କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା ନିର୍ବାଚନ ଲଢୁଛନ୍ତି। ସେ ଗୋରଖପୁରର ବାସିନ୍ଦା। ଇତିମଧ୍ୟରେ କୋକେଇ ବାବା ୧୧ ଥର ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ସେ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ସେହିପରି ଲକ୍ଷ୍ନୌରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧ ସେ ନିର୍ବାଚନ ଲଢ଼ି ସାରିଛନ୍ତି। ୨୦୦୯ରେ ଗୋରଖପୁର ଲୋକସଭା ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କୋକେଇ ବାବାଙ୍କ ଦଳୀୟ ଚିହ୍ନ ହାଣ୍ଡି। ସେ ନାମାଙ୍କନ ପତ୍ର ଦାଖଲ କରିବାଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାରରେ କୋକେଇରେ ବସି ଆସିଥାନ୍ତି। ତାଙ୍କୁ ବୋହି ନେବା ସମୟରେ ଲୋକେ ରାମ୍‌ ନାମ୍‌ ସତ୍ୟ ହୈ, ହରି ନାମ୍‌ ସତ୍ୟ ହୈ କହିଥାନ୍ତି। ୨୦୦୮ରେ ଏମ୍‌ବିଏ ପାସ୍‌ କରି ସେ ବ୍ୟାଙ୍କକରେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସାମାଜିକ କର୍ମୀ ଭାବେ ସେ ସମାଜ ସେବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?