Posted inଫୁରସତ

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ କଇଁଛ ଦିବସ…

ବିଶ୍ୱ କଇଁଛ ଦିବସ ପ୍ରତିବର୍ଷ ମେ’ ୨୩ରେ ପାଳନ କରାଯାଇଥାଏ। କଇଁଛ ପୃଥିବୀର ଦୀର୍ଘଦିନ ବଞ୍ଚୁଥିବା ଜୀବ ଅଟେ। ମାତ୍ର ଏବେ ଏହାର ଅନେକ ପ୍ରଜାତି ବିଲୁପ୍ତ ହୋଇଗଲେଣି। ଏଭଳି ପରିସ୍ଥିତିରେ କଇଁଛମାନଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୨୩ରେ କଇଁଛ ଦିବସ ପାଳନ କରାଯାଇଆସୁଛି।

ଆମେ ସମସ୍ତେ ପିଲାଦିନରେ କଇଁଛ ଏବଂ ଠେକୁଆ କାହାଣୀ ଶୁଣିଛେ ନିଶ୍ଚିତ। କଇଁଛ ହେଉଛି ଏକ ପ୍ରାଣୀ, ଯାହା ଏହାର ଅତି ଧୀର ଗତି ପାଇଁ ଜଣାଶୁଣା। ଏହା ବ୍ୟତୀତ ଏହାର ଧାର୍ମିକ ଗୁରୁତ୍ୱ ମଧ୍ୟ ରହିଛି। ଅନେକ ଲୋକ ଏହାକୁ ଶୁଭ ବୋଲି ଭାବନ୍ତି, ଯେଉଁଥିପାଇଁ ଲୋକମାନେ କଇଁଛକୁ ଘରେ ରଖନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା କିଛିଦିନ ସାରା ବିଶ୍ୱରେ ହ୍ରାସ ପାଉଛି। ଜାଣନ୍ତୁ ଏହାର ଇତିହାସ ବିଷୟରେ…

୧୯୯୦ରେ କଇଁଛ ଦିବସ ପାଳନ ଆରମ୍ଭ ହୋଇଥିଲା। ବାସ୍ତବରେ ବିଭିନ୍ନ ପ୍ରଜାତିର କଇଁଛମାନଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଏକ ଅଣ-ଲାଭ ସଂଗଠନ ଆମେରିକୀୟ କଇଁଛ ଉଦ୍ଧାର କାର୍ଯ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହି ସଂସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ କଇଁଛ ସଂରକ୍ଷଣ।

କଇଁଛମାନେ ଦୁନିଆର ସରୀସୃପ ଗୋଷ୍ଠୀର ଅନ୍ୟତମ ପୁରାତନ ପ୍ରାଣୀ। କଇଁଛମାନେ ସାପ ଏବଂ କୁମ୍ଭୀରଠାରୁ ମଧ୍ୟ ବହୁତ ପୁରୁଣା। ଏହି ଜୀବମାନେ ୨୫୦ ନିୟୁତ ବର୍ଷ ପୂର୍ବେ ବିକଶିତ ହୋଇଥିବା ପୂର୍ବାନୁମାନ କରାଯାଏ। ଦୁନିଆରେ ୩୦୦ ପ୍ରଜାତିର କଇଁଛ ଅଛନ୍ତି, ସେଥିମଧ୍ୟରୁ ୧୨୯ଟି ବିଲୁପ୍ତପ୍ରାୟ। ଏହି କାରଣରୁ ବିଶ୍ୱ କଇଁଛ ଦିବସ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି।

ସରୀସୃପ ଗୋଷ୍ଠୀର କଇଁଛମାନଙ୍କର ବୟସ ପୃଥିବୀରେ ୧୫୦ ବର୍ଷରୁ ଅଧିକ ବୋଲି ବିବେଚନା କରାଯାଏ। ଦୁନିଆର ଦୀର୍ଘତମ କଇଁଛ ଥିଲା ହନାକୋ କଇଁଛ। ଯିଏ ପ୍ରାୟ ୨୨୬ ବର୍ଷ ବଞ୍ଚିଥିଲା। ଦୀର୍ଘବର୍ଷ ବଞ୍ଚିବା ପରେ ହନାକୋର ୧୭ ଜୁଲାଇ ୧୯୭୭ରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri