Posted inଖେଳ

ପିଠି ଯନ୍ତ୍ରଣାରୁ ଏମିତି ଉପଶମ ପାଇଥିଲେ କୋହଲି

ୟୁଏଇ,୨୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରରେ ଏକ ପର୍ଯ୍ୟାୟ ଥିଲା, ଯେତେବେଳେ ସେ ପିଠି ଯନ୍ତ୍ରଣାରେ ଅତ୍ୟଧିକ ଚିନ୍ତିତ ଥିଲେ। କିନ୍ତୁ ଭାରତର ପୂର୍ବତନ ଫିଟନେସ କୋଚ ବାସୁ ଶଙ୍କରଙ୍କ ତତ୍ତ୍ୱାବଧାନରେ ସେ ଏଥିରୁ ମୁକ୍ତି ପାଇବାରେ ସଫଳ ହୋଇଥିଲେ। ବସୁ ଶଙ୍କରଙ୍କ ପୁସ୍ତକ ‘୧୦୦, ୨୦୦ ପ୍ରାକ୍ଟିକାଲ ଆପ୍ଲିକେସନ ଇନ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂନ୍‌’ର ମୁଖବନ୍ଧରେ କୋହଲି ଲେଖିଛନ୍ତି ଯେ, ଜଣେ ଫିଟନେସ କୋଚ ତାଙ୍କୁ ଓଜନ ଉଠାଇବା ପାଇଁ କିପରି ପ୍ରେରଣା ଦେଇଥିଲେ ଏବଂ ତାଙ୍କୁ ଦୁନିଆର ସବୁଠାରୁ ଭଲ କ୍ରିକେଟର ଭାବରେ ପରିଣତ କରିଥିଲେ।
କୋହଲି ଲେଖିଛନ୍ତି ଯେ ୨୦୧୪ ର ଶେଷ ମାସରେ, ମୁଁ ପିଠି ଯନ୍ତ୍ରଣା ଦ୍ୱାରା ବହୁତ ଅସୁବିଧାରେ ପଡିଥିଲି, ଯାହା ଯିବାର ନାମ ନେଉ ନ ଥିଲା। ପ୍ରତିଦିନ ସକାଳେ ମୋର ପିଠି ଢିଲା କରିବା ପାଇଁ ମୋତେ ୪୫ ମିନିଟ ବ୍ୟାୟାମ କରିବାକୁ ପଡୁଥିଲା, କିନ୍ତୁ ଦିନରେ କିଛି ସମୟରେ ଏହା ପୁଣି ଟାଣ ହୋଇଯାଉଥିଲା। ଏନେଇ ବାସୁ ସାର୍‌ ସହ କଥା ହୋଇଥିଲି। ପୂର୍ବରୁ ମୁଁ ଓଜନ ଉଠାଇବା ବିଷୟରେ ନିଶ୍ଚିତ ନ ଥିଲି, କିନ୍ତୁ ବାସୁ ସାର୍‌ ମୋତେ କେବଳ ଗୋଟିଏ କଥା କହିଥିଲେ ଯାହା ମୋତେ ବିଶ୍ୱାସଯୋଗ୍ୟ ଥିଲା। ତାଙ୍କର ଜ୍ଞାନ ଏବଂ ଅଭିଜ୍ଞତା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା।
ସୂଚନାଯୋଗ୍ୟ, ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଜାତୀୟ ଦଳ ସହ କାର୍ଯ୍ୟ କରିଥିବା ଶଙ୍କର କୋହଲି ଏବଂ ଭାରତୀୟ ଦଳର ଫିଟନେସରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri