ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅଧୀନ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୨୪ ନିର୍ବାଚନରେ ଭାଜପା ଟିକେଟରେ କେ. ଅନିଲ କୁମାର ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ୧୮,୭୦୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବ୍ରହ୍ମପୁର ନିର୍ବାଚନମଣ୍ଡଳୀର ବ୍ରହ୍ମପୁର ସହରରେ ୧୯୭୧ ଡିସେମ୍ବର ୨ତାରିଖରେ ତାଙ୍କର ଜନ୍ମ। କେ.ବାବଜୀ ଓ କେ.ସୁଗୁନାଙ୍କ ସେ ୩ୟ ସନ୍ତାନ। ବାପା ଜଣେ ବ୍ୟବସାୟୀ। ବ୍ୟବସାୟିକ ପରିବାରରୁ ଆସି ଅନିଲ ଜନପ୍ରତିନିଧି ହୋଇପାରିଛନ୍ତି। ସେ ବ୍ରହ୍ମପୁରରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସେଣ୍ଟ ଭିନ୍‌ସେଣ୍ଟ ସ୍କୁଲରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ବିଶାଖାପାଟଣା ଚାଲିଯାଇଥିଲେ। ସେଠାରେ କାକତିଆ ପବ୍ଲିକ ସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରି ବିଜୟୱାଡାରେ ଯୁକ୍ତ ୨ ପଢ଼ିଥିଲେ। ପରେ ବିଶାଖାପାଟଣା ଆସି ଗୀତମ୍‌ କଲେଜରେ ନାମ ଲେଖାଇଥିଲେ। ସେଠାରେ ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ପିଲାଦିନୁ କ୍ରିକେଟରେ ରୁଚି ରଖିଥିବା ଅନିଲ ବହୁ ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ଜିଲାସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେଇ ସୁନାମ ଅର୍ଜନ କରିଥିଲେ। ତେବେ କୌଣସି କାମରେ ଜଣେ ରାଜନେତାଙ୍କ ସହ ମିଶିଥିଲେ। ସେଇଠୁ ତାଙ୍କର ରାଜନୀତି କରିବାକୁ ଆଗ୍ରହ ହୋଇଥିଲା। ୧୯୯୮ରେ ରାଜନୀତିରେ ପ୍ରବେଶ କରି ଅଞ୍ଚଳରେ ଜନସେବା ଆରମ୍ଭ କରିଥିଲେ। ସମସ୍ତଙ୍କ ସୁଖଦୁଃଖର ସାଥୀ ହୋଇଥିବାରୁ ଅଞ୍ଚଳବାସୀଙ୍କ ସମର୍ଥନରେ ୨୦୦୩ରେ ବ୍ରହ୍ମପୁର ମ୍ୟୁନିସିପାଲିଟି ନିର୍ବାଚନରେ ୧୧ନଂ. ୱାର୍ଡରୁ ସ୍ବାଧୀନ ଭାବେ କାଉନସିଲର ନିର୍ବାଚିତ ହୋଇଥିଲେ। ପୁଣି ୨୦୦୮ରେ ୧୩ନଂ. ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ବ୍ରହ୍ମପୁର ମହାନଗର ନିଗମ ହେବା ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ନିରବଚ୍ଛିନ୍ନ ଭାବେ ବିଜେଡିରେ ରହି ୧୫ ବର୍ଷ ଦଳ ପାଇଁ କାମ କରି ଆସୁଥିଲେ। କିନ୍ତୁ ବିଧାୟକ ପାଇଁ ଆଶାୟୀ ଥିବା ଅନିଲଙ୍କୁ ଦଳ ଅଣଦେଖା କରିବାରୁ ସେ ଭାଜପାରେ ଯୋଗଦେଇଥିଲେ। ବିଜେଡିରେ ଥିବାବେଳେ ତାଙ୍କ କାର୍ଯ୍ୟଦକ୍ଷତାକୁ ପରଖି ଭାଜପା ତରଫରୁ ତାଙ୍କୁ ଟିକେଟ ମିଳିଥିଲା। ଭେଟେରାନ ଲିଡର ତଥା ରାଜନୈତିକ କ୍ଷେତ୍ରରେ ତାଙ୍କ ପଥପ୍ରଦର୍ଶକ ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବିପକ୍ଷରେ ଜିତିବା ତାଙ୍କ ପାଇଁ ସହଜସାପେକ୍ଷ ନ ଥିବା କୁହାଯାଉଥିଲା। ହେଲେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ମିଳିବାରୁ ତାଙ୍କ ବିଜୟ ସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri