Posted inଖେଳ

ନିଷ୍ପତ୍ତି ପୂର୍ବରୁ ରୋହିତଙ୍କ ସହ କଥା ହୋଇଥିଲେ କୋହଲି

ନୂଆଦିଲ୍ଲୀ,୧୬।୯: ୟୁଏଇ ଓ ଓମାନଠାରେ ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟର ଅଧିନାୟକ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। କିନ୍ତୁ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦଳର ନେତୃତ୍ୱ ନେବା ଜାରି ରଖିବେ ବୋଲି କୋହଲି ଟୁଇଟ୍‌ କରି ଜଣାଇ ଦେଇଛନ୍ତି। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କୋହଲି ଦଳର ସିନିୟର ବ୍ୟାଟ୍ସମ୍ୟାନ ତଥା ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥା ହୋଇଥିଲେ। ଏ ନେଇ କୋହଲି ଟୁଇଟ୍‌ କରିଥିବା ଲେଟରରେ ଉଲ୍ଲେଖ କରିଛନ୍ତି।

ଉକ୍ତ ଲେଟରରେ କୋହଲି ଲେଖିଛନ୍ତି, ଏହି ନିଷ୍ପତ୍ତିରେ ପହଞ୍ଚିବା ପାଇଁ ମୋତେ ଖୁବ୍‌ ସମୟ ଲାଗିଥିଲା। କୋଚ୍‌ ରବି ଶାସ୍ତ୍ରୀ, ସାଥି ଖେଳାଳି ରୋହିତ ଶର୍ମାଙ୍କ ସମେତ ମୋ ନିକଟସ୍ଥ ଲୋକଙ୍କ ସହ ଖୁବ୍‌ ଆଲୋଚନା କରିଥିଲି। ତା’ ପରେ ଦୁବାଇରେ ହେବାକୁ ଥିବା ବିଶ୍ୱକପ୍‌ ସହ ମୁଁ ଟି୨୦ ଦଳର ନେତୃତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏଥି ଲାଗି ମୁଁ ବିସିସିଆଇ ସମ୍ପାଦକ ଜୟ ଶାହ, ସଭାପତି ସୌରଭ ଗାଙ୍ଗୁଲି ଓ ଜାତୀୟ ଚୟନକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ମୁଁ ମୋ ଦକ୍ଷତା ଅନୁଯାୟୀ, ଭାରତୀୟ କ୍ରିକେଟ ଓ ଟିମ୍‌ ଇଣ୍ଡିଆର ସେବା କରିବା ଜାରି ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଶିଂଟନ୍‌ଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ କି? ଗାଭାସ୍କର ଦେଲେ ଏଭଳି ଜବାବ

ଚେନ୍ନାଇ,୧୦।୨: ସ୍ଥାନୀୟ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୨୨୭ରନ୍‌ରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଭାରତୀୟ ଟିମ୍‌। ଏହା...

୫ ମାସର ଗର୍ଭବତୀ ଅଙ୍କିତା ୬୨ ମିନିଟ୍‌ରେ ଦୌଡ଼ିଲେ ୧୦ କିମି

ବେଙ୍ଗାଲୁରୁ,୨୪।୧୨(ପି.ଟି.): ଅଙ୍କିତା ଗୌଡ଼ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୫ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ସେ ୧୦ କିଲୋମିଟର ବିଶିଷ୍ଟ ରେସ୍‌କୁ...

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର...

ଧୋନୀଙ୍କ କ୍ୟାପଟେନଶିପ୍‌ର ଜବାବ ନାହିଁ

ମୁମ୍ବାଇ,୨୦।୪ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱଶୈଳୀର ଜବାବ ନାହିଁ। ମୁମ୍ବାଇ ପିଚ୍‌ ଓ ପ୍ରଥମ ବ୍ୟାଟିଂ ଆଉ ତା’ ପରେ ମ୍ୟାଚ୍‌ ଜିତିବା ବେଶ୍‌...

କୋହଲିଙ୍କୁ ନେଇ ଏପରିି ବଡ଼ କଥା କହିଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରବିବାରଠାରୁ ଖେଳାଯିବ। ଏହି ବକ୍ସିଂ ଡେ ଟେଷ୍ଟ ସେଞ୍ଚୁରିଆନର ସୁପରପୋର୍ଟ...

ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆର ବିବିଏଲ୍‌ରେ ଖେଳିବେ ଏହି କ୍ରିକେଟର

ମେଲବର୍ନ,୫।୧୧: ଭାରତର ପୂର୍ବତନ ଅଣ୍ଡର-୧୯ ବିଜେତା ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍‌ ବ୍ୟାଶ୍‌ ଲିଗ୍‌(ବିବିଏଲ୍‌)ରେ ଖେଳିବେ। ପ୍ରଥମ ଭାରତୀୟ ଭାବେ ସେ ଏହି ଲିଗ୍‌ରେ...

ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’

ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍‌ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍‌ଜୀ ଟିମ୍‌ ପାଇଁ...

୩-୦ରେ ସିରିଜ୍‌ ଛଡ଼ାଇ ଆଣିଲା ଟିମ୍‌ ଇଣ୍ଡିଆ

ପାଲିକେଲ୍‌,୭।୭: ଅଧିନାୟିକା ହରମନପ୍ରୀତ କୌର (୮୮ ବଲ୍‌ରୁ ୭୫ରନ ଏବଂ ୫ ଓଭରରେ ୧/୨୧) ଓ ପୂଜା ବସ୍ତ୍ରକାର ୬୫ ବଲ୍‌ରୁ ୫୬*, ଏବଂ ୨/୩୨)ଙ୍କ...

Advertisement
Archives

Model This Week