କ୍ରାନ୍ତିପାତ ଓ ଅୟନାନ୍ତ

”ଜୁନ୍‌ ମାସ ୨୧ ତାରିଖ ଦିନ କର୍କଟ କ୍ରାନ୍ତି ଆଖପାଖ ଅଞ୍ଚଳରେ ଦିନ ୧୩ ଘଣ୍ଟା ଓ ରାତି ୧୧ ଘଣ୍ଟା ହୁଏ। ଏଠାରୁ ଉତ୍ତର ଦିଗକୁ ଗଲେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହୋଇଥାଏ। ଜୁନ୍‌ ମାସ ୨୧ ତାରିଖ ଦିନ ୬୬.୫ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଦିନ ୨୪ ଘଣ୍ଟା ହୁଏ ଓ ରାତି ଆଦୌ ହୁଏ ନାହିଁ । ସେଠାରୁ ଆହୁରି ଉତ୍ତରକୁ ଗଲେ ଉତ୍ତର ମେରୁଠାରେ ଛଅ ମାସ ଦିନ ହୁଏ। ଥରେ ସୂର୍ଯ୍ୟ ଉଦୟ ହେଲେ ଏହା ଅସ୍ତ ନ ହୋଇ ଦିଗ୍‌ବଳୟ ଆକାଶରେ ପୂର୍ବରୁ ପଶ୍ଚିମକୁ ପ୍ରତି ୨୪ ଘଣ୍ଟାରେ ଘୂରି ବୁଲୁଥାଏ।“

କ୍ରାନ୍ତିପାତ (Eguinox) ହେଉଛି ବର୍ଷର ଗୋଟିଏ ସମୟ ଯେତେବେଳେ ଦିନ ଓ ରାତି ସମାନ ହୋଇଥାଏ ; ଅର୍ଥାତ୍‌, ଦିନ ବାର ଘଣ୍ଟା ଓ ରାତି ବାର ଘଣ୍ଟା ହୋଇଥାଏ। ବର୍ଷକରେ ଦୁଇ ଦିନ ଏହା ଆସିଥାଏ। ଗୋଟିଏ ଦିନ ହେଉଛି ମାର୍ଚ୍ଚ ମାସ ୨୧ ତାରିଖ ଓ ଅନ୍ୟ ଦିନଟି ହେଉଛି ସେପ୍ଟେମ୍ବର ମାସ ୨୩ ତାରିଖ। ମାର୍ଚ୍ଚ ମାସ ୨୧ ତାରିଖ ପରେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଶରତ ଋତୁ ଆରମ୍ଭ ହୋଇଥାଏ।
ଅୟନାନ୍ତ (Solstice) ହେଉଛି ବର୍ଷର ଗୋଟିଏ ସମୟ ଯେତେବେଳେ ଦିନ କିମ୍ବା ରାତିର ଅବଧି ସର୍ବାଧିକ ହୋଇଥାଏ। ଏହା ଜୁନ୍‌ ମାସ ୨୧ ତାରିଖ ଏବଂ ଡିସେମ୍ବର ମାସ ୨୨ ତାରିଖରେ ଦେଖାଯାଏ। ଜୁନ୍‌ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ଥାଏ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ବିପରୀତ ହୋଇଥାଏ। ଅର୍ଥାତ୍‌ ରାତି ସବୁଠାରୁ ବଡ଼ ଓ ଦିନ ସବୁଠାରୁ ଛୋଟ ଥାଏ। ଅନ୍ୟପକ୍ଷରେ ଡିସେମ୍ବର ୨୨ ତାରିଖରେ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ହୋଇଥାଏ ଏବଂ ଉତ୍ତର ଗୋଲାର୍ଦ୍ଧରେ ଏହାର ବିପରୀତ ହୋଇଥାଏ। ଜୁନ୍‌ ୨୧ ତାରିଖରୁ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ଆରମ୍ଭ ହୁଏ। ସେହିପରି ଡିସେମ୍ବର ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଆରମ୍ଭ ହୁଏ।
ଦେଖିବା ଦିନ ଓ ରାତି ଛୋଟ ବଡ଼ କାହିଁକି ହେଉଛି? ପୃଥିବୀର ନିଜ ଅକ୍ଷ ଚାରିପଟେ ୩୬୫ ଦିନରେ ଥରେ ପରିକ୍ରମଣ ହେଉଛି ଏହାର କାରଣ। ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଥିବାରୁ ଦିନ, ରାତି, ସକାଳ, ସନ୍ଧ୍ୟା ଆଦି ହୁଏ। ପୃଥିବୀର ଆକାର ହେଉଛି କମଳା ପରି ଗୋଲ। ପୃଥିବୀର ଯେଉଁ ଅର୍ଦ୍ଧେକ ସୂର୍ଯ୍ୟ ଆଡକୁ ଥାଏ, ସେଠାରେ ଦିନ ଏବଂ ଅନ୍ୟ ଅର୍ଦ୍ଧେକରେ ରାତି ହୋଇଥାଏ। ସର୍ବଦା ପୃଥିବୀ ଅର୍ଦ୍ଧେକ ଅଂଶ ଦିନ ଓ ଅର୍ଦ୍ଧେକ ଅଂଶ ରାତି ହୋଇଥାଏ।
ପୃଥିବୀ ଅକ୍ଷ ଏହାର କକ୍ଷ ସମତଳ ସହିତ ୬୬.୫ ଡିଗ୍ରୀ କୋଣ କରି ରହିଛି। ଏଣୁ ଏହା ନିଜ କକ୍ଷରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିରେ ଅବସ୍ଥାନ କରିଥାଏ। ଏହା ନିଜ କକ୍ଷରେ ଯେତେବେଳେ ସୂର୍ଯ୍ୟଆଡ଼କୁ ସମାନ ଭାବରେ ଢଳି କରି ଥାଏ, ପୃଥିବୀରେ ଦିନ ଓ ରାତି ସମାନ ହୋଇଥାଏ; ଅର୍ଥାତ୍‌ କ୍ରାନ୍ତିପାତ ହୋଇଥାଏ। ଏହା ମାର୍ଚ୍ଚ ମାସ ୨୧ ତାରିଖ ଓ ସେପ୍ଟେମ୍ବର ମାସ ୨୩ ତାରିଖରେ ହୋଇଥାଏ ଏବଂ ଏହି ଦୁଇ ଦିନ ସୂର୍ଯ୍ୟ ବିଷୁବରେଖା ଉପରେ ରହିଥାଏ।
ଜୁନ୍‌ ମାସ ୨୧ ତାରିଖ ଦିନ ସୂର୍ଯ୍ୟ କର୍କଟକ୍ରାନ୍ତି ଉପରେ ଅବସ୍ଥାନ କରିଥାଏ ଏବଂ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ସର୍ବାଧିକ ଢଳିକରି ଥାଏ। ବାସ୍ତବରେ ମାର୍ଚ୍ଚ ୨୨ ତାରିଖରୁ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳିବା ଆରମ୍ଭ କରେ ଓ ଜୁନ୍‌ ମାସ ୨୧ ତାରିଖରେ ଏହା ସବୁଠାରୁ ଅଧିକ ଢଳିଥାଏ। ଏଣୁ ମାର୍ଚ୍ଚ ମାସ ୨୩ ତାରିଖରୁ ଉତ୍ତର ଗୋଲାର୍ଦ୍ଧରେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହେଉଥାଏ ଏବଂ ଜୁନ୍‌ ମାସ ୨୧ତାରିଖରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ହୋଇଥାଏ। ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ବିପରୀତ ହୁଏ।
ଜୁନ୍‌ ମାସ ୨୧ ତାରିଖ ଦିନ କର୍କଟ କ୍ରାନ୍ତି ଆଖପାଖ ଅଞ୍ଚଳରେ ଦିନ ୧୩ ଘଣ୍ଟା ଓ ରାତି ୧୧ ଘଣ୍ଟା ହୁଏ। ଏଠାରୁ ଉତ୍ତର ଦିଗକୁ ଗଲେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହୋଇଥାଏ। ଜୁନ୍‌ ମାସ ୨୧ ତାରିଖ ଦିନ ୬୬.୫ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଦିନ ୨୪ ଘଣ୍ଟା ହୁଏ ଓ ରାତି ଆଦୌ ହୁଏ ନାହିଁ। ସେଠାରୁ ଆହୁରି ଉତ୍ତରକୁ ଗଲେ ଉତ୍ତର ମେରୁଠାରେ ଛଅ ମାସ ଦିନ ହୁଏ। ଥରେ ସୂର୍ଯ୍ୟ ଉଦୟ ହେଲେ ଏହା ଅସ୍ତ ନ ହୋଇ ଦିଗ୍‌ବଳୟ ଆକାଶରେ ପୂର୍ବରୁ ପଶ୍ଚିମକୁ ପ୍ରତି ୨୪ ଘଣ୍ଟାରେ ଘୂରି ବୁଲୁଥାଏ।
ଡିସେମ୍ବର ୨୨ ତାରିଖ ଦିନ ଠିକ୍‌ ଏହାର ଓଲଟା ହୁଏ। ସେହିଦିନ ୬୬.୫ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ୨୪ ଘଣ୍ଟା ରାତି ହୁଏ। ସେଠାରୁ ମେରୁ ପର୍ଯ୍ୟନ୍ତ ସ୍ଥାନ ଛଅ ମାସ ପର୍ଯ୍ୟନ୍ତ ଅନ୍ଧାରରେ ରହେ। ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ବିପରୀତ ହୁଏ। ସେଠାରେ ଡିସେମ୍ବର ମାସ ୨୨ ତାରିଖରେ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଅବସ୍ଥାନ କରେ ଏବଂ ଏହି ଦିନ ଦକ୍ଷିଣ ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ଓ ଛୋଟ ରାତି ହୋଇଥାଏ।
ବାସ୍ତବରେ ସୂର୍ଯ୍ୟ ଗତି କରୁ ନ ଥିଲେ ସୁଦ୍ଧା ଆମକୁ ସୂର୍ଯ୍ୟ ଗତି କରୁଥିବା ଭଳି ପ୍ରତୀତ ହୁଏ। ସୂର୍ଯ୍ୟର ବିଷୁବରେଖାର ଏହିପରି ଚଳନକୁ ଉତ୍ତରାୟନ ଓ ବିଷୁବରେଖାର ଦକ୍ଷିଣକୁ ଏହିପରି ଚଳନକୁ ଦକ୍ଷିଣାୟନ କୁହାଯାଏ। ଭାରତର ବେଦ ଓ ଉପନିଷଦରେ ସୂର୍ଯ୍ୟର ୨୩.୫ ଡିଗ୍ରୀ ଉତ୍ତର ଓ ଦକ୍ଷିଣ ଚଳନକୁ ନେଇ ଉତ୍ତରାୟନ ଓ ଦକ୍ଷିଣାୟନ କଥା ବର୍ଣ୍ଣନା କରାଯାଇଛି।
ମୋଟ ଉପରେ କହିଲେ ପୃଥିବୀର ନିଜ ଅକ୍ଷରେ ଘୂର୍ଣ୍ଣନ, ସୂର୍ଯ୍ୟ ଚାରିପଟେ ପରିକ୍ରମଣ ଏବଂ ଏହାର ଅକ୍ଷ ଏହାର କକ୍ଷପଥ ସହ ଲମ୍ବ ଭାବରେ ନ ରହି ୬୬.୫ ଡିଗ୍ରୀ କୋଣ କରି ରହିଥିବାରୁ ପୃଥିବୀରେ ଦିନ ଓ ରାତିର ଅବଧି ସର୍ବଦା ପରିବର୍ତ୍ତନ ହେଉଥାଏ। ଏହି ସମାନ କାରଣରୁ ପୃଥିବୀରେ ଋତୁ ପରିବର୍ତ୍ତନ ମଧ୍ୟ ହୋଇଥାଏ।

ଇଂ. ମାୟାଧର ସ୍ବାଇଁ

-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri