କିଆରାଙ୍କ ୱିଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚ୍ୟାଟ ଶୋ’ ‘କଫି ୱିଥ କରନ ୭’ର ଲାଟେଷ୍ଟ ଏପିସୋଡରେ ବଲିଉଡ ଆକ୍ଟର ସାହିଦ କପୁର ଓ ଆକ୍ଟ୍ରେସ କିଆରା ଆଡଭାନୀଙ୍କ ଯୋଡିକୁ ଦେଖିବାକୁ ମିଳିବ । ସମସ୍ତେ ଜାଣିଥିବେ ଏହି ଶୋ’ରେ ବଲିଉଡ ସେଲିବ୍ରିଟିମାନେ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ବହୁ ଅଜଣା କଥା ଦର୍ଶକଙ୍କ ସାମ୍ନାରେ କହି ଥାଆନ୍ତି । କିଛିଦିନ ପୂର୍ବରୁ ଏକ ଶୋ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ତାଙ୍କ ଲଭ ଲାଇଫକୁ ନେଇ କଥା ହୋଇଥିଲେ । ଏବେ କଫି ୱିଥ କରନ ଏପିସୋଡରେ କରନ ଜୋହର ଓ ସାହିଦ କପୁର କିଆରାଙ୍କ ମୁହଁରୁ ତାଙ୍କ ଲଭ ଲାଇଫ ବିଷୟରେ ଶୁଣିବାକୁ ଚାହିଛନ୍ତି । ଏମିତିକି ଶୋ’ରେ ସାହିଦ କପୁର କହୁଛନ୍ତି କିଆରା-ସିଦ୍ଧାର୍ଥଙ୍କ ଯୋଡି ଖୁବ୍ ସୁନ୍ଦର ଆଉ ଏଥିରେ କରନ କହୁଛନ୍ତି, ମୁଁ ତ ଭାବୁଛି ଏମାନଙ୍କ ଯୋଡି ଏତେ ସୁନ୍ଦର ତ ଏମାନଙ୍କ ପିଲା କେତେ ଗର୍ଜିୟସ ହେବେ ।
ଏହି ଶୋ’ରେ କରନ ଓ ସାହିଦ ମିଳିମିଶି କିଆରାଙ୍କୁ ସେପର୍ଯ୍ୟନ୍ତ ଟିଜ କରୁଛନ୍ତି ଯେପର୍ଯ୍ୟନ୍ତ ସେ ତାଙ୍କ ଲଭ ଲାଇଫ ବିଷୟରେ ଖୋଲା ଖୋଲି କଥା ହୋଇ ନାହାନ୍ତି । ଶେଷରେ କିଆରା କହିଛନ୍ତି ମୁଁ ବିବାହ ଉପରେ ଖୁବ୍ ଭରସା କରେ । ମୁଁ ମୋ ଘରେ ସୁନ୍ଦର ସୁନ୍ଦର ବିବାହର ମଜା ନେଇଛି ବା ବିବାହ ଦେଖିଛି । ତେଣୁ ମୋ ଜୀବନରେ ମୁଁ ଏମିତି ବିବାହ କରିବାକୁ ଚାହୁଁଛୁ । ହେଲେ କଫି ୱିଥ କରନରେ ମୁଁ ବିବାହ ବିଷୟରେ କିଛି କହିବି ନାହିଁ । ହେଲେ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିବି ।
ଏହାସହ ର‌୍ୟାପିଡ ରାଉଣ୍ଡରେ କିଆରାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ସେ ତାଙ୍କ ୱିଶ କଥା କହିଛନ୍ତି । କରନ ପଚାରିଥିଲେ କେଉଁ ସେଲିବ୍ରିଟିଙ୍କୁ ସେ ତାଙ୍କ ବ୍ରାଇଡ ସ୍କ୍ୱାର୍ଡରେ ଦେଖିବାକୁ ଚାହାଁନ୍ତି । ଉତ୍ତରରେ କିଆରା କହିଥିଲେ, ପ୍ରକୃତରେ ମୁଁ ଆଲିଆ ଭଟ୍ଟଙ୍କୁ ବହୁତ ପସନ୍ଦ କରେ । ତେଣୁ ମୁଁ ଚାହୁଁଛି ମୋ ବ୍ରାଇଡ ସ୍କ୍ୱାର୍ଡରେ ଆଲିଆ ଭଟ୍ଟ ନିଶ୍ଚିତ ରହିବେ । ମୁଁ ତାଙ୍କୁ ବହୁତ ଭଲପାଏ ସେ ବହୁତ ସୁନ୍ଦର । ସୂଚନାଯୋଗ୍ୟ, ଶୁଣିବାକୁ ମିଳିଛି କି ଚଳିତ ବର୍ଷ କିଆରା ଆଡଭାନୀ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri