Posted inଖେଳ

ବାଜିଲା ମୋହର! ଆୟରଙ୍କଠାରୁ ୨୨.୨୫ କୋଟି ଟଙ୍କା କମ୍‌ରେ କିଣା ହୋଇଥିବା ଖେଳାଳି ହେବେ KKR ଅଧିନାୟକ

ନୂଆଦିଲ୍ଲୀ,୨।୧୨: କେକେଆର୍‌ ୨୩.୭୫ କୋଟି ଟଙ୍କାରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଭେଙ୍କଟେଶ ଆୟରଙ୍କୁ କିଣିଥିଲା। ଏହା ପରଠାରୁ ତାଙ୍କୁ ଦଳ ଅଧିନାୟକ କରିବ ବୋଲି ଆଶା କରାଯାଇଥିଲା। ନିଜେ ଆୟର ମଧ୍ୟ ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏବେ କିଛି ଭିନ୍ନ ଖବର ଆସୁଛି। କେକେଆର୍‌ ଆୟରଙ୍କୁ ନୁହେଁ ବରଂ ଯାହାଙ୍କୁ ୨୨.୨୫ କୋଟି ଟଙ୍କା କମ୍‌ ଦେଇ କିଣିଛି, ତାଙ୍କୁ ଅଧିନାୟକ କରିବା ବିଷୟରେ ଚିନ୍ତା କରୁଛି। ସେ ହେଲେ ଅଜିଙ୍କ୍ୟ ରାହାନେ।

ରାହାନେଙ୍କୁ କୋଲକାତା ତାଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟିରେ କିଣିଛି। ଏହା ପୂର୍ବରୁ ସେ ସିଏସ୍‌କେର ଅଂଶ ଥିଲେ। ଦଳ ତାଙ୍କୁ ରିଟେନ ନ କରିବା ପରେ କେକେଆର୍‌ ତାଙ୍କୁ କିଣିଥିଲା। ତେବେ ତାଙ୍କ ପାଖରେ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରାଇଜିଂ ପୁଣେ ସୁପରଜାଏଣ୍ଟସ୍‌ ଏବଂ ସିଏସ୍‌କେର ଅଧିନାୟକ ଭାବେ ଅନୁଭବ ରହିଛି। ଏମିତିରେ ଯଦି କେକେଆର୍‌ ତାଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛି ତେବେ ନିଶ୍ଚିତ ଭାବେ ତାଙ୍କର ଅନୁଭବ କାମରେ ଆସିବ।

ଟାଇମ୍ସ ଅଫ ଇଣ୍ଡିଆ ନିଜର ରିପୋର୍ଟରେ କହିଛି ଯେ, ରାହାନେଙ୍କୁ ନୂଆ ଅଧିନାୟକ କରିବାର ସମ୍ଭାବନା ୯୦%। କେକେଆର ତାଙ୍କୁ କେବଳ ଏଥିଯୋଗୁ କିଣିଛି। କେବଳ ଏଥିରେ ଆଧିକାରୀକ ଭାବେ ମୋହର ବାଜିବା ବାକି ରହିଛି।
୩ ଥରର ଆଇପିଏଲ୍‌ ଚାମ୍ପିଅନ୍‌ କେକେଆର ସହ ରାହାନେଙ୍କର ଏହା ଦ୍ୱିତୀୟ ଟର୍ମ ହେବ। ଏହାପୂର୍ବରୁ ୨୦୨୨ରେ ସେ ଏହାର ଅଂଶ ଥିଲେ। ୨୦୨୩ରେ ସିଏସ୍‌କେରୁ ଖେଳୁଥିବା ବେଳେ ସେ ୧୪ ମ୍ୟାଚ୍‌ରେ ୧୭୨.୪୯ ଷ୍ଟ୍ରାଇକ୍‌ ରେଟ୍‌ରେ ୩୨୬ ରନ୍‌ କରିଛନ୍ତି। ୨୦୨୪ ତାଙ୍କ ପାଇଁ ଭଲ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?