Posted inଖେଳ

ଏହି ମହାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ କୋହଲି

ଲର୍ଡସ,୧୭।୮: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ କରିଛନ୍ତି। ଅଧିନାୟକ ଭାବରେ ଟେଷ୍ଟ ଜିତିବା ଦୃଷ୍ଟିରୁ ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି। ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ୧୫୧ ରନ୍‌ରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଅଧିନାୟକ ଭାବରେ ଟେଷ୍ଟରେ ଏହା ବିରାଟ କୋହଲିଙ୍କ ୩୭ ତମ ବିଜୟ। ସେ ଏପର୍ଯ୍ୟନ୍ତ ୬୩ ଟି ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ଏଥିମଧ୍ୟରୁ ୧୫ଟି ଟେଷ୍ଟ ହାରିଥିବାବେଳେ ୧୧ଟି ଟେଷ୍ଟ ଡ୍ର ହୋଇଛି। କୋହଲି ୱେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ଲାଇଭ୍‌ ଲଏଡଙ୍କୁ ପଛରେ ପକାଇ ଦେଇଛନ୍ତି। କ୍ଲାଇଭ୍‌ଙ୍କ ଅଧିନାୟିକତ୍ୱରେ ୭୪ଟି ଟେଷ୍ଟ ମଧ୍ୟରୁ ୩୬ଟି ଜିତିଥିବାବେଳେ ୧୨ରେ ପରାସ୍ତ ହୋଇଥିଲେ। ୨୬ ଟି ମ୍ୟାଚ ଡ୍ର ହୋଇଥିଲା। କୋହଲି ମଧ୍ୟ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ।
ଟେଷ୍ଟର ସବୁଠାରୁ ସଫଳ ଅଧିନାୟକ ବିଷୟରେ କହିବାକୁ ଗଲେ ଦକ୍ଷିଣ ଆଫ୍ରିକାର ଗ୍ରାମ ସ୍ମିଥ ନମ୍ବର -୧ରେ ଅଛନ୍ତି। ସେ ୧୦୯ ମଧ୍ୟରୁ ୫୩ଟି ଟେଷ୍ଟ ଜିତିଛନ୍ତି। ୨୯ଟି ହାରିଥିବାବେଳେ ୨୭ଟି ଟେଷ୍ଟ ଡ୍ର ରହିଥିଲା। ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ୫୦ରୁ ଅଧିକ ଟେଷ୍ଟ ଜିତିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ ୱ ତୃତୀୟ ସ୍ଥାନରେ ଅଛନ୍ତି। ପଣ୍ଟିଂ ୭୭ଟି ଟେଷ୍ଟ ମଧ୍ୟରୁ ୪୮ଟି ଜିତିଥିଲେ। ୧୬ଟିରେ ହାରିଥିବାବେଳେ ୧୩ଟି ଡ୍ର ରହିଥିଲା। ଏଥି ସହିତ, ଷ୍ଟିଭ ୱ ୫୭ଟି ଟେଷ୍ଟ ମଧ୍ୟରୁ ୪୧ଟି ଜିତି ୯ଟିରେ ହାରିଥିଲେ। ୭ଟି ମ୍ୟାଚ ଡ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri