Posted inଫୁରସତ

ଆଇଫୋନ୍‌ କିଣିବା ପାଇଁ ସତକୁ ସତ ନିଜ କିଡନୀ ବିକିଥିଲେ ଚାଇନାର ଏହି ବ୍ୟକ୍ତି; ଏବେ ଜୀବନମରଣ ସହ କରୁଛନ୍ତି ସଂଘର୍ଷ

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଆପଲ୍‌ କମ୍ପାନୀ ନୂଆ ଆଇଫୋନ୍‌ ସିରିଜର ଘୋଷଣା କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଆଇଫୋନ୍‌ ସହ ଜଡ଼ିତ କିଛି ମେମେ ଭାଇରାଲ ହୋଇଥିଲା। ଏବେ ଆଇଫୋନ୍‌ କିଣିବା ପାଇଁ ଲୋକଙ୍କୁ ନିଜର କିଡନୀ ବିକିବାକୁ ପଡ଼ିବ ବୋଲି ଏକ ମେମେରେ କୁହାଯାଇଥିଲା। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଚାଇନାର ଜଣେ ବ୍ୟକ୍ତି ଆଇଫୋନ୍‌ କିଣିବା ଲାଗି ନିଜ କିଡନୀ ବିକି ଦେଇଥିଲେ। ହେଲେ ଏବେ ସେ ଜୀବନମରଣ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି।

ଘଟଣାଟି ୨୦୧୧ ମସିହାର। ସେତେବେଳେ ଚାଇନାର ୧୭ ବର୍ଷୀୟ ନାବାଳକ ଓ୍ବାଗଂ ଶାଙ୍ଗୁନ୍‌ ଆଇପେଡ ୨ ଏବଂ ଆଇଫୋନ କିଣିବାକୁ ନିଜ କିଡନୀ ବିକି ଦେଇଥିଲେ। ତାଙ୍କୁ ଦୁଇଟି କିଡନୀର ଆବଶ୍ୟକତା ନାହିଁ। ଗୋଟିଏ ଯଥେଷ୍ଟ ବୋଲି ସେ ପ୍ରତିକ୍ରିୟାରେ କହିଥିଲେ। ଗୋଟିଏ କିଡନୀ ପାଇଁ ତାଙ୍କୁ ୩,୨୭୩ ଡଲାର ଟଙ୍କା ମିଳିଥିଲା। ଏବେ ତାଙ୍କୁ ୨୫ ବର୍ଷ ହୋଇଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ସେ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।

ସେତେବେଳେ ଶାଙ୍ଗୁନ୍‌ ଆଇଫୋନ୍‌ କିଣିବା ଲାଗି ଏତେ ଉତ୍ସାହିତ ଥିଲେ ଯେ ଭବିଷ୍ୟତ କଥା ନ ଭାବି ନିଜ କିଡନୀ ଦଲାଲଙ୍କୁ ବିକି ଦେଇଥିଲେ। ହେଲେ ଅପରେଶନ ସମୟରେ ତ୍ରୁଟି ଯୋଗୁ ତାଙ୍କର ସଂକ୍ରମଣ ହୋଇଥିବା ପରେ ଜଣାପଡ଼ିଥିଲା। ଧିରେ ଧିରେ ଏହା ବଢ଼ି ଚାଲିଥିଲା। ଏବେ ତାଙ୍କୁ ପ୍ରତ୍ୟେହ ଡାଇଲିସିସ୍‌ କରିବାକୁ ପଡ଼ୁଛି।

ଶାଂଗୁନ ନିଜର କିଡ଼ନୀ ବିକିଥିବା ନେଇ ପରିବାରଲୋକଙ୍କୁ ଜଣାଇ ନ ଥିଲେ। ହେଲେ ପୁଅ ହାତରେ ଦାମୀ ଫୋନ ଦେଖି ସମସ୍ତେ ସନ୍ଦେହ କରିଥିଲେ। ପରେ ପଚରାଯିବାରେ ସେ ସତ ମାନିଥିଲେ। ଏପରିକି ପୋଲିସ ଆଗରେ ସେ ସବୁକଥା କହିଥିଲେ। ଶେଷରେ ୯ଜଣ ଦଲାଲ ଗିରଫ ହୋଇଥିଲେ। ହେଲେ ଏବେ ସେ ନାବାଳକ ସମୟରେ କରିଥିବା ଭୁଲ ପାଇଁ ନିଶ୍ଚିତ ପଶ୍ଚାତାପ କରୁଥିବେ ବୋଲି ଅନେକ ମତ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri