Posted inଖେଳ

ଚେନ୍ନାଇ ଟେଷ୍ଟରେ ପରାଜୟ: ବୋଲର୍‌ଙ୍କୁ ସବୁ ଦୋଷ ଦେଇ ଏଭଳି କହିଲେ କୋହଲି

ଚେନ୍ନାଇ,୯।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ହାସଲ କରିଛି ଭାରତୀୟ ଟିମ୍‌। ଦୀର୍ଘ ୨୨ ବର୍ଷ ପରେ ଚେନ୍ନାଇରେ ଦଳ ଟେଷ୍ଟ ମ୍ୟାଚ୍‌ ହାରିଛି। ଏହାକୁ ନେଇ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ରଖି ସବୁ ଦୋଷ ବୋଲର୍‌ଙ୍କୁ ଦେଇଛନ୍ତି।

କୋହଲି କହିଛନ୍ତି, ଇଂଲଣ୍ଡ ଦଳ ଭାରତଠାରୁ ଭଲ ପ୍ରଦର୍ଶନ କରିଛି। ଏହାର ପରିଣାମ ତାଙ୍କୁ ମିଳିଛି। ଏଭଳି ସମୟରେ ବୋଲର୍‌ମାନଙ୍କ ଉପରେ ବିଶ୍ୱାସ କରାଯାଇଥାଏ। ସେମାନେ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ଏକଜୁଟ୍‌ ହୋଇ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଉଚିତ। ହେଲେ ତାହା ହେଲା ନାହିଁ। ଯୋଜନାଗୁଡ଼ିକୁ ଠିକ୍‌ ଭାବେ ପ୍ରଣୟନ କରାଯାଇପାରିଲା ନାହିଁ। ଦଳ ହିସାବରେ ଭୁଲରୁ ଶିଖି ଆସୁଛୁ। ଟେଷ୍ଟ କ୍ରିକେଟ ଏକ ଚକ୍କି ପରି। ଇଂଲଣ୍ଡ ଏଥିପାଇଁ ପ୍ରସ୍ତୁତ ଥିଲା। ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ଫିଲ୍ଡିଂ ଭଲ ହେବା ସହ ଦୃଢ଼ ମାନସିକତା ଯୋଗୁ ଭାରତକୁ ହରାଇବାରେ ସଫଳ ହୋଇଛି ଦଳ। ହେଲେ ଭାରତୀୟ ଟିମ୍‌ ନିଜ ଭୂଲ ସୁଧାରିବା ସହ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ ଦଳ। ପ୍ରଥମ ପାଳିରେ ଦଳ ୫୭୮ ରନ୍‌ କରିଥିଲା। ଏହାର ଜବାବରେ ଭାରତୀୟ ଟିମ୍‌ ୩୩୭ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୨୪୧ରନ୍‌ର ଅତିରିକ୍ତ ରନ୍‌ ସହ ଇଂଲଣ୍ଡ ଦ୍ୱିତୀୟ ପାଳି ୧୭୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ପରେ ଭାରତୀୟ ଟିମ୍‌ ଦ୍ୱିତୀୟ ପାଳି ୧୯୨ରନ୍‌ରେ ସମାପ୍ତ ହୋଇଥିଲା। ଫଳରେ ୨୨୭ରନ୍‌ର ଲଜ୍ଜାଜନକ ପରାଜୟ ହାସଲ କରିଛି ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri