Categories: ଖେଳ

ଦିନିକିଆ ନେତୃତ୍ୱ ଛାଡ଼ିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ିଥିବା ବିରାଟ କୋହଲି ଆଗାମୀ ଦିନରେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ଛାଡ଼ି ପାରନ୍ତି। ଦିନିକିଆ ଦଳର ନେତୃତ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ କୋହଲିଙ୍କ ସହ ବିସିସିଆଇର ମୁଖ୍ୟ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ବିସିସିଆଇ ନିକଟସ୍ଥ ସୂତ୍ରରୁ କୁହାଯାଇଛ ଯେ, ବୋର୍ଡ ଏବେ କୋହଲିଙ୍କ ଉପରୁ ସୀମିତ ଓଭର ଦଳର ଅଧିନାୟକ ବୋଝ ହଟାଇବାକୁ ଚାହୁଁଛି। ଫଳରେ କୋହଲି ତାଙ୍କ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେଇପାରିବେ। ଏହାର ଅର୍ଥ, ନିକଟ ଭବିଷ୍ୟତରେ କୋହଲି ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ଛାଡ଼ି ପାରନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ସହ ହେବାକୁ ଥିବା ଦ୍ୱିପାକ୍ଷିକ ଦିନିକଆ ସିରିଜ୍‌ ଖେଳାଯିବାର ଅଛି। ଏହି ସିରିଜ୍‌ ଆସନ୍ତା ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବ। ଯଦି କୋହଲି ଅଧିନାୟକ ପଦ ଛାଡ଼ନ୍ତି, ତେବେ ତାଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର କ୍ୟାପଟେନ କରାଯିବାର ବିଶେଷ ସମ୍ଭାବନା ରହିଛି। ଟି୨୦ ଭଳି ଲୋକେଶ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇପାରେ।

Share