ପୁଡୁଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

କୋରାପୁଟ,୨୬।୬(ସ୍ବ.ପ୍ର.): କୋରାପୁଟ କଫିର ଚାହିଦା ସାରା ବିଶ୍ୱରେ ଦିନକୁ ଦିନ ବୃଦ୍ଧିପାଉଛି ା ଏହାକୁ ପ୍ରମାଣିତ କରିିଛି ଅର୍ନ୍ତଜାତୀୟ ସଂସ୍ଥା ଆମାଜାନ। ଆମାଜାନ କିଛି ମାସ ତଳେ ଏହାର ମାର୍କେଟିଂ ଦାୟିତ୍ୱ ନେଇଥିଲା। ଏବେ ପୁଣି ଭାରତର ପଡୁଚେରି ଆରୋଭିଲରେ ଥିବା ‘କଫି ଆଇଡିଆସ’ ନାମକ ଏକ ଅନ୍ତର୍ଜାତୀୟ କଫି ବ୍ୟବସାୟିକ ଉଦ୍ୟୋଗ କୋରାପୁଟର ବ୍ରାଉଦ ଭ୍ୟାଲି କଫି ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଆରମ୍ଭ କରିଛି ା କୋରାପୁଟ ଜିଲା ପ୍ରାକୃତିକ ସୈନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବାବେଳେ ଏବେ କଫି ସାରା ବିର୍ଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ା ପୁଡୁଚେରୀର ଏହି ଉଦ୍ୟୋଗ କୋରାପୁଟ କଫି ପ୍ରତି ଆକୃଷ୍ଣ ହୋଇଛି ା ଜିଲାର ଛୋଟାଗୁଡାରେ ଥିବା ବ୍ରାଉନଭ୍ୟାଲି କଫି ବଗିଚାରୁ ଅମଳ କଫି ଫଳକୁ ନେଇ ପ୍ରକ୍ରିୟାକରଣ କେନ୍ଦ୍ରରେ ବ୍ୟବହାର କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି ା ଆଇଡିଆସ ସଂସ୍ଥାର ମୁଖ୍ୟ ପରିଚାଳକ ମାର୍କସ ଗତ କିଛି ଦିନ ତଳେ କୋରାପୁଟ ଜିଲା ଗସ୍ତ କରି ବିଭିନ୍ନ କଫି ବଗିଚା ବୁଲି ଦେଖିଥିଲେ। ବ୍ରାଉନ ଭ୍ୟାଲି କଫି ବଗିଚାରେ ଚାଷ ହେଉଥିବା ଆରବିକା କଫି ଫଳର ନମୁନା ସଂଗ୍ରହ କରି ନେଇଥିଲେ ା ନିଜ କଫି ଉଦ୍ୟୋଗରେ ଏହାକୁ ପରୀକ୍ଷା ନୀରିକ୍ଷା କରି ଏହା ଉଚ୍ଚମାନର ଓ ଗୁଣାବତାଯୁକ୍ତ ଜାଣିବା ପରେ କୋରାପୁଟରୁ ପ୍ରଥମ ଥର ପାଇଁ ୫ କୁଇଣ୍ଟାଲ ବ୍ରାଉନ ଭ୍ୟାଲି କଫି ନେଇଥିଲେ। ଏହାର ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାରରେ ବିକ୍ରି ଉପଲବ୍ଧ କରାଯାଇଥିବା ସଂସ୍ଥାର ୱେବସାଇଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri