କମାଣି ଦେଇଛି କୋଳି

 

ଢେଙ୍କାନାଳ ଅଫିସ, ୧୨।୩: ଗଛରେ ଭର୍ତ୍ତି ହୋଇଛି ଲାଲ୍‌ ଟହଟହ ବରକୋଳି। ହୃଷ୍ଟପୁଷ୍ଟ କଦଳୀ, ଆମ୍ବ, ମକା, ଟମାଟୋ ଗଛ ଦେଖିଲେ କୁଣ୍ଢମୋଟ ହୋଇଯାଉଛି ଛାତି। ହେଲେ ସଫଳ ଚାଷର ଏହି ଯାତ୍ରା ଜମାରୁ ନ ଥିଲା ସହଜ। ନା ଥିଲା ନିଜସ୍ବ ଜମି। ନା କେହି ଥିଲେ ଦେବାକୁ ପରାମର୍ଶ। ନିଜ ପାଇଁ ନିଜେ ନ୍ୟାୟରେ ୟୁଟ୍ୟୁବ୍‌କୁ ଜ୍ଞାନଗୁରୁ କରି ଆରମ୍ଭ କରିଥିବା ଉଦ୍ୟମ ଆଜି ନେଇଛି ବାସ୍ତବ ରୂପ। ପରିଶ୍ରମର ମୂଲ୍ୟ ମିଳିଛି। ଥାଇଲାଣ୍ଡ ବେରି, ସଙ୍କରଜାତୀୟ କଦଳୀ, ଅମୃତଭଣ୍ଡା ଭଲ କମାଣି ଦେଉଛି। ଯେକୌଣସି କାମରେ ନିଷ୍ଠା ରହିଲେ ପ୍ରତିଷ୍ଠିତ ହେବାକୁ ସମୟ ଲାଗିବ ନାହିଁ, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ମା’ ବାଉତୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ।

 

ଚାଷ ପ୍ରତି ଥିବା ଝୁଙ୍କ୍‌ ଢେଙ୍କାନାଳ ସଦର ବ୍ଲକ କାଇମାଟି ପଞ୍ଚାୟତ ବାଉତୀବେରେଣା ଗ୍ରାମର ଶକ୍ତି ମା’ ବାଉତୀ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଦେଇଛି ନୂଆ ପରିଚୟ। ୧୧ଜଣ ସଦସ୍ୟଙ୍କ ନିଷ୍ଠାପର ଉଦ୍ୟମରେ ୧୦ ଏକର ଜମିରେ ଛିଡ଼ା ହୋଇଛି ଫଳ ଓ ପରିବା ବଗିଚା। ଚାଷରେ ଏକାଧିକ ସମସ୍ୟା ସେମାନଙ୍କ ପଥରେ ପ୍ରତିବନ୍ଧକ ସାଜିଛି ସତ, ହେଲେ ଦୃଢ଼ ମନୋବଳ ମାଧ୍ୟମରେ ସେସବୁର ସମାଧାନ କରିପାରିଛନ୍ତି ସେମାନେ। ଅଧିକ ସରକାରୀ ସହାୟତା, ପ୍ରୋତ୍ସାହନ ଏବଂ ମାର୍ଗଦର୍ଶନ ମିଳିଲେ ଆଗକୁ ବଢ଼ିବା ଲାଗି ସୁବିଧା ହୁଅନ୍ତା ବୋଲି ଗୋଷ୍ଠୀର ମହିଳା କୃଷି ଉଦ୍ୟୋଗୀମାନେ ଆଶାବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ସହରଠାରୁ ମାତ୍ର ୧୦ କିଲୋମିଟର ଦୂର ଢେଙ୍କାନାଳ-କପିଳାସ-ଯୋରନ୍ଦା ରାସ୍ତାର କୁକୁଡ଼ାଝର ନିକଟରେ ୧୦ ଏକର ଲିଜ୍‌ ଜମିରେ ବିଭିନ୍ନ କିସମର ଫଳ ପରିବା ଚାଷ କରିଛନ୍ତି ମା’ ବାଉତୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ। ୩ ଏକରରେ ଥାଇଲାଣ୍ଡ କୋଳି, ୪ ଏକରରେ ଦୁଇ ପ୍ରକାର କଦଳୀ ଏବଂ ଅବଶିଷ୍ଟ ଜମିରେ ଅମୃତଭଣ୍ଡା, ମକା, ବିଲାତି ବାଇଗଣ ଚାଷ କରିଛନ୍ତି। ଏହାକୁ ବାଦ୍‌ଦେଲେ ଉନ୍ନତ କିସମର ୧ ଲକ୍ଷ ଆମ୍ବଚାରା ମଧ୍ୟ ପ୍ରସ୍ତୁତ କରିଛନ୍ତି। ତେବେ ଥାଇଲାଣ୍ଡ ବରକୋଳି ହିଁ ସେମାନଙ୍କୁ ଆଣିଦେଇଛି ପ୍ରସିଦ୍ଧି। ୟୁଟ୍ୟୁବରୁ ଥାଇ ବରକୋଳି ଚାଷ ଦେଖିବା ପରେ ଏହାକୁ ଜମିରେ ଉତ୍ପାଦନ କରିବାକୁ ମନ ବଳାଇଥିଲେ ଗୋଷ୍ଠୀ ସଦସ୍ୟା। ଜଣେ ମୁସ୍‌ଲମାନ ବ୍ୟକ୍ତିଙ୍କ ସହଯୋଗରେ ପଶ୍ଚିମବଙ୍ଗ ସୀମାନ୍ତ ମୁର୍ଶିଦାବାଦ ଅଞ୍ଚଳରୁ ୩,୦୦୦ ଚାରା ଆଣି ଲଗାଇଥିଲେ। ତନ୍ମଧ୍ୟରେ ରହିଛି କଶ୍ମୀର କୋଳି, ବଲ ସୁନ୍ଦରୀ ଏବଂ ଭାରତୀ ସୁନ୍ଦରୀ ପ୍ରଜାତିର ଥାଇ ବରକୋଳି। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ସେତିକି ସ୍ବାଦିଷ୍ଟ ମଧ୍ୟ। ଏବେ ବଜାରରେ କେଜି ପିଛା ଏହାର ଦର ରହିଛି ୮୦ ଟଙ୍କା। ଗତ ନଭେମ୍ବରରେ ଥାଇ ବରକୋଳିରେ ୭ ଲକ୍ଷ ୨୨ ହଜାର ଟଙ୍କା ବିନିଯୋଗ କରିଥିଲେ ଗୋଷ୍ଠୀ ସଦସ୍ୟ। ୪ ଲକ୍ଷ ଟଙ୍କା ଲାଭ ହୋଇଥିଲା। ସେହିପରି ଗତ ସିଜନ୍‌ରେ ୧୫୦ କୁଇଣ୍ଟାଲ କୋଳି ଫଳିଥିଲା। ଫାର୍ମରୁ ଉତ୍ପାଦିତ କୋଳି ଏବଂ କଦଳୀ ନେବାକୁ ଝାରସୁଗୁଡା, ଅନୁଗୋଳ, ଆଠଗଡ଼, ଢେଙ୍କାନାଳ, ଗଁଦିଆ, କାମାକ୍ଷାନଗର ଅଞ୍ଚଳର ବ୍ୟବସାୟୀ ବିଶେଷ ଆଗ୍ରହ ଦେଖାଉଛନ୍ତି। ସେହିପରି ବ୍ୟବସାୟିକ ଦୃଷ୍ଟିରୁ ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଓ ଆମ୍ବ୍ରପଲି ଆମ୍ବ ଚାରା କଲମୀ କରି ବିକ୍ରି ପାଇଁ ଯୋଜନା କରିଛନ୍ତି ସେମାନେ। ହାତୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ଫସଲକୁ ସୁରକ୍ଷା ଦେବାକୁ ସୋଲାର ଫ୍ୟାନ୍‌ସିଂ ବ୍ୟବସ୍ଥା କରିଛନ୍ତି।
ଅପରପକ୍ଷେ ଫାର୍ମରେ ମାଛଚାଷ ଲାଗି ଆବଶ୍ୟକ ଜମି ଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଗୋଷ୍ଠୀ ସଦସ୍ୟ। ଫଳ ପ୍ୟାକିଂ ପାଇଁ ସ୍ବତନ୍ତ୍ର ଘର, ଖରାଦିନେ ପାଣି ସମସ୍ୟାର ସମାଧାନ ଲାଗି ବୋରଓ୍ବେଲ୍‌ ଖନନ ଲାଗି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେଲେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ଗୋଷ୍ଠୀର ସଭାନେତ୍ରୀ ବୀଣାପାଣି ସାହୁ, ସମ୍ପାଦିକା ଶର୍ମିଳା ସାହୁ, ସଦସ୍ୟା କଳ୍ପନା ସାହୁ, ସୈରେନ୍ଦ୍ରୀ ସାହୁ, ଜ୍ୟୋତିର୍ମୟୀ ସାହୁ, ଅର୍ଚ୍ଚନା ସାହୁ, ମୀନତି ସାହୁ, ବିଷ୍ଣୁପ୍ରିୟା ସାହୁ, ବୀଣାପାଣି ସାହୁ (ଖ), ମଞ୍ଜୁଲତା ସାହୁ, ମମତା ସାହୁ। ଏ ସଂକ୍ରାନ୍ତରେ ବିଡିଓ ସୁଧୀର କୁମାର ନାୟକ କୁହନ୍ତି, ସମ୍ପୃକ୍ତ ଗୋଷ୍ଠୀର ସଦସ୍ୟାମାନେ ସମସ୍ୟା ଆମ ନଜରକୁ ଆଣିନାହାନ୍ତି। ଲିଖିତ ଭାବରେ ଜଣାଇଲେ ମାଛ ଚାଷ ପାଇଁ ପୋଖରୀ ଏବଂ ବୋରୱେଲ ଖନନ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri