Categories: ଖେଳ

ସିଡ୍‌ନୀରେ ନିୟମ ଭାଙ୍ଗିଥିଲେ କୋହଲି, ପାଣ୍ଡ୍ୟା

ସିଡ୍‌ନୀ,୪ା୧- ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ ଜଣ ଖେଳାଳି ପ୍ରୋଟୋକଲର ଉଲ୍ଲଂଘନ କରିବା ପରେ ଆଇସୋଲେଶନରେ ରହିଛନ୍ତି। ଏହି ଖେଳାଳିମାନେ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଏକାଠି ଡିନର କରିବାର ଭିଡିଓକୁ ଟୁଇଟ କରିଥିଲେ ଜଣେ ପ୍ରଶଂସକ। ବିନା ଅନୁମତିରେ ରେଷ୍ଟୁରାଣ୍ଟରେ ଖେଳାଳିମାନଙ୍କ ବିଲ୍‌ ପେମେଣ୍ଟ କରିବା ସହ ପନ୍ତଙ୍କୁ ଆଲିଙ୍ଗନ କରିଥିବା ଦାବି କରିଥିଲେ ଉକ୍ତ ପ୍ରଶଂସକ। ପରେ ସ୍ବୀକାର କରିଥିଲେ ଏହା ସମ୍ପୂର୍ଣ୍ଣ ମିଛ। ତେବେ ଅଷ୍ଟ୍ରେଲିଆନ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ଖେଳାଳିମାନେ ପୂବରୁ ମଧ୍ୟ କୋଭିଡ୍‌ ପ୍ରୋଟୋକଲ ଭଙ୍ଗ କରିଛନ୍ତି।

ସିମିତ ଓଭର କ୍ରିକେଟୟ ସିରିଜ୍‌ବେଳେ ଡିସେମ୍ବର ୭ ତାରିଖରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସିଡ୍‌ନୀର ଏକ ଟଡଲର ଦୋକାନରେ ଶପିଂ କରିଥିଲେ। ଏହି ଅବସରରେ ଦୁହଁିଙ୍କ ସହ ଫଟୋ ଉଠାଇଥିଲେ ଜଣେ ମହିଳା (ମହିଳା ଜଣଙ୍କ ଦୋକାନର କର୍ମଚାରୀ ନା ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ)। ଫଟୋରେ କେହି ମାସ୍କ ପିନ୍ଧି ନ ଥିଲେ। ଏହା ଦ୍ୱାରା ଦୁଇ ଭାରତୀୟ ଖେଳାଳି ଭଙ୍ଗ କରିଥିଲେ କ୍ରିକେଟ ଅଷ୍ଟ୍ରେଲିଆର ବାୟୋ ସିକୁରିଟି ନିୟମ। ଏହାର ଏକ ସପ୍ତାହ ପରେ କିଛି ଭାରତୀୟ ଖେଳାଳିମାନେ ଆଡିଲେଡ୍‌ର ଏକ ହୋଟେଲରେ ବିଳମ୍ବିତ ରାତିରେ ଯାଇଥିଲେ। ଦୁଇ ଜଣ ଖେଳାଳି ଭିତରକୁ ଯାଇ ଖାଇବା ଅର୍ଡର କରିଥିଲେ, ହେଲେ ସେମାନେ ପିନ୍ଧି ନ ଥିଲେ ମାସ୍କ। ଏହି ସବୁ ଘଟଣା କାହା ସାମ୍ନାକୁ ଆସି ନ ଥିଲା। କାରଣ ଏ ସମ୍ପର୍କରେ କେହି ବୋର୍ଡକୁ ସୂଚନା ଦେଇ ନ ଥିଲେ।

 

Share