ଦବିଲା କୁଆଁରିଆ ସେତୁ

ଖଣ୍ଡପଡ଼ା,୪ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ଖଳିସାହିରୁ କୋସକା, ଆଡକଟା ଦେଇ ଦଶପଲ୍ଲା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କୁଆଁରିଆ ସେତୁଟି ଗୁରୁବାର ଦବି ଯାଇ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବିପଦର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସେତୁର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଛି ବୋଲି ଖଣ୍ଡପଡ଼ା ତହସିଲଦାର ଲିପ୍ସା ରାୟ ଓ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀ ଇଂ. ରାଧାଶ୍ୟାମ କାଲୋ ସୂଚନା ଦେଇଛନ୍ତି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗମନା ଗମନର ସୁବିଧା ପାଇଁ ବହୁ ବର୍ଷ ପୂର୍ବରୁ ଖଣ୍ଡପଡା ବ୍ଳକ ଅଧୀନ ଖଳିସାହିରୁ ଆଡକଟାକୁ ସଂଯୋଗ କରୁଥିବା ରାସ୍ତାର କୋସକା ଗ୍ରାମ ନିକଟରେ କୁଆଁରିଆ ପୋଲ ନିର୍ମାଣ କରାଯାଇଥିଲା। ଧିରେ ଧିରେ ସେହି ପୋଲ ବିପଦ ଶଙ୍କୁଳ ହୋଇପଡିଥିଲା। ଉକ୍ତ ରାସ୍ତା ଦେଇ ଦଶପଲ୍ଲା ଓ ଗଣିଆ ଉଭୟ ଅଞ୍ଚଳକୁ ଦୈନିକ ଅନେକ ଭାରିଯାନ, ଯାତ୍ରୀବାହୀ ବସ ଚଳାଚଳ କରିଥାଆନ୍ତି। ହେଲେ କୁଆଁରିଆ ପୋଲର ଦୁରାବସ୍ଥାକୁ ନେଇ ଗାଡ଼ି ଚାଳକମାନେ ପ୍ରତି ମୂହୂର୍ତ୍ତରେ ପ୍ରମାଦ ଗଣୁଥିଲେ। ସେତୁ ଉପରି ଭାଗର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଥିଲା। ପୂର୍ତ୍ତ ବିଭାଗ ଅଧୀନରେ ଥିବା ସଂପୃକ୍ତ ଲୋଲେବୁଲ କୁଆଁରିଆ ସେତୁଟି ବନ୍ୟା ସମୟରେ ବୁଡି ଏହାରି ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥାଏ। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି କରିଥାଏ। ସେତୁର ନିମ୍ନ ଭାଗ ଦୁର୍ବଳହୋଇ ପଡିଥିବା ବେଳେ ନଦୀ ମଧ୍ୟରେ ଥିବା ପିଲରଗୁଡିକ ମଧ୍ୟ ଦୁର୍ବଳ ହୋଇପଡିଥିବା ଅଭିଯୋଗ ହୋଇଆସୁଥିଲା। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ଲୋଲେବଲ ସେତୁର ନବୀକରଣ ଦିଗରେ ଅଞ୍ଚଳବାସୀ ଦାବି କରିଥିଲେ। ଉକ୍ତ ସେତୁର ଉଚ୍ଚତା ବୃଦ୍ଧି ନିମନ୍ତେ ଖଣ୍ଡପଡା ସମେତ କୁମ୍ଭାରପଡା, ବଳଭଦ୍ର ପ୍ରସାଦ, କୋସକା, କିଆଝର, ସିଂଘାପଡା, ଗଡିଆସାହି. ଆଡକଟା ଆଦି ଆଖପାଖ ଅଞ୍ଚଳର ବାସିନ୍ଦା ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ହେଁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଏନେଇ ‘ଖାଲଖମାରେ ପୂର୍ଣ୍ଣ କୁଆଁରିଆ ସେତୁ ନବୀକରଣ ଲାଗି ଅଞ୍ଚଳବାସୀଙ୍କ ଦାବି‘ ଶୀର୍ଷକ ଏକ ରିପୋର୍ଟ ଗତ ଜୁଲାଇ ୨୫ ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା। ଗତ ୨ ଦିନ ଧରି ଲଗାଣ ବର୍ଷା ଫଳରେ କୁଆଁରିଆ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ସହ ନଦୀର ପ୍ରଖର ସ୍ରୋତରେ ସେତୁର ମଧ୍ୟ ଭାଗରେ ଥିବା ୨ ପିଲର ଭାଙ୍ଗି ଯିବା ଫଳରେ ସେତୁଟି ଦବି ଯାଇଛି। ଖବର ପାଇ ଖଣ୍ଡପଡା ତହସିଲଦାର ଲିପ୍ସା ରାୟ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋ ଓ ପୋଲିସ ପ୍ରଶାସନିକ ଅଧିକାରୀ ମାନେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. କାଲୋ କହିଛନ୍ତି, ଏକ ନୂତନ ହାଇ ଲେବୁଲ ସେତୁ ନିର୍ମାଣ ନିମନ୍ତେ ଆବଶ୍ୟକ କାଗଜପତ୍ର କାମ ସମ୍ପନ୍ନ ହୋଇ ଟେଣ୍ଡର ପ୍ରକ୍ରୀୟା କାର୍ଯ୍ୟ ଚାଲୁ ରହିଛି। ଖୁବ୍‌ ଶୀଘ୍ର ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri