୩୫ବର୍ଷ ଧରି ପାଣି ବୋହୁଛନ୍ତି କୃଷ୍ଣଚନ୍ଦ୍ର

ଖୋର୍ଦ୍ଧା ଅଫିସ,୧୧।୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୁଡୁମ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ବୟସ ପାଖାପାଖି ୬୫ ଛୁଇଁଲାଣି। ହେଲେ ସେ ଥକି ପଡ଼ିନାହାନ୍ତି। ଏହି ବୟସରେ ବି ସେ ଦିନକୁ ୮କି.ମି. ସାଇକେଲରେ ଯାତ୍ରା କରି ୨୦୦ରୁ ୩୦୦ଲିଟର ପାଣି ବୋହି ବିଭିନ୍ନ ଦୋକାନରେ ଯୋଗାଉଛନ୍ତି। ୩୫ବର୍ଷ ଧରି ଏହି କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର କହିଛନ୍ତି।
କୃଷ୍ଣଚନ୍ଦ୍ର ଭୋରରୁ ନିତ୍ୟକର୍ମ ସାରି ସାଇକଲ ଧରି ଖୋର୍ଦ୍ଧାକୁ ବାହାରିପଡ଼ନ୍ତି। ସାଥିରେ ୪ଟି ୧୫ଲିଟର ପ୍ଲାଷ୍ଟିକ ବ୍ୟାରେଲ ଧରି ଆସିଥାନ୍ତି। ସାଇକଲରେ ୮କି.ମି. ଯାତ୍ରା ପରେ ଖୋର୍ଦ୍ଧାରେ ପହଞ୍ଚିଥାନ୍ତି। ପରେ ନିକଟ ନଳକୂପରୁ ବ୍ୟାରେଲରେ ପାଣି ଭର୍ତ୍ତି କରି ବିଭିନ୍ନ ଦୋକାନରେ ଦେଇଥାନ୍ତି। ପାଣି ବୋହିବା କାମ ସାରିବା ପରେ, ପୁରୁଣା ବସଷ୍ଟାଣ୍ଡରେ ଖବରକାଗଜ ବିତରକ ଷ୍ଟଲରେ ପହଞ୍ଚି ପେପର ସଜାଇବା କାମରେ ବିଭିନ୍ନ ଖବରକାଗଜ ଏଜେଣ୍ଟଙ୍କୁ ସହଯୋଗ କରିଥାନ୍ତି। ସକାଳ ୯ଟା ପରେ ସେଠାରୁ ଖବରକାଗଜ ଧରି ଘରକୁ ଯାଇଥାନ୍ତି। କାମ ଛୋଟ ହେଉ କି ବଡ, ଏଥିରେ ନିଷ୍ଠା ରହିବା ଆବଶ୍ୟକ। ଏହା ଅନ୍ୟଙ୍କ ଦୃଷ୍ଟିରେ ଛୋଟ କାର୍ଯ୍ୟ ହୋଇଥିଲେ ମଧ୍ୟ, ମୁଁ ଏଥିରେ ବହୁତ ଖୁସି। ଦୈନିକ ୨ଶହରୁ ୩ଶହ ଟଙ୍କା ରୋଜଗାର ହୋଇଥାଏ। ମୋର ଅଧିକ ଟଙ୍କା ପାଇବା ଆଶା ନାହିଁ। ଏହି ରୋଜଗାରରେ ମୋ ପରିବାର ଚଳିଥାଏ। କରୋନା ମହାମାରୀ ସମୟରେ ହୋଟେଲ, ଦୋକାନ ବନ୍ଦ ଥିବାରୁ କୌଣସି କାମଧନ୍ଦା ନ ଥିଲା। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ଭାଙ୍ଗିନି। ଏହି କାର୍ଯ୍ୟରେ ମୋତେ ବହୁତ ଆନନ୍ଦ ମିଳେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ବରିଷ୍ଠ ଖବରଦାତା ପ୍ରଭାତ ମିଶ୍ର କହିଛନ୍ତି, ଦୀର୍ଘ ବର୍ଷ ଧରି କୃଷ୍ଣଚନ୍ଦ୍ରଙ୍କୁ ଦେଖି ଆସୁଛି। ପେଟ୍ରୋଲ ପମ୍ପ ନିକଟରେ କେତେକ ହୋଟେଲ, ଦୋକାନକୁ ସେ ପାଣି ବୋହି ଯୋଗାଇଥାନ୍ତି। ପେପର ପଏଣ୍ଟରେ ବସି ପେପର ପଢ଼ିବା ସହ ସହଯୋଗ କରିଥାନ୍ତି। ଖୋର୍ଦ୍ଧା ଅଞ୍ଚଳରେ ଅନେକ ଲୋକ ତାଙ୍କୁ କୃଷ୍ଣ ମଉସା ବୋଲି ସମ୍ବୋଧନ
କରିଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri