Categories: ଖେଳ

୧୨୭ ରନ୍‌ରେ ଅଟକିଲା କୋଲକାତା

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୨୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୨୭ ରନ୍‌ରେ ଅଟକିଛି।

ଦଳର ଓପରନ ଜସନ୍‌ ରୟ ଏବଂ ଲିଟନ୍‌ ଦାସ ବ୍ୟାଟି କରିବାକୁ ଆସି ପ୍ରାରମ୍ଭିକ ଷ୍ଟାଟ୍‌ ଦେବାରେ ବିଫଳ ହୋଇଥିଲେ। ଦଳର ୧୫ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଲିଟନ୍‌ ଦାସ ୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏପରିକି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୬୪ ରନ୍‌ରେ ୫ ଉଇକେଟ ହରାଇ ସଂକଟରେ ପଡିଥିଲା। ଏଭିଳି ସ୍ଥିତିରେ ଜସନ୍‌ ଧର୍ଯ୍ୟର ସହ ୩୯ ବଲ୍‌ରେ ୪୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିସଂ ଖେଳି ଦଳକୁ ଆଗୁକୁ ନେଇଥିବା ବେଳେ ଅନ୍ୟ ୭ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଶେଷ ବେଳକୁ ଆଣ୍ଡ୍ରେ ରସେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ଓଭରରେ ରସେଲ ୩ଟି ଛକ୍କା ମାରି ଦଳକୁ ୧୨୭ ରନ୍‌ରେ ପହଞ୍ଚାଇ ଥିଲେ। ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅନ୍ରିଚ୍‌ ନର୍ଟେଜେ, ଆକ୍ସର ପଟେଲ ଏବଂ କୁଳଦୀପ ଯାଦବ ପ୍ରମୁଖ ୨ଟି ଲେଖାଏ ଉଇକେଟ ନେଇଥିବା ବେଳେ ମୁକେଶ କୁମାର ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share