ପ୍ରତିରୋଧ ଶକ୍ତି ବଢ଼ାଇବ କୋରାପୁଟ ଔଷଧୀୟ ଧାନ

କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ଔଷଧୀୟ ଧାନ ପୁଷ୍ଟିର ସୁରକ୍ଷା ଦେବ। ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ପ୍ରାକୃତିକ ସଂରକ୍ଷଣ ବିଭାଗ ସହାୟକ ପ୍ରଫେସର ଡ. ଦେବବ୍ରତ ପଣ୍ଡା।
କୋରାପୁଟ ମାଳଭୂମିରେ ଅଧିବାସୀମାନେ ଚାଷ କରୁଥିବା ୮ ପ୍ରକାର ରଙ୍ଗିନ ଓ ଔଷଧୀୟ ଧାନ ଯଥା କଳାଚୁଡ଼ି, ଭାଟମଲ୍ଲି, କାନ୍ଦୁଲକଠି, ହଳଦୀଗଣ୍ଠି, ଟିକିଚୁଡ଼ି, ବେଡ଼ାଗୁରୁମୁଖୀ, ପରାଧାନ ଓ ମାଲିମକଡାର ଗୁଣାତ୍ମକ ମାନ ଓ ଉପକାରିତା ଉପରେ ଗବେଷଣାକରି ସେ ଏହି ତଥ୍ୟ ଦର୍ଶାଇଛନ୍ତି। ଗବେଷଣାରୁ ଜଣାପଡ଼ିଛି, ୩ ପ୍ରକାର ପାରମ୍ପରିକ ଧାନ କଳାଚୁଡ଼ି, ବେଡ଼ାଗୁରୁମଖୀ ଓ କାନ୍ଦୁଲକାଠିରେ ଅଧିକ ପରିମାଣରେ ଆଇରନ, ଜ଼ିଙ୍କ୍‌, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଫ୍ଲାବନୟାଡ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏଥିସହ ପରାଧାନ, ଭାଟମଲ୍ଲି ଓ ହଳଦୀଗଣ୍ଠିରେ ଅଧିକ ପ୍ରୋଟିନ ଓ ଏନର୍ଜି ରହିଛି। ଏହି ତଥ୍ୟ ସେ ନିକଟରେ ଡିସ୍କୋଭରି ଫୁଡ୍‌ ଜର୍ନାଲରେ ତାଙ୍କର ରିସର୍ଚ୍ଚ ସ୍କଲାର କଳ୍ପନାରାଣୀ, ପ୍ରଫୁଲ୍ଲ ବେହେରା, ଭୁବନେଶ୍ୱର ପ୍ରଧାନ ଓ ସଂଗ୍ରାମ ଲେଙ୍କାଙ୍କ ସହିତ ମିଶି ଗତ ୧୬ରେ ପ୍ରକାଶ କରିଥିଲେ। ଏହି ଧାନର ଚାଉଳ ଦେଖିବାକୁ କଳା, ନାଲି, ଧୂସର ଓ ନୀଳ ରଙ୍ଗର। ଏହି ଧାନକୁ ଅଧିବାସୀମାନେ ବିଭିନ୍ନ ଔଷଧରେ ଲଗାଇଥାନ୍ତି। ଏହା ଆଦିବାସୀଙ୍କ କୁପୋଷଣ ରୋକିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କୋରାପୁଟର ଏହି ବିରଳ ଧାନ ବିଲୁପ୍ତହେବା ପୂର୍ବରୁ ଏହାର ସଂରକ୍ଷଣ ଓ ଚାଷକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଅଧିକ ପ୍ରଚାର, ପ୍ରସାର ଓ ବ୍ୟବହାର ଉପରେ ଧ୍ୟାନଦେବା ଆବଶ୍ୟକ ବୋଲି ଡ. ପଣ୍ଡା ସୂଚନା ଦେଇଛନ୍ତି। ଏହି ଔଷଧୀୟ ଚାଉଳକୁ ବିଭିନ୍ନ ଭାଲ୍ୟୁଏଡେଡ୍‌ ପ୍ରଡକ୍ଟରେ ବ୍ୟବହାର ଓ ଷ୍ଟାର୍ଟଅପ୍‌ ମାଧ୍ୟମରେ ପ୍ରଚାର ପ୍ରସାର କଲେ ଏହା କୋରାପୁଟକୁ ଏକ ସ୍ବତନ୍ତ୍ର ପରିଚୟ ଦେବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri