କୋରାପୁଟ ସହରରେ କୋଟିଆ ଷ୍ଟ୍ରବେରି

କୋରାପୁଟ,୧୧ା୩(ସ୍ବ.ପ୍ର.): ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ କୋଟିଆ ଷ୍ଟ୍ରବେରି ଏବେ କୋରାପୁଟ ସହରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସହରର କଳାନିକେତନ ଛକ ନିକଟରେ ଥିବା କୋରାପୁଟ କଫି ପଏଣ୍ଟ ସମ୍ମୁଖରେ ସତେଜ ଷ୍ଟ୍ରବେରି ବିକ୍ରି ହେଉଥିଲା। ୨୦୦ ଗ୍ରାମ ଷ୍ଟ୍ରବେରି ପ୍ୟାକେଟର ମୂଲ୍ୟ ଶହେ ଟଙ୍କା ରଖାଯାଇଛି । ଗାଲିପଦର ଷ୍ଟ୍ରବେରି ଉତ୍ପାଦକ ସଂଘ କର୍ମକର୍ତ୍ତା କୋରାପୁଟରେ ଏହାକୁ ବିକ୍ରି କରୁଛଥିବା ଜଣାପଡିଛି। ପୂର୍ବରୁ ମାଣ୍ଡିଆ ଓ ସୁଆଁ ଚାଷ କରୁଥିଲୁ। ବର୍ତ୍ତମାନ ଉକ୍ତ ଜମିରେ ଷ୍ଟ୍ରବେରି ଚାଷ କରି ବିକ୍ରି କରୁଛୁ ବୋଲି ସେମନେ କହିଥିଲେ। ୭ ଏକର ଜମିରୁ ଉତ୍ପାଦିତ ହେବାକୁ ଥିବା ଷ୍ଟ୍ରବେରିକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଚାଷୀ ଆଂଶୁମାନ ପାଙ୍ଗି କହିଛନ୍ତି। କୋରାପୁଟ ଆଇଟିଡିଏ ତରଫରୁ ଡୋଲିଆମ୍ବରେ ୫ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଇଥିଲା । ଚଳିତ ବର୍ଷ କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଜାନିଗୁଡାରେ ୨୦ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଇଥିବା ପ୍ରୋଗ୍ରାମ ମ୍ୟାନେଜର ସତ୍ୟରଞ୍ଜନ ମହାନ୍ତି କହିଛନ୍ତି। ସେହିପରି ଗାଲିଗବଦରରେ ୭ ଏକର ଜମିରେଷ୍ଟ୍ରବେରି ଚାଷ କରାଯାଇଛି। ଚଳିତ ବର୍ଷ ଭୁବେନେଶ୍ୱରରେ ଆୟୋଜିତ ଆଦିବାସୀ ମେଳାରେ କୋଟିଆର ଷ୍ଟବେରି ବିକ୍ରି ନେଇ ଏକ ଷ୍ଟଲ ଖୋଲାଯାଇଥିଲାା ଏହି ଷ୍ଟ୍ରବେରିର ବେଶ୍‌ ଚାହିଦା ରହିଥିଲା ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri