Posted inଫୁରସତ

ଆଇଫୋନ୍‌ କିଣିବା ପାଇଁ ସତକୁ ସତ ନିଜ କିଡନୀ ବିକିଥିଲେ ଚାଇନାର ଏହି ବ୍ୟକ୍ତି; ଏବେ ଜୀବନମରଣ ସହ କରୁଛନ୍ତି ସଂଘର୍ଷ

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଆପଲ୍‌ କମ୍ପାନୀ ନୂଆ ଆଇଫୋନ୍‌ ସିରିଜର ଘୋଷଣା କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଆଇଫୋନ୍‌ ସହ ଜଡ଼ିତ କିଛି ମେମେ ଭାଇରାଲ ହୋଇଥିଲା। ଏବେ ଆଇଫୋନ୍‌ କିଣିବା ପାଇଁ ଲୋକଙ୍କୁ ନିଜର କିଡନୀ ବିକିବାକୁ ପଡ଼ିବ ବୋଲି ଏକ ମେମେରେ କୁହାଯାଇଥିଲା। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଚାଇନାର ଜଣେ ବ୍ୟକ୍ତି ଆଇଫୋନ୍‌ କିଣିବା ଲାଗି ନିଜ କିଡନୀ ବିକି ଦେଇଥିଲେ। ହେଲେ ଏବେ ସେ ଜୀବନମରଣ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି।

ଘଟଣାଟି ୨୦୧୧ ମସିହାର। ସେତେବେଳେ ଚାଇନାର ୧୭ ବର୍ଷୀୟ ନାବାଳକ ଓ୍ବାଗଂ ଶାଙ୍ଗୁନ୍‌ ଆଇପେଡ ୨ ଏବଂ ଆଇଫୋନ କିଣିବାକୁ ନିଜ କିଡନୀ ବିକି ଦେଇଥିଲେ। ତାଙ୍କୁ ଦୁଇଟି କିଡନୀର ଆବଶ୍ୟକତା ନାହିଁ। ଗୋଟିଏ ଯଥେଷ୍ଟ ବୋଲି ସେ ପ୍ରତିକ୍ରିୟାରେ କହିଥିଲେ। ଗୋଟିଏ କିଡନୀ ପାଇଁ ତାଙ୍କୁ ୩,୨୭୩ ଡଲାର ଟଙ୍କା ମିଳିଥିଲା। ଏବେ ତାଙ୍କୁ ୨୫ ବର୍ଷ ହୋଇଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ସେ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।

ସେତେବେଳେ ଶାଙ୍ଗୁନ୍‌ ଆଇଫୋନ୍‌ କିଣିବା ଲାଗି ଏତେ ଉତ୍ସାହିତ ଥିଲେ ଯେ ଭବିଷ୍ୟତ କଥା ନ ଭାବି ନିଜ କିଡନୀ ଦଲାଲଙ୍କୁ ବିକି ଦେଇଥିଲେ। ହେଲେ ଅପରେଶନ ସମୟରେ ତ୍ରୁଟି ଯୋଗୁ ତାଙ୍କର ସଂକ୍ରମଣ ହୋଇଥିବା ପରେ ଜଣାପଡ଼ିଥିଲା। ଧିରେ ଧିରେ ଏହା ବଢ଼ି ଚାଲିଥିଲା। ଏବେ ତାଙ୍କୁ ପ୍ରତ୍ୟେହ ଡାଇଲିସିସ୍‌ କରିବାକୁ ପଡ଼ୁଛି।

ଶାଂଗୁନ ନିଜର କିଡ଼ନୀ ବିକିଥିବା ନେଇ ପରିବାରଲୋକଙ୍କୁ ଜଣାଇ ନ ଥିଲେ। ହେଲେ ପୁଅ ହାତରେ ଦାମୀ ଫୋନ ଦେଖି ସମସ୍ତେ ସନ୍ଦେହ କରିଥିଲେ। ପରେ ପଚରାଯିବାରେ ସେ ସତ ମାନିଥିଲେ। ଏପରିକି ପୋଲିସ ଆଗରେ ସେ ସବୁକଥା କହିଥିଲେ। ଶେଷରେ ୯ଜଣ ଦଲାଲ ଗିରଫ ହୋଇଥିଲେ। ହେଲେ ଏବେ ସେ ନାବାଳକ ସମୟରେ କରିଥିବା ଭୁଲ ପାଇଁ ନିଶ୍ଚିତ ପଶ୍ଚାତାପ କରୁଥିବେ ବୋଲି ଅନେକ ମତ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri