ସର୍ବଭାରତୀୟ ଆଇଏଫ୍‌ଏସ୍‌ ପରୀକ୍ଷାରେ କୋରାପୁଟର କେ. ନାଗାରାଜୁ

କୋରାପୁଟ,୩୦।୬(ସ୍ବ.ପ୍ର.): ସର୍ବଭାରତୀୟ ଆଇଏଫ୍‌ଏସ୍‌ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ପରୀକ୍ଷାରେ କୋରାପୁଟର ପୁଅ କେ. ନାଗାରାଜୁ(୨୯)ଙ୍କୁ ସଫଳତା ମିଳିଛି। ସେ ୪୦ତମ ର଼୍ୟାଙ୍କରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୨୧ ଆଇଏଫ୍‌ଏସ୍‌ ପରୀକ୍ଷାର ଚୂଡାନ୍ତ ଫଳ ମଙ୍ଗଳବାର ପ୍ରକାଶ ପରେ ଏହା ଜଣାପଡିଛି। କୋରାପୁଟ ସହରର ଭାଣ୍ଡିସାହିରେ ରହୁଥିବା ନାଗାରାଜୁଙ୍କ ସଫଳତା ପଛରେ ବାପା ଆଇନଜୀବୀ ତଥା ମା’ ମତ୍ୟୁଲୁମା ମନ୍ଦିରର ପୂଜାରୀ କେ. ବାଲାକ୍ରିଷ୍ଣା ରାଓ, ମାଆ କେ. ରୁକ୍ମଣୀ ଦେବୀଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଥିବା ସେ କହନ୍ତି। ନାଗାରାଜୁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପଢିବା ପରେ ବିଶାଖାପାଟଣା ଶ୍ରୀଚୈତନ୍ୟ ମହାବିଦ୍ୟାଳୟ ପରେ ଆଇଆଇଟି ଖଡଗପୁରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିଥିଲେ। ପରେ କିଛି ଦିନ ମୁମ୍ବାଇରେ ଚାକିରି କରିଥିଲେ। ଚାକିରି ଛାଡି ଦିଲ୍ଲୀ ଯାଇ ୫ ବର୍ଷ ପଢାପଢି କରି ଆଇଏଫ୍‌ଏସ୍‌ ପରୀକ୍ଷା ଦେଇଥିଲେ। ଏହି ସଫଳତା ପାଇଁ ସେ ଖୁସି। ଭାରତ ସରକାର ମୋତେ ଯେଉଁଠାରେ ନିଯୁକ୍ତି ଦେବେ କୋରାପୁଟ ମାଟିର ନାଁ ରଖିବି ବୋଲି କହିଛନ୍ତି ନାଗାରାଜୁ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?