ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ମିଳୁ ହଷ୍ଟେଲ ସୁବିଧା, ଜିଲାପାଳଙ୍କୁ ଭେଟି ଦାବି ରଖିଲେ କୋଟିଆ ସରପଞ୍ଚ

ପଟ୍ଟାଙ୍ଗି, ୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ରହିଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ଅଗ୍ରାଧିକାର ଦେବା ପାଇଁ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋଟିଆ ସରପଞ୍ଚ ଲିଉ ଗେମେଲ ସାକ୍ଷାତ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, ପଞ୍ଚାୟତରେ ରାଜ୍ୟ ସରକାର ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି ସତ, କିନ୍ତୁ ଉକ୍ତ ବିଦ୍ୟାଳୟରେ ବିଦ୍ୟାଳୟ ଠାରୁ ୫ କିଲୋମିଟର ଦୂରରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରହି ପାଠପଢିବା ପାଇଁ ସରକାରୀସ୍ତରରେ ଗୁରୁତ୍ୱ ଦିଆ ଯାଉଥିବା ବେଳେ ବିଦ୍ୟାଳୟ ନିକଟବର୍ତ୍ତୀ ଯଥା ୦୫ କିଲୋମିଟର ଭିତରେ ରହୁଥିବା କିଛି ଗ୍ରାମ ଯଥା କୁରୁଡିପଦର, ଗଞ୍ଜେଇ ପଦର, କୋଟିଆ, ଜାନିଗୁଡା ଓ ଉପରସେମ୍ବି ପ୍ରମୁଖ ଗ୍ରାମର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରହି ପାଠ ପଢିବା ସୁବିଧା ନାହିଁ । ଯେଉଁଥିପାଇଁ ସରପଞ୍ଚ ଲିଉ ଗେମେଲ ଏହାକୁ ଗୁରୁତ୍ୱ ଦେଇ କୋରାପୁଟ ଗସ୍ତ କରି ଜିଲାପାଳ ମହାଜନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଉପରୋକ୍ତ ଗ୍ରାମର ଛାତ୍ରୀଛାତ୍ର କିପରି ହଷ୍ଟେଲରେ ରହି ପାଠ ପଢି ପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେପଟେ ଉକ୍ତ ବ୍ୟବସ୍ଥା ନେଇ ବ୍ଲକ କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିରେ କେହି ଗୁରୁତ୍ୱ ଦେଲେ ନାହାଁ। ସରକାର ଯଦି ପଞ୍ଚାୟତକୁ ଏତେ ଗୁରୁତ୍ୱ ଦେଉଛନ୍ତି ତାହେଲେ ଏହି କ୍ଷେତ୍ରରେ କାହିଁକି ଗୁରୁତ୍ୱ ଦେଉନାହାନ୍ତି ବୋଲି ପ୍ରଶ୍ନ ଊଠାଇ ଏହା ଉପରେ ଗୁରୁତ୍ୱ ରହିବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି। ସେହିପରି ଉକ୍ତ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ସାକ୍ଷାତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରିଛି ବୋଲି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପଞ୍ଚାୟତର ବିବାଦୀୟ ଗ୍ରାମ ସହ ଅନ୍ୟ ଗ୍ରାମ ଗୁଡିକରେ ରହିଥିବା ଛାତ୍ରୀଛାତ୍ର କିପରି ସିବିଏସ୍‌ସି ଢାଞ୍ଚାରେ ପାଠପଢି ଲୋକଲୋଚନକୁ ଆସିବେ ସେହି ଉଦ୍ଦେଶ୍ୟରେ ପଞ୍ଚାୟତରେ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲା ହେଲା । ତେବେ ବିଦ୍ୟାଳୟ ଖୋଲି ପ୍ରାୟ ୩ ବର୍ଷ ହୋଇ ଯାଇଥିବା ବେଳେ ହଷ୍ଟେଲ ସୁବିଧା ଛାତ୍ରୀମାନଙ୍କ ପାଇଁ ରହିଛି କିନ୍ତୁ ଛାତ୍ର ମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ବର୍ତ୍ତମାନ ଯାଏ ହୋଇ ନ ଥିବା ବେଳେ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri