ନୂଆ ଯୋଡ଼ି କ୍ରିଷ୍ଣା-ଅସୀମା

ଆଉ ଏକ ନୂଆ ଯୋଡ଼ି ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଏହି ଯୋଡ଼ି ହେଲେ କ୍ରିଷ୍ଣା-ଅସୀମା। ସୁବ୍ରତ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ଇସ୍କ ତେରେ ନାମ୍‌’ରେ ଉକ୍ତ ଯୋଡ଼ିକୁ ବ୍ରେକ୍‌ ଦେଉଛନ୍ତି ନବାଗତ ପ୍ରଯୋଜକ ବାଇଧର ପଟ୍ଟନାୟକ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ସୁବ୍ରତ ମୋହନୀ। ବିଭୁନ-ଚିନ୍ମୟ ଏହାର ସ୍ବର ସଂଯୋଜନା ଦାୟିତ୍ୱ ତୁଲାଇବେ। ଏହା ପୂର୍ବରୁ ଏହି ଯୋଡ଼ି ବାଇଧରଙ୍କ ମ୍ୟୁଜିକ ଆଲବମ୍‌ ‘ଆଇ ଲଭ୍‌ ୟୁ ସୋନା’ରେ ଅଭିନୟ କରି ସାଉଁଟିଛନ୍ତି ଢେର ପ୍ରଶଂସା। ତେବେ ଏହି ନୂଆ ଯୋଡ଼ି ନିଜ ବଡ଼ ପରଦା କ୍ୟାରିୟରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଏମାନଙ୍କ ବ୍ୟତୀତ ତୃପ୍ତି ସ୍ବାଇଁ, ମହେଶ ଦାଶ, କାଳିଆ, ପିଣ୍ଟୁ, ରାଜା, ରଶ୍ମିତା, ଟନିଆ, ଲୀନା ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ। ଅନ୍ୟପକ୍ଷରେ ଫିଲ୍ମଟି ଖୁବ୍‌ ଶୀଘ୍ର ଫ୍ଲୋର୍‌କୁ ଯିବ ବୋଲି ପ୍ରଯୋଜକ ବାଇଧର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ଯୋଗୁ କାମ ପାଇ ନ ଥିଲେ ସଲମାନ ଖାନ, ଜାଣନ୍ତୁ କାହିଁକି

ସୁପରହିଟ ଚଳଚ୍ଚିତ୍ର ମେନେ ପ୍ୟାର୍‌ କିୟାର ସୁମନ ଅର୍ଥାତ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ ପାଟୱର୍ଦ୍ଧନ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଫେବୃଆରୀ ୨୩, ୧୯୬୯ରେ ସେ...

‘ରୁଦ୍ର ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ର ଟ୍ରେଲର ରିଲିଜ୍‌

ଡିଜନି ପ୍ଲସ୍‌ ହଟ୍‌ଷ୍ଟାର, ହଟଷ୍ଟାର ସ୍ପେସିଆଲ ଓ ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ କ୍ରାଇମ, ଥ୍ରୀଲର ଓ ସସ୍‌ପେନ୍ସ ସିରିଜ୍‌ ‘ରୁଦ୍ର ଦ...

ସ୍ବାମୀ, ଝିଅଙ୍କ ସହ ସମୁଦ୍ରକୂଳରେ ବୁଲୁଛନ୍ତି ଦେଶୀଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ...

ଅଲି ଫଜଲଙ୍କ ବଧୂ ସାଜିବେ ରୁଚା, ସ୍ଥିର ହେଲା ବିବାହ ତାରିଖ

ମୁମ୍ବାଇ: ଅଭିନେତ୍ରୀ ରୁଚା ଚଢା ଓ ଅଲି ଫଜଲଙ୍କ ପ୍ରଶଂସକଙ୍କ ପାଇଁ ଗୁଡ ନ୍ୟୁଜ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବରରେ ଏମାନେ...

ରଜନୀକାନ୍ତଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଏହି ଅଭିନେତା

ହାଇଦ୍ରାବାଦ: ଜୋସେଫ ବିଜୟ ଚନ୍ଦ୍ରଶେଖର ଥାଲାପତି ବିଜୟ ନାମରେ ପ୍ରଶଂସକଙ୍କ ଗହଣରେ ପରିଚିତ। ଦୁଇ ଦଶକରୁ ଅଧିକ ସମୟ ଧରି ସେ ତାମିଲ ଫିଲ୍ମଜଗତ ସହ...

ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ଥଲାପଥି ବିଜୟ କେବଳ ତାଙ୍କର ଫିଲ୍ମ ପାଇଁ ନୁହେଁ ବରଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଗତ ବର୍ଷ...

ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା

ବଲିଉଡ୍‌ର ମୋଷ୍ଟ ପପୁଲାର କପଲ୍‌ ହେଉଛନ୍ତି ଦୀପିକା ପାଦ୍ୟୁକୋନ୍‌ ଓ ରଣବୀର ସିଂ। ଦୁହେଁ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ। ନିକଟରେ ଏକ ଇଭେଣ୍ଟ୍‌ରେ...

ଦୁଇ ଝିଅଙ୍କୁ ଚୁପ୍‌ଚାପ୍‌ କୋଳେଇ ନେଇଥିଲେ ରବୀନା, ଏବେ ବଖାଣିଲେ ସତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଜଣେ ଜଣାଶୁଣା ଅଭିନେତ୍ରୀ। ୯୦ ଦଶକରେ ରବୀନା ଦୁଇ ଝିଅଙ୍କୁ ଚୁପ୍‌ଚାପ୍‌ ଆଡପ୍ଟ ବା କୋଳେଇ ନେଇଥିଲେ। ୧୯୯୫...

Advertisement
Archives

Model This Week