୍କା ଉତ୍ପାଦନ ହେବା ଆଶା କରାଯାଉଛି। ଯେଭଳି ଅଧିକ ସଂଖ୍ୟାରେ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରି ଲଙ୍କାଗୁଣ୍ଡ ବଜାରରେ ବିକ୍ରି କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri