କୋଙ୍କଣି ସୃଜନ ସାଧକ

ଜ୍ଞାନପୀଠ ପୁରସ୍କାର ଭାରତୀୟ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ମାନ ଭାବେ ବିବେଚନା କରାଯାଏ। ୧୯୬୧ରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଭାଷାର ସାହିତି୍ୟକଙ୍କୁ ପ୍ରଦାନ କରାଯାଇଆସୁଛି। ନିକଟରେ ୨୦୨୦ ପାଇଁ ଅସମୀୟା କବି ନୀଳମଣି ଫୁକନ୍‌ ଓ ୨୦୨୧ ବର୍ଷ ସକାଶେ କୋଙ୍କଣି ଔପନ୍ୟାସିକ ଦାମୋଦର ମୌଜୋଙ୍କୁ ଯଥାକ୍ରମେ ୫୬ ଓ ୫୭ତମ ଜ୍ଞାନପୀଠ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ କରାଯାଇଛି। ଏକଦା କୋଙ୍କଣି ଏକ ସ୍ବତନ୍ତ୍ର ଭାଷାର ମାନ୍ୟତା ପାଇବା ପାଇଁ ସଂଘର୍ଷ କରିଥିଲା। ଔପନିବେଶିକ ଚାପ ଯୋଗୁ ଏହା ଉଧେଇ ପାରୁ ନ ଥିଲା। ଉଦାରୀକରଣ ପରବର୍ତ୍ତୀ ସମୟରେ ଏହି ଭାଷାରେ ଅନେକ ଉନ୍ନତି ଆସିବା ପରେ ୨୦୦୬ରେ ରବୀନ୍ଦ୍ର କେଲେକାର ପ୍ରଥମ କୋଙ୍କଣି ଲେଖକ ଭାବେ ଜ୍ଞାନପୀଠ ପୁରସ୍କାର ଲାଭ କଲେ। ୨୦୨୧ରେ ଦାମୋଦରଙ୍କୁ ଦେଶର ଏହି ଶ୍ରେଷ୍ଠ ସାହିତ୍ୟ ସମ୍ମାନ ମିଳିବା ନେଇ ଘୋଷଣା ହେବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଏଭଳି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବୋଲି ସେ କେବେ ଭାବି ନ ଥିଲେ ବୋଲି କହିଛନ୍ତି। ପ୍ରତିକ୍ରିୟାରେ ସେ କୋଙ୍କଣି ଭାଷାରେ ଲେଖାଲେଖି କରୁଥିବା ନବପ୍ରତିଭାମାନଙ୍କୁ କହିଛନ୍ତି ଯେ, ସାହିତ୍ୟ କଦାପି ବ୍ୟର୍ଥ ଯାଏନା। ତେଣୁ ଏହି ଭାଷାର ଲେଖକମାନେ ଅନ୍ୟ ଭାଷାଗୁଡ଼ିକୁ ଶିଖିବାକୁ ଚେଷ୍ଟା କରନ୍ତୁ, ଯଦ୍ଦ୍ବାରା କୋଙ୍କଣିକୁ ଅନ୍ୟ ଭାଷାରେ ଅନୂଦିତ କରାଯାଇପାରିବ। ଦାମୋଦର ଜ୍ଞାନପୀଠ ପାଇବେ ବୋଲି ଜଣାପଡ଼ିବା ପରେ କୋଙ୍କଣି ସମ୍ପ୍ରଦାୟ ଅଧିକ ଉତ୍ସାହୀ ହୋଇପଡ଼ିଛି। ଅବଶ୍ୟ ତାଙ୍କ କୃତି ବହୁପୂର୍ବରୁ ଆଞ୍ଚଳିକ ସୀମା ଡେଇଁ ସମଗ୍ର ଭାରତରେ ପହଞ୍ଚତ୍ପାରିଛି। ଗ୍ରାମାଞ୍ଚଳର ଲେଖକ ଭାବେ ପାଠିକାପାଠକଙ୍କ ନିକଟରେ ପ୍ରଥମେ ଜଣାଶୁଣା ଥିବା ଦାମୋଦରଙ୍କ ଅନ୍ତର୍ନିହିତ ପ୍ରତିଭା ତାଙ୍କୁ ଏବେ ଅନ୍ୟତମ ଶ୍ରେଷ୍ଠ ଔପନ୍ୟାସିକ ସ୍ଥାନରେ ବସାଇ ଦେଇଛି। ସିନେମାର ସଂଳାପ ରଚନା କରି ସେ ସୃଜନଶୀଳତାର ବହୁବିଧ ଦିଗରେ ଥିବା ତାଙ୍କ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି।
ଦାମୋଦର ୧ ଅଗଷ୍ଟ ୧୯୪୪ରେ ଦକ୍ଷିଣ ଗୋଆର ମାଜୋର୍ଡା ଉପକୂଳ ଅଞ୍ଚଳରେ ଏକ ଗଉଡ୍‌ ସାରସ୍ବତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରାଥମିକ ଶିକ୍ଷା ମରାଠୀ ଓ ପର୍ତ୍ତୁଗାଲ ଭାଷାରେ ହୋଇଥିଲା। କିନ୍ତୁ ମାଧ୍ୟମିକ ଶିକ୍ଷା ଇଂଲିଶ୍‌ରେ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇଥିଲେ। ୧୯୬୧ରେ ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଯାଏ ନିଜ ଗାଁରେ ଥିବା ଏକ ଦୋକାନରେ ସାନବାପାଙ୍କୁ ସାହାଯ୍ୟ କରିଥିଲେ। ତେବେ ପରବର୍ତ୍ତୀ ଶିକ୍ଷା ଗ୍ରହଣ କରିବା ପାଇଁ ସେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ଯାଇଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟ ଅଧୀନ ଆର୍‌.ଏ. ପୋଦାର କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନମିକ୍ସରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇ ଥିବା ବେଳେ ଦାମୋଦର କୋଙ୍କଣି ଭାଷାରେ ଲେଖୁଥିବା କ୍ଷୁଦ୍ରଗଳ୍ପଗୁଡ଼ିକ ପାଠକୀୟ ଆଦୃତି ପାଇଥିଲା। ସେଥିମଧ୍ୟରୁ କେତେକ ଅନ୍ୟ ଭାଷା ଓ ଇଂଲିଶ୍‌ରେ ଅନୁବାଦ ହେବା ପରେ ତାଙ୍କ ସାହିତ୍ୟ କୃତି ଦିଗବିଦିଗ ହୋଇଛି। ତେବେ ସେଠାରେ ସ୍ନାତକ ଶେଷ କରିବା ପରେ ସେ ପରିବାରର ଥିବା ଦୋକାନ ଚଳାଇବାକୁ ଗୋଆ ଫେରି ଆସିଥିଲେ। ଏହି ସମୟରେ ଗଁା ନିକଟରେ ଥିବା କ୍ୟାଥଲିକ୍‌ ବହୁଳ ଅଞ୍ଚଳର ଲୋକଙ୍କ ସହ ଘନିଷ୍ଠ ହୋଇଥିଲେ। ଫଳରେ ସେ ଗୋଆର କ୍ୟାଥଲିକଙ୍କ ଜୀବନ ଉପରେ ଲେଖାଲେଖି କରିଥିଲେ। ୧୯୭୧ରେ ତାଙ୍କ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଗାନ୍‌ଥୋନ୍‌’ ପ୍ରକାଶ ପାଇଥିଲା। ତା’ ପରଠାରୁ ସେ ୫ ଗଳ୍ପ ସଙ୍କଳନ ବାହାର କରିଥିଲେ। ୨୦୧୪ରେ ପ୍ରକାଶିତ ଗଳ୍ପ ସଙ୍କଳନ ‘ସୋପନ ମୋଗି’ ତାଙ୍କୁ ଅନେକ ପାଠକୀୟ ଆଦୃତି ଦେଇଥିଲା। ତେବେ ଉପନ୍ୟାସ ‘କାର୍ମେଲିନ୍‌’ ତାଙ୍କୁ ୧୯୮୩ରେ ସାହିତ୍ୟ ଏକାଡେମୀ ପୁରସ୍କାର ଦେଇଥିଲା। ଉପସାଗରୀୟ ଅଞ୍ଚଳରେ ଘରୋଇ ଚାକରାଣୀଙ୍କୁ ଯୌନ ଶୋଷଣ କରାଯାଉଥିବା ବିଷୟ ଏଥିରେ ସନ୍ନିବେଶିତ କରାଯାଇଥିଲା। ଏହା ୧୨ଟି ଭାଷାରେ ଅନୁବାଦ ହୋଇଛି। ତେବେ ନୋଭେଲା ବା କ୍ଷୁଦ୍ର ଉପନ୍ୟାସ ‘ସୁଦ୍‌’ ୧୯୭୫ରେ ପ୍ରକାଶ ପାଇଥିଲା। ଏଥିରେ ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପୁଅ ନେଇଥିବା ପ୍ରତିଶୋଧକୁ ବର୍ଣ୍ଣନା କରାଯାଇଥିଲା, ଯାହା ୨୦୦୬ରେ ଚଳଚ୍ଚିତ୍ର ହୋଇ ଚର୍ଚ୍ଚିତ ହୋଇଥିଲା। ୧୯୯୬ରେ ତାମିଲନାଡୁ ଉପକୂଳରେ ସୁନାମି ପ୍ରଳୟ ସୃଷ୍ଟି କରିଥିବାରୁ ତାହା ଉପରେ ଦାମୋଦର ‘ସୁନାମି ସିମୋନ୍‌’ ଉପନ୍ୟାସ ଲେଖିଥିଲେ। ତାଙ୍କ ସୃଜନଶୀଳତା କୋଙ୍କଣି ଭାଷାରେ ରହିଆସିଥିଲେ ମଧ୍ୟ ସେ ସ୍ଥାନୀୟ ଓ ଜାତୀୟ ଖବରକାଗଜରେ ଇଂଲିଶରେ ଲେଖିଥାଆନ୍ତି। କୋଙ୍କଣି ସାହିତ୍ୟର ପୂର୍ବ ଓ ପରବର୍ତ୍ତୀ ବିଶ୍ଳେଷଣ ଲାଗି ତାଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ୨୦୧୧-୧୨ରେ ସିନିୟର ଫେଲୋଶିପ୍‌ ପ୍ରଦାନ କରିଥିଲା।
ଦାମୋଦର ଶିଶୁଙ୍କ ଲେଖାଠାରୁ ଆରମ୍ଭ କରି ସିନେମାରେ ସଂଳାପ ରଚନା କରି ସୃଜନଶୀଳତା କ୍ଷେତ୍ରରେ ଯେଉଁ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି, ସେଥିପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। କେବଳ ସେତିକି ନୁହେଁ, କିଛିବର୍ଷ ହେବ କେତେକ ନିର୍ଦ୍ଦିଷ୍ଟ ଲେଖାକୁ ବିରୋଧ କରାଯାଇ ଦେଖାଦେଇଥିବା ଅସହିଷ୍ଣୁତା ବିରୋଧରେ ସେ ସ୍ବର ଉତ୍ତୋଳନ କରି ହତ୍ୟା ଧମକ ପାଇଛନ୍ତି। ତଥାପି ସେସବୁକୁ ଭ୍ରୂକ୍ଷେପ ନ କରି ସେ ସୃଜନଶୀଳତାକୁ ଅଗ୍ରପ୍ରାଧାନ୍ୟ ଦେଇଚାଲିଛନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri