କୋଚିଲାଗଡ଼-ସିକିଡ଼ିକିଆ ରାସ୍ତା ବିପର୍ଯ୍ୟସ୍ତ

ଫୁଲବାଣୀ ଅଫିସ/ଟିକାବାଲି,୯ା୧: କନ୍ଧମାଳ ଜିଲାର ପ୍ରମୁଖ ସମସ୍ୟା ହେଉଛି ରାସ୍ତା। ଆଜି ପର୍ଯ୍ୟନ୍ତ ଜିଲାର ବହୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନାହିଁ। ଫଳରେ ଗ୍ରାମାଞ୍ଚଳର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କିନ୍ତୁ ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥର ମାତ୍ର ୧୦୦ ମିଟର ଦୂର ଟିକାବାଲି ପଞ୍ଚାୟତ କୋଚିଲାଗଡ଼-ସିକିଡ଼ିକିଆ ରାସ୍ତାର ଅବସ୍ଥା ଦେଖିଲେ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ପର୍ଯ୍ୟନ୍ତ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରାଯାଉନାହିଁ। ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଯାଇଛି। ରାସ୍ତା ଉପରେ ଖାଲି ବଡ଼ ବଡ଼ ମେଟାଲ। ବାଇକ୍‌ରେ ଗଲେ ସବୁବେଳେ ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ତାହା ଆଜି ପଯର୍ର୍‌ୟନ୍ତ କରାଯାଉନାହିଁ।
ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୨ କିମି ଦୂରରେ ରହିଛି ଏହି ରାସ୍ତା। ଆଜକୁ ପ୍ରାୟ ୨୦ବର୍ଷ ହେବ ରାସ୍ତା ସମତୁଲ ହୋଇ ମେଟାଲ କାମ ହୋଇଥିଲା। ସେହିଦିନଠାରୁ ଆଉ ରାସ୍ତା ମରାମତି କାମ ହୋଇନାହିଁ। କୋଚିଲାଗଡ଼ଠାରୁ ସିକିଡିକିଆ ଦେଇ ପାଲଚିପଦା ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ଏବେ ମରଣଯନ୍ତା। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିରହୁଛି। ଯାତାୟତ ବେଳେ ଲୋକେ ଖାଲଖମା ଜାଣି ନ ପାରି ରାସ୍ତାରେ ଦୁର୍ଗଟଣଗ୍ରସ୍ତ ହେଉଛନ୍ତି। ରାତିରେ ଯାତାୟତ କରିବା କଥା ନ କହିବା ଭଲ। ଏହି ୩ଟି ଗ୍ରାମରେ ବସବାସ କରୁଥିବା ପରିବାର ଦୀପ ତଳ ଅନ୍ଧାର ଭଳି କାଳାତିପାତ କରୁଛନ୍ତି। ରାସ୍ତା ପାଇଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଖାଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଉଛି। ହେଲେ କାମ ହେଉନାହିଁ। ସରପଞ୍ଚଙ୍କୁ କହିଲେ ରାସ୍ତା କାମ ପାଇଁ ପ୍ରସ୍ତାବ ଦିଆଯାଇଥିବା କହୁଛନ୍ତି। ଆମେ ବହୁ ହଇରାଣ ହେଉଛୁ। କାମ କେବେ ହେବ ତାହାକୁ ଆମେ ଚାହିଁବସିଛୁ ବୋଲି କୋଚିଲାଗଡ଼ର ଅକ୍ଷୟ କହଁର, ଆଦିକନ୍ଦ କହଁର, ସୁଧାକର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ସରପଞ୍ଚ କୁନ୍ଦୁରୁ ମଲ୍ଲିକଙ୍କୁ ପଚାରିବାରୁ ରାସ୍ତା କାମ ପାଇଁ ସମିତି ମିଟିଂରେ ବାରମ୍ବାର କହିଛି। କିଛି ଦିନ ତଳେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏହି ରାସ୍ତାକୁ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି)ରେ ଅନ୍ତର୍ଭୁକ୍ତ କରି ପିଚୁ କାମ କରିବାକୁ ପ୍ରସ୍ତାବ ଦେଇଛି। ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri