ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ସଫଳ ହୋଇଛନ୍ତି। ଯାହା ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ। ଆଗକୁ ହେବାକୁ ଥିବା ଅନ୍ତର୍ଜାତୀୟ ବିୟୁଟି କଣ୍ଟେଷ୍ଟରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ।

ଦାମନଯୋଡିର ଅର୍ଧେନ୍ଦୁ କୁମାର ପାତ୍ର ଓ ଶ୍ରୀଦେବୀଙ୍କ କନ୍ୟା ଅନୁଶ୍ରୀ ଛୋଟ ବେଳୁ ମଡେଲିଂରେ ରୁଚି ରଖିଥିଲେ। ପାଠ ପଢା ସହିତ ମଡେଲିଂରେ ରୁଚି ରଖି ଆଜି ନିଜର ସ୍ୱପ୍ନ ପୂରଣ କରି ପାରିଛନ୍ତି। ୨୦୨୪ ମିଷ୍ଟିକ୍‌ରେ ସଫଳତା ପାଇବା ପରେ ଏବେ ଜାତୀୟ ସ୍ତରରେ ମିସ ୟୁନିଭସ ଓଡିଶା ପାଇଁ ସଫଳତା ଲାଭ କରିଛନ୍ତି। ରାଜସ୍ଥାନ ଜୟପୁର ଜି ଷ୍ଟଡ଼ିଓରେ ଜାତୀୟ ସ୍ତରୀୟ ମିଷ୍ଟିକ୍‌ ୟୁନିଭସ ହୋଇଥିଲା। ଏଥିରେ କୋଡିଏରୁ ଉର୍ଦ୍ଧ ରାଜ୍ୟର ବିୟୁଟି କଣ୍ଟେଷ୍ଟ ମାନେ ଯୋଗ ଦେଇଥିଲେ। ୨0 ଜଣଙ୍କ ଭିତରୁ ଅନ୍ତର୍ଜାତୀୟ ସ୍ତରକୁ ଚାରି ଜଣ ମନୋନୀତ ହୋଇଛନ୍ତି। ସେଥି ମଧ୍ୟରୁ ଓଡ଼ିଶାରୁ ଅନୁଶ୍ରୀ ରହିଛନ୍ତି। ଆଗକୁ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ମିଷ୍ଟିକ୍‌ ୟୁନିଭସରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ।

ଅନୁଶ୍ରୀଙ୍କ ସଫଳତାକୁ ନେଇ ତାଙ୍କ ପରିବାର ସାଙ୍ଗସାଥିଙ୍କ ସମେତ କୋରାପୁଟ ବାସିନ୍ଦା ଗର୍ବ ଅନୁଭବ କରିଛନ୍ତି। କୋରାପୁଟ ଭଳି ଏକ ଆଦିବାସୀ ବହୁଳ ପଛୁଆ ଜିଲାରୁ ଯାଇ ଭାରତ ପାଇଁ ପ୍ରନିଧିତ୍ୱ କରିବାକୁ ନେଇ କୋରାପୁଟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି। ରାଜସ୍ଥାନ ଜୟପୁରରୁ ସଫଳତା ନେଇ ଘରକୁ ଫେରିବା ପରେ ପରିବାର ଓ ସାଙ୍ଗ ସାଥି ମାନେ ତାଙ୍କୁ ବନ୍ଦାପନା ଫୁଲତୋଡ଼ା ଓ ମିଠା ଖୁଆଇ ସ୍ୱାଗତ କରିଥିଲେ। ଝିଅର ଏଇ ସଫଳତାକୁ ନେଇ ତାଙ୍କ ବାପା ମା’ ବେଶ ଗର୍ବ କରିଛନ୍ତି। ତାଙ୍କ ଝିଅ ଭାରତ ପାଇଁ ପ୍ରତିନଧିତ୍ୱ କରିବ। ଇଚ୍ଛା ଶକ୍ତି ଥିଲେ ଜଣେ ଆଗକୁ ଯାଇ ପାରିବ ପଛୁଆ ଜିଲା ହେଲେ ମଧ୍ୟ ନିଜର ଆତ୍ମା ବିଶ୍ୱାସ ଉପରେ ସର୍ବଦା ବିଶ୍ୱାସ ରଖି ଆଗକୁ ଗଲେ ଦିନେ ନା ଦିନେ ସଫଳତା ମିଳିବ ବୋଲି ଅନୁଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri