ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ସ୍ବର ଉଠାଉଥିବା ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ସାକେତ୍ ଶ୍ରୀଭୂଷଣ ସାହୁଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ସ୍ବର୍ଗତ ସାହୁଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସାହୁ ଅବିବାହିତ ଥିଲେ ଏବଂ ଯୁବାବସ୍ଥା ତଥା ଛାତ୍ରାବସ୍ଥାରୁ କୋଶଲ ପ୍ରଦେଶ ଗଠନ ପାଇଁ ବାହାରିଥିଲେ। କୋଶଲ ପ୍ରଦେଶ ଗଠନ ନେଇ ଜୀବନ ଥିବା ପର୍ଯ୍ୟନ୍ତ ସେ ସ୍ବର ଉତ୍ତୋଳନ କରି ଆସିଥିଲେ। ଗନ୍ଧମାର୍ଦ୍ଦନ ବଞ୍ଚାଅ ପରିପ୍ରେକ୍ଷୀରେ ସେ ବିଗତ କିଛିଦିନ ତଳେ ସଭା, ସମିତି କରିଥିଲେ। ତାଙ୍କ ପରଲୋକ ସ୍ଥାନୀୟ ଲୋକ ଏବଂ କୋଶଲପ୍ରେମୀ ମାନଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛି।