Posted inଖେଳ

କୋହଲିଙ୍କ ରେକର୍ଡ ବର୍ଷା

ଅହମ୍ମଦାବାଦ୍‌,୧୨।୩: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚରେ ବିରାଟ କୋହଲି ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଅହମ୍ମଦାବାଦରେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୭୫ତମ ଶତକ। ଏହା ସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସଚିନ ଭାରତ ପାଇଁ ମୋଟ ୧୦୦ ଶତକ ହାସଲ କରିଥିଲେ। ଏଥି ସହିତ ବିରାଟ ଏପର୍ଯ୍ୟନ୍ତ ୭୫ ଶତକ ହାସଲ କରିଛନ୍ତି। ଏଥିମଧ୍ୟରୁ ୨୮ ଶତକ ଟେଷ୍ଟରେ, ୪୬ଟି ଦିନିକିଆରେ ଏବଂ ଗୋଟିଏ ଟି-୨୦ରେ ଆସିଛି।

ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ଶେଷ ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷରେ ଆସିଥିଲା। ଏହା ପରେ ସେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିପାରି ନ ଥିଲେ। ବିରାଟ କୋହଲି ୨୩ ମ୍ୟାଚ ଏବଂ ୪୧ ଇନିଂସ ପରେ ଟେଷ୍ଟ କ୍ରିକେଟରେ ଏକ ଶତକୀୟ ଇନିଂସ ଖେଳିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ତାଙ୍କର ୧୬ତମ ଶତକ। ସେ ଟେଷ୍ଟ ଏବଂ ଦିନିକିଆରେ ପ୍ରତ୍ୟେକ ୮ଟି ଶତକ ହାସଲ କରିଛନ୍ତି।
ଟେଷ୍ଟ କ୍ରିକେଟରେ ଏହା ବିରାଟ କୋହଲିଙ୍କ ଦ୍ୱିତୀୟ ମନ୍ଥର ଶତକ। ଏହି ଶତକ ପାଇଁ ସେ ୨୪୧ ବଲର ସମ୍ମୁଖୀନ ହୋଇଥିଲେ। ୨୦୧୨ ରେ ନାଗପୁର ଗ୍ରାଉଣ୍ଡରେ କୋହଲିଙ୍କ ମନ୍ଥର ଶତକ ଇଂଲଣ୍ଡ ବିପକ୍ଷରେ ଆସିଥିଲା। ସେହି ମ୍ୟାଚରେ ସେ ନିଜ ଶତକ ପାଇଁ ୨୮୯ ବଲର ସମ୍ମୁଖୀନ ହୋଇଥିଲେ।
ବିରାଟ କୋହଲି ୧୬ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି। କୌଣସି ଦେଶ ବିପକ୍ଷରେ ସର୍ବାଧିକ ଶତକ ସ୍କୋର କରିବାରେ ସେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ପ୍ରସଙ୍ଗରେ ସଚିନ ଶୀର୍ଷରେ ଅଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ଶତକ ହାସଲ କରିଥିଲେ। ଏଥି ସହିତ ଡନ ବ୍ରାଡମ୍ୟାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?