‘ପୁଷ୍ପାରାଜ’ ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା କିଏ? ସ୍ବାମୀଙ୍କ ଭଳି କୋଟିରେ ଯାହାଙ୍କ ସମ୍ପତ୍ତି, ପ୍ରଥମ ଦେଖାରେ…

ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଥିଲେ। ହେଲେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ବେଲ୍‌ ଦେଇଥିଲେ। ଏହା ପରେ ଶନିବାର ସକାଳେ ସେ ଜେଲରୁ ମୁକୁଳିଥିଲେ। ଏସବୁ ମଧ୍ୟରେ ଅଭିନେତାଙ୍କ ଗିରଫଦାରିକୁ ନେଇ ହଙ୍ଗାମା ହୋଇଥିଲା। ସେହିଭଳି ତାଙ୍କ ପତ୍ନୀଙ୍କ ଏକାଧିକ ଭିଡିଓ ସାମ୍ନାକୁ ଆସଥିଲା।

ଏକ ଭିଡିଓରେ ଅଲ୍ଲୁ ଅର୍ଜୁନ ପୋଲିସ ସହ ଯାଉଥିବା ବେଳେ ପତ୍ନୀ ସ୍ନେହା ରେଡ୍ଡିଙ୍କୁ ଚୁମ୍ବନ ଦେଇଥିଲେ। ସେହିଭଳି ସେ ଜେଲରୁ ଘରକୁ ଫେରିବା ପରେ ସେ ଭାବବିହ୍ବଳ ହୋଇ ଅଭିନେତାଙ୍କୁ ଆଲିଙ୍ଗନ କରିଥିଲେ। ଏମିତିରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। କହିବାକୁ ଚାହିଁବୁ ସ୍ନେହା ଇଣ୍ଟରନେଟ୍‌ ଦୁନିଆର ବଡ଼ ନାମ। ତାଙ୍କ ନେଟ୍‌ଓ୍ବର୍ଥ ମଧ୍ୟ କୋଟିରେ।

ସ୍ନେହା ଏବଂ ଅଲ୍ଲୁ ଅଭିନୟଜଗତର ପାଓ୍ବତ କପଲ୍‌ ଭାବେ ଜଣାଶୁଣା। ସ୍ନେହା ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଫଟୋ ଶେୟାର କରିଥାନ୍ତି। ଇଷ୍ଟୋଗ୍ରାମରେ ତାଙ୍କୁ ୯ ମିଲିୟନରୁ ଅଧିକ ଲୋକେ ଫଲୋ କରୁଛନ୍ତି।

କୁହାଯାଏ ପ୍ରଥମ ଦେଖାରେ ଅଲ୍ଲୁ ସ୍ନେହାଙ୍କୁ ଭଲପାଇ ବସିଥିଲେ। ପରେ ଦୁହେଁ ୨୦୧୧ରେ ବିବାହ କରିନେଇଥିଲେ।ଏବେ ଦୁହିଁଙ୍କ ୨ ସନ୍ତାନ ଅଛି।

ସମ୍ପତ୍ତି ଦେଖିଲେ ସ୍ନେହା ୪୨ କୋଟି ଟଙ୍କାର ମାଲିକାଣି। ସେ ଅଭିନୟରୁ ଦୂରରେ ରହୁଥିଲେ ହେଁ ସେ ଜଣେ ସଫଳ ମହିଳା ବ୍ୟବସାୟୀ। ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ସହ ସେ ‘ପିକାବୁ’ ନାମକ ପ୍ରଫେସନାଲ ଫଟୋଗ୍ରାଫି ଷ୍ଟୁଡିଓ ଚଳାଉଛନ୍ତି। ସେ ମଧ୍ୟ ଏକ ବଡ଼ ପରିବାରରୁ ଆସିଛନ୍ତି।

ସେହିଭଳି ଅଲ୍ଲୁ ମଧ୍ୟ ସୁପରଷ୍ଟାର ହେବା ସହ ସଫଳ ବ୍ୟବସାୟୀ। ସେ ଅନେକ ସ୍ଥାନରେ ଟଙ୍କା ଲଗାଇଛନ୍ତି। ନିଜ ପ୍ରଯୋଜନା ସଂସ୍ଥା, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟସ୍‌ ଏବଂ ସୋସିଆଲ ମିଡିଆରୁ ସେ ମୋଟା ଅଙ୍କର ଟଙ୍କା କମାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

+୩ ଶେଷ ବର୍ଷ ପରୀକ୍ଷାର ଫଳାଫଳ ପ୍ରକାଶ : ବିଶ୍ୱବିଦ୍ୟାଳୟ ର଼୍ୟାଙ୍କରେ ଗଞ୍ଜାମ କଲେଜର ୩ ପିଲା

ଗଞ୍ଜାମ, ୧୫।୫ (ଅନାଥ ତରାଇ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର +୩ ଶେଷ ବର୍ଷ ପରୀକ୍ଷାର ଫଳାଫଳରେ ଗଞ୍ଜାମ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri