ପାଦତଳୁ ମାଟି ଖସିଯିବା ଜାଣି ହିଂସାକୁ ଆପଣାଇଛି ବିଜେଡି: ଭାଜପା

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର):ବିଜେଡିର ପାଦ ତଳୁ ମାଟି ଖସିଯିବା ଜାଣି ହିଂସାକୁ ଆଦରି ନେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିର ଗୁମାସ୍ତା ରାଜ୍ୟସାରା ବୁଲି ଲୋକଙ୍କ ସମସ୍ୟା ବୁଝିବାର ନାଟକ କରିଥିଲେ। କିନ୍ତୁ ଗୁମାସ୍ତାଙ୍କ ନାଟକକୁ ଓଡ଼ିଶାବାସୀ ବୁଝି ବିଜେଡିକୁ ପ୍ରତ୍ୟାଖ୍ୟାନ କରୁଥିବାରୁ ବିଜେଡି ରକ୍ତମୁଖା ହୋଇ ହତ୍ୟା କରୁଛି ବୋଲି ଭାଜପା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି
ବିଜେଡି ହାରିବାକୁ ସହଜେ ଗ୍ରହଣ କରିପାରୁନି, ଏଥିଲାଗି ନିଜ ହିତାହିତ ଜ୍ଞାନ ହରାଇବସିଛି। ରବିବାର ରାତିରେ ବିଜେଡି କର୍ମକର୍ତ୍ତାମାନେ ବରଗଡ଼ ବିଧାନସଭା ସରସରା ଗଁାର ୧୨୮ ଓ ୧୨୯ ନମ୍ବର ବୁଥ୍‌ରେ ଟଙ୍କା ବାଣ୍ଟୁଥିଲେ। ଲୋକମାନେ ସେହି ଟଙ୍କାକୁ ନ ନେଇ ଫେରାଇବା ସହ ପ୍ରତିବାଦ କଲେ। ଏହି ଦୁଇ ବୁଥ୍‌ର ୩ ଶହ ମିଟର ଦୂରରେ ବିଜେଡିର ଅଶୋକ ମହାନନ୍ଦ ଭାଜପା କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମିର୍ଦ୍ଧାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି ବୋଲି ସମୀର କହିଛନ୍ତି।
ବିଜେଡିକୁ ଟଙ୍କା ଫେରାଇବା ଓ ସେହି ଦଳକୁ ଲୋକେ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିବା ପରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଭଟଲି ନିର୍ବାଚନମଣ୍ଡଳୀର ସୁଶାନ୍ତ ସିଂଙ୍କ ପ୍ରରୋଚନାରେ ପେସାଦାର ଅପରାଧୀଙ୍କୁ ଲଗାଇ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ବିଗତ ଦିନରେ ବୁଣାକାରଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆସିଥିବାବେଳେ ତାଙ୍କ ଉପରକୁ ଟେକାପଥର ମାଡ଼ କରାଯିବା ସହ ଗାଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏସବୁ ପଛରେ ବିଜେଡି ନେତାଙ୍କ ହାତ ରହିଥିଲା ବୋଲି ସମୀର ହକିଛନ୍ତି। ଏବେ ଯେଉଁମାନେ ଅଧିକ ଭୋଟରେ ଜିତିବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବୁ ବୋଲି ଏମାନେ ପ୍ରତିଶ୍ରୁତି ଦେଉଛନ୍ତି। ସେହିପରି ବିଜେଡିର ପୂର୍ବତନ ସରପଞ୍ଚ ଭାଜପା କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମିର୍ଦ୍ଧାଙ୍କ ହତ୍ୟା ବିଷୟକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟକ୍ତିଗତ ଶତ୍ରୁତା କହି ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସମୀର ଅଭିଯୋଗ କରିଛନ୍ତି। କିଛି ମୁଷ୍ଟିମେୟ ଜିଲାପାଳ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି। ବିଜେଡି ହାରିବ ବୋଲି ଜାଣିବା ପରେ ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ତୁରୁମୁ ପଞ୍ଚାୟତ ବେରୁଆବାଡି ଗ୍ରାମର ୪୭ନଂ ବୁଥରେ ନିର୍ବାଚନ ହିଂସା ଘଟାଇଛି ବୋଲି ସମୀର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri