କୋଟିଆକୁ ପାଣି ଅଟକାଇଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୦।୫(ଡି.ଏନ୍‌.ଏ.):କୋରାପୁଟ ଜିଲା କୋଟିଆ ଅଞ୍ଚଳ ଗ୍ରାମପୁଞ୍ଜଗୁଡ଼ିକୁ ଆନ୍ଧ୍ର ନିଜ ଅଞ୍ଚଳ ଦାବି କରୁଥିବା ବେଳେ ପଟ୍ଟାଙ୍ଗୀ ବ୍ଲକରେ ଆନ୍ଧ୍ର ପୁଣି ଦାଦାଗିରି ଆରମ୍ଭ କରିଛି। ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନେରିଡ଼ିବାଲସା ଗ୍ରାମରେ ଚାଲିଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କାମକୁ ଆନ୍ଧ୍ର ବନ୍ଦ କରିଛି। ଏଥିସହ ଠିକାଦାର ରାଜକୁମାର ପାତ୍ର ଓ ତାଙ୍କ ୪ ଶ୍ରମିକଙ୍କ ନାମରେ ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଛି।
ସୂଚନାନୁଯାୟୀ ନେରିଡିବାଲସାରେ ବ୍ଲକ ପ୍ରଶାସନ ପକ୍ଷରୁ ୧୦ଦିନ ପୂର୍ବେ ଜଳ ଜୀବନ ମିଶନ ଯୋଜନାରେ ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଇବାକୁ ପାଇପ୍‌ ବିଛା କାମ ଆରମ୍ଭ ହୋଇଥିଲା। ବୁଧବାର ଆନ୍ଧ୍ର ସାଲୁର ତହସିଲଦାର ଏ.ସରୋଜିନୀ, ଭିଲେଜ ରେଭିନ୍ୟୁ ଅଫିସରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ନିର୍ମାଣ ସ୍ଥଳରେ ପହଞ୍ଚତ୍ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଏଥିସହ କାହା ନିର୍ଦ୍ଦେଶରେ କାମ କରୁଛ କହି ବନ୍ଦ କରିବାକୁ ତାଗିଦ ମଧ୍ୟ କରିଛନ୍ତି। ଠିକାଦାର ରାଜକୁମାରଙ୍କୁ ସାଲୁର ଗ୍ରାମାଞ୍ଚଳ ଥାନାକୁ ଡକାଇ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚରାଉଚରା କରିଛନ୍ତି। ଠିକାଦାରଙ୍କ ସହ ତାଙ୍କର ୪ଜଣ କର୍ମଚାରୀ ଭେଙ୍କଟେଶ୍ୱର ରାଓ, ରାମଣା, ଶ୍ରୀନୁ ଏବଂ ପ୍ରସନ୍ନା ପ୍ରମୁଖଙ୍କ ନଁାରେ ଉକ୍ତ ଥାନାରେ ମାମଲା ରୁଜୁ ହୋଇଥିବା ରାଜକୁମାର ଗୁରୁବାର କହିଛନ୍ତି। ଘଟଣା ସମ୍ପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଛି। କିନ୍ତୁ କୌଣସି ଅଧିକାରୀ ମୋ ସହ ଏ ନେଇ ଆଲୋଚନା କରିନାହାନ୍ତି ବୋଲି ଠିକାଦାର ରାଜକୁମାର ପାତ୍ର କହିଛନ୍ତି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ବାସୁଦେବ ଦାସ କହିଛନ୍ତି ଯେ ଏ ନେଇ ଆମେ ଅବଗତ ଅଛୁ। ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇଛୁ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। କାମ କିପରି ତୁରନ୍ତ ଆରମ୍ଭ ହେବ ସେ ନେଇ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲେ କହିଛନ୍ତି।
ପଡ଼ୋଶୀ ଆନ୍ଧ୍ର ସହିତ ଓଡ଼ିଶାର ସୀମାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି। କୋଟିଆ ଅଞ୍ଚଳର ୧୪ଟି ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ବିବାଦ ଲାଗି ରହିଥିଲେ ମଧ୍ୟ ତାହାର ସମାଧାନ ହୋଇପାରୁ ନାହିଁ। ଓଡ଼ିଶାର ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ନିଜ ଅଧୀନରେ ରଖିବାକୁ ଆନ୍ଧ୍ର ସମସ୍ତ କାୈଶଳ ଜାରି ରଖିଛି। ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ବିଦ୍ୟୁତ୍‌, ପାନୀୟ ଜଳ, ରାସ୍ତାଘାଟ ସୁବିଧା ଦେଇ ଲୋକଙ୍କ ମନ ଜିଣିବାରେ ସକ୍ଷମ ହେଉଛି। କୋଟିଆ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସୀମା ବିବାଦକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।
କୋଟିଆ ବିବାଦ ତୁଟି ନ ଥିବା ବେଳେ ନିକଟରେ ଆନ୍ଧ୍ର ପୁଣି ଓଡ଼ିଶାର ୧୩ କିଲୋମିଟର ଭିତରକୁ ପଶି ଆସି ପଟାଙ୍ଗୀ ବ୍ଲକ ତଳଗୋଲୁର ପଞ୍ଚାୟତର ବାଙ୍ଗାରୁଗୁଡି ଗ୍ରାମକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଛି। ଓଡ଼ିଶାର ଯେଉଁ ସ୍କୁଲ ରହିଛି ତାହା ବନ୍ଦ ରହୁଛି। ଛାତ୍ରୀଛାତ୍ରମାନେ ସେଠାକୁ ପଢ଼ିବାକୁ ନ ଯାଇ ଆନ୍ଧ୍ର ସ୍କୁଲକୁ ଯାଉଛନ୍ତି। ଓଡ଼ିଶା ସ୍କୁଲକୁ ଆନ୍ଧ୍ର ଠିକାଦାର ଓ ସରକାରୀ କର୍ମଚାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଟିଆ ବିବାଦ ୧୯୨୦ରୁ ରହିଆସିଛି। ତେବେ ସୀମା ବିବାଦକୁ ସମାଧାନ କରିବାକୁ ୨୦୨୧ ନଭେମ୍ବର ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ଅତିଥି ଭବନରେ ସାକ୍ଷାତ କରିଥିଲେ। ଏହି ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ସେହି କମିଟି ବୈଠକ କରି ଉଭୟ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ଦୂର କରିବ। ଇତିମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏହି ବୈଠକରେ ସୀମା ବିବାଦକୁ ନେଇ ସେପରି କାୈଣସି ଆଲୋଚନା ହୋଇ ନ ଥିଲା। ଫଳରେ ବିବାଦ ସମାଧାନ ହେବା ପରିବର୍ତ୍ତେ ବେଳକୁ ବେଳ ଜଟିଳ ହେଉଛି। ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri