କୋକସରା ଭାଜପା ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କୋକସରା, ୨୭।୧୧ (ଡି.ଏନ.ଏ.)  – କଳାହାଣ୍ଡି ଜିଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ଓ ଆମପାଣି ଜୋନ ପକ୍ଷରୁ ସମ୍ବିଧାନ ଦିବସ ଟେମରା ଓ ଦରଲୀପଡାରେ ପାଳନ କରାଯାଇଛି। ଡ଼. ଆମ୍ବେଡକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଭାଜପା ସଦସ୍ୟମାନେ ସମ୍ବିଧାନ ଉପରେ ନିଜର ମତ ରଖିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲା ଆଇଟି ସେଲ ସଦସ୍ୟ ତଥା ଯୁବନେତା ଗୋଦାବରୀଶ ପାତ୍ର, ଆମପାଣି ଜୋନ ଜିଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ, ଗରୁଡଦ୍ୱଜ ମାଝି, ମଧୁବନ ପାତ୍ର, ଭଜମନ ନାଏକ, ଚକ୍ରଧର ବେଶ୍ରା, ନାନକ ଅଗ୍ରୱାଲ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।